ଓଡିଶା

odisha

ETV Bharat / lifestyle

ବେଙ୍ଗାଲୁରୁରେ ଖେଚୁଡି, କେଟୋ ବ୍ୟଞ୍ଜନ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟକର ଖାଦ୍ୟ ଡେଲିଭରି କରୁଛି ସ୍ବିଗି - Khichdi healthy foods delivered by Swiggy in Bengaluru

କୋରୋନା କୁ ନଜରରେ ରଖି ସ୍ବିଗି ଦ୍ବାରା ନୂଆ ନିଷ୍ପତ୍ତି ନିଆଯାଇଛିଯେ, ସେ ତାର ଗ୍ରାହକଙ୍କୁ ଏବେ ସୁସ୍ଥ ଖାଦ୍ୟ ବିତ୍ତରଣ କରିବ । ଆଉ ସେ ଏହା ବେଙ୍ଗାଲୁରୁରୁ ଆରମ୍ଭ କରିଛି । ଅଧିକ ପଢନ୍ତୁ...

ବେଙ୍ଗାଲୁରୁରେ ଖେଚୁଡି, କେଟୋ ବ୍ୟଞ୍ଜନ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟକର ଖାଦ୍ୟ ଡେଲିଭରି କରୁଛି ସ୍ବିଗି
ବେଙ୍ଗାଲୁରୁରେ ଖେଚୁଡି, କେଟୋ ବ୍ୟଞ୍ଜନ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟକର ଖାଦ୍ୟ ଡେଲିଭରି କରୁଛି ସ୍ବିଗି

By

Published : Aug 5, 2020, 6:36 PM IST

ନୂଆଦିଲ୍ଲୀ: ବର୍ତ୍ତମାନ ବେଙ୍ଗାଲୁରୁରେ ଉପଲବ୍ଧ, 1000 ରୁ ଅଧିକ ରେସ୍ତୋରାଁ ଆଉଟଲେଟରେ ମାକ୍ରୋ-ପୋଷକ ତତ୍ତ୍ୱ ଯେପରିକି ପ୍ରୋଟିନ୍, କାର୍ବସ ଏବଂ ଫ୍ୟାଟ ଇତ୍ୟାଦି ବିଷୟରେ ପୁଷ୍ଟିକର ସୂଚନା ରହିବ ବୋଲି କମ୍ପାନୀ ଏକ ବିବୃତ୍ତିରେ କହିଛି।

ବେଙ୍ଗାଲୁରୁରେ ଖେଚୁଡି, କେଟୋ ବ୍ୟଞ୍ଜନ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟକର ଖାଦ୍ୟ ଡେଲିଭରି କରୁଛି ସ୍ବିଗି

ସ୍ବିଗିର ସିଓଓ, ବିବେକ ସୁନ୍ଦର କହିଛନ୍ତି ଯେ, 'ହେଲଥ ହବ' ଫିଚର ସହିତ ସମଗ୍ର ଦେଶରେ ସୁସ୍ଥ ଖାଇବାର ପ୍ୟାଟର୍ଣ୍ଣ କୁ ବୃଦ୍ଧି କରିବାକୁ ଚାହୁଁଛୁ । ସ୍ବିଗିର ଉଦ୍ଦେଶ୍ୟ ହେଉଛି ସୁସ୍ଥ ଖାଦ୍ୟ ବୃଦ୍ଧି କରିବା ଓ ଆସନ୍ତା 6 ମାସ ମଧ୍ୟରେ ଦୁଇଗୁଣରୁ ଅଧିକ ଖାଦ୍ୟ ଅର୍ଡର କରିବା ।

ବେଙ୍ଗାଲୁରୁରେ ଖେଚୁଡି, କେଟୋ ବ୍ୟଞ୍ଜନ ସହ ଅନ୍ୟାନ୍ୟ ସ୍ବାସ୍ଥ୍ୟକର ଖାଦ୍ୟ ଡେଲିଭରି କରୁଛି ସ୍ବିଗି

କମ୍ପାନୀ କହିଛି ଯେ, ସୁସ୍ଥ ଭୋଜନ ପାଇଁ ମହତ୍ତ୍ବପୂର୍ଣ୍ଣ ପରିବର୍ତ୍ତନ ପାଇଁ ନିଷ୍ପତ୍ତି ନେଇଛି । ଯେଉଁଥିରେ ଖେଚୁଡି ଏବଂ କେଟୋ ବ୍ୟଞ୍ଜନ ପରି ବିଶ୍ୱସ୍ତରୀୟ ଟ୍ରେଣ୍ଡ ସହିତ ସୁସ୍ଥ ଖାଦ୍ୟ ସାମିଲ କରିଛି ।

'ହେଲଥ ହବ' ବର୍ତ୍ତମାନ ବେଙ୍ଗାଲୁରୁରେ 30 ରୁ ଅଧିକ ଅଞ୍ଚଳରେ ରହିଛି ଏବଂ ଗ୍ରୋ ଫିଟ, ଟ୍ରଫଲ୍ସ, ଅଡିଗା, ଚା' ପଏଣ୍ଟ, ଅପ୍ସରା ଆଇସ କ୍ରିମ ଏବଂ ବ୍ରୁକଲିନ କ୍ରିମି ଭଳି ଲୋକପ୍ରିୟ ରେସ୍ତୋରାଁ ସୁସ୍ଥ ବିକଳ୍ପ ଯୋଗାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details