ଓଡିଶା

odisha

Planes Collided At Airport: ବିମାନବନ୍ଦରରେ ମୁହାଁମୁହିଁ ଧକ୍କା ହେଲା 2 ବିମାନ

By

Published : Jun 11, 2023, 9:44 AM IST

ଟୋକିଓର ହନେଡା ବିମାନବନ୍ଦରରେ ଉଡାଣ ସମୟରେ ମୁହାଁମୁହିଁ ଧକ୍କା ହେଲା ଦୁଇଟି ବିମାନ। ଅଧିକ ପଢନ୍ତୁ

two planes collided at tokyo airport
two planes collided at tokyo airport

ଟୋକିଓ: ଜାପାନର ଏକ ବିମାନ ବନ୍ଦରରେ ମୁହାଁମୁହିଁ ଧକ୍କା ହେଲେ ଦୁଇଟି ବିମାନ । ରନଓ୍ବେରେ ଉଡାଣ ସମୟରେ ପରସ୍ପରକୁ ଧକ୍କା ଦେଲା ବିମାନ । ଟୋକିଓର ହନେଡା ବିମାନବନ୍ଦରରେ ଏପରି ଘଟଣା ଘଟିଥିବା ବେଳେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ରହିଛି । ଦୁର୍ଘଟଣା ପରେ ରନଓ୍ବେକୁ ବନ୍ଦ କରାଯାଇଛି । କେଉଁ କାରଣରୁ ଏପରି ସ୍ଥିତି ଉପୁଜିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ଏହି ଘଟଣା ପରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା ।

ଜାପାନର ପରିବହନ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗତକାଲି (ଶନିବାର) ଟୋକିଓର ହନେଡା ବିମାନବନ୍ଦରରେ ଉଡାଣ ସମୟରେ ଦୁଇଟି ବିମାନ ମୁହାଁମୁହିଁ ଧକ୍କା ହୋଇଥିଲା । ସକାଳ ପ୍ରାୟ 11ଟା ସମୟରେ ହନେଡା ବିମାନବନ୍ଦରରେ ଥାଇ ଏୟାରୱେଜର ଏକ ବିମାନ ବ୍ୟାଙ୍କକକୁ ଉଡାଣ ଆରମ୍ଭ କରିଥିଲା । ଏହି ସମୟରେ ରନୱେରେ ଇଭା ଏୟାର ବିମାନ ସହିତ ଥାଇ ବିମାନ ଧକ୍କା ହୋଇଥିଲା । ଦୁର୍ଘଟଣାରେ କେହି ଯାତ୍ରୀ ଆହତ ହୋଇନଥିବା ବେଳେ ଛାଇ ଏୟାରୱେଜ୍ ବିମାନର ୱିଙ୍ଗର କିଛି ଅଂଶ ଭାଙ୍ଗି ଯାଇଥିବା ଦେଖିବାକୁ ମିଳିଛି ।

ତେବେ ଦୁଇ ବିମାନ ପରସ୍ପରକୁ ଧକ୍କା ଦେବା ପରେ ରନଓ୍ବେକୁ ବନ୍ଦ କରିଦିଆଯାଇଛି । କ୍ଷୟକ୍ଷତି ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଯାତ୍ରୀ ମାନେ ସୁରକ୍ଷିତ ଅଛନ୍ତି । ଏପରି ଦୁର୍ଘଟଣା ପରେ ଘରୋଇ ଏବଂ ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ବିଳମ୍ବ ହୋଇଥିଲା । ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ତଦନ୍ତ ପରେ କାରଣ ଜଣାପଡିବ ।

ନିକଟରେ ନୂଆଦିଲ୍ଲୀରୁ ଆମେରିକାର ସାନ ଫ୍ରାନ୍ସିକୋକୁ ଉଡାଣ କରିଥିବା ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରିକ ତ୍ରୁଟି ପରିଲକ୍ଷିତ ହୋଇଥିଲା । ମଝି ଆକାଶରେ ଯାନ୍ତ୍ରୀକ ତ୍ରୁଟି ଦେଖା ଦେବାରୁ ମଙ୍ଗଳବାର ଋଷକୁ ଡାଇଭର୍ଟ ହୋଇଥିଲା ବିମାନ । ଗୁରୁବାର ଆଉ ଏକ ବିମାନରେ ସମସ୍ତ ଯାତ୍ରୀଙ୍କୁ ନେଇ ସାନ ଫ୍ରାନ୍ସିକୋକୁ ଉଡାଣ ଭରିଥିଲା ଏୟାର ଇଣ୍ଡିଆ ବିମାନ । ଏନେଇ ଏୟାର ଇଣ୍ଡିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଥିଲେ । ଯାନ୍ତ୍ରୀକ ତ୍ରୁଟି ଦେଖା ଦେଇଥିବା ବିମାନଟି ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ଅବତରଣ କରିଥିବା ସୂଚନା ମିଳିଛି ।

ଗତ ମଙ୍ଗଳବାର ଏୟାର ଇଣ୍ଡିଆ ବିମାନ-AI173 216 ଯାତ୍ରୀଙ୍କୁ ନେଇ ଦିଲ୍ଲୀ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଆମେରିକାର ସାନ ଫ୍ରାନ୍ସିକୋ ଅଭିମୁଖେ ଉଡାଣ ଭରିଥିଲା । ଉଡାଣ ଭରିବାର କିଛି ସମୟ ପରେ ଏହାର ଗୋଟିଏ ଇଞ୍ଜିନରେ ଯାନ୍ତ୍ରିକ ତ୍ରୁଟି ଦେଖାଯାଇଥିଲା । ପରେ ବିମାନକୁ ସାନ ଫ୍ରାନ୍ସିକୋ ପରିବର୍ତ୍ତେ ଋଷର ମାଗାଦନ ବିମାନ ବନ୍ଦରକୁ ଡାଇଭର୍ଟ କରିବା ପାଇଁ ନିର୍ଦ୍ଦେଶ ମିଳିଥିଲା ।

ABOUT THE AUTHOR

...view details