ଓଡିଶା

odisha

ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ: ଦକ୍ଷିଣ କୋରିଆ ସେନା

By ETV Bharat Odisha Team

Published : Dec 18, 2023, 10:49 AM IST

North Korea Fire Ballistic Missile: ସକାଳୁ ସକାଳୁ ପୁଣି କ୍ଷେପଣାସ୍ତ୍ର ନିକ୍ଷେପ କରିଲା ଉତ୍ତର କୋରିଆ। ଆମେରିକା ଓ ଦକ୍ଷିଣ କୋରିଆର ଚେତାବନୀକୁ କିମଙ୍କ ବେଖାତିର। ଅଧିକ ପଢନ୍ତୁ

North Korea Missile
North Korea Missile

ସିଓଲ:କଟକଣାକୁ ବେଖାତିର କଲେ କିମ୍ ଜୋଙ୍ଗ । ସିଓଲ ଏବଂ ଓ୍ବାଶିଂଟନର ଚେତାବନୀକୁ ଖାତିର ନକରି ବାଲାଷ୍ଟିକ ମିଶାଇଲ କ୍ଷେପଣାସ୍ତ୍ର ଉତକ୍ଷେପଣ କଲା ଉତ୍ତର କୋରିଆ । ବାଲିଷ୍ଟିକ ମିସାଇଲ କ୍ଷେପଣାସ୍ତ୍ର ନିକ୍ଷେପ ଜାରି ରଖିଛି ଉତ୍ତର କୋରିଆ । ଆଜି(ସୋମବାର) ସକାଳେ ପୂର୍ବ ସାଗର ଆଡ଼କୁ ଏକ ବାଲିଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି । ଏନେଇ ଦକ୍ଷିଣ କୋରିଆ ସେନା ପକ୍ଷରୁ ସୂଚନା ଦିଆଯାଇଛି । ପ୍ରକାଶଥାଉକି, ଗତକାଲି(ରବିବାର) ବିଳମ୍ବିତ ରାତିରେ ଏକ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ନିକ୍ଷେପ କରିଥିବା ବେଳେ ଆଜି ପୁଣି ଏକ କ୍ଷେପଣାସ୍ତ୍ର ନିକ୍ଷେପ କରିଛି।

ଏନେଇ ଦକ୍ଷିଣ କୋରିଆ ସେନା ପକ୍ଷରୁ କୁହାଯାଇଛି, "ଉତ୍ତର କୋରିଆ ବାଲାଷ୍ଟିକ ମିଶାଇଲ ନିପେକ୍ଷ କରିବା ପୂର୍ବରୁ ଏକ ସ୍ବଳ୍ପ ଦୂରଗାମୀ କ୍ଷେପଣାସ୍ତ୍ର ମଧ୍ୟ ନିକ୍ଷେପ କରିଥିଲେ। " ଅନ୍ୟପଟେ ଉତ୍ତର କୋରିଆ ପୂର୍ବ ସାଗର ଆଡକୁ ଅଜ୍ଞାତ ବାଲାଷ୍ଟିକ ମିଶାଇଲ ନିକ୍ଷେପ କରିଥିବା ନେଇ ସିଓଲ୍‌ର ଜଏଣ୍ଟ୍‌ ଚିଫ୍‌ ଅଫ୍‌ ଷ୍ଟାଫ୍‌ ପକ୍ଷକୁ ଅଭିଯୋଗ କରାଯାଇଛି।

ତେବେ ବାଲିଷ୍ଟିକ ମିଶାଇଲ କ୍ଷେପଣ ନେଇ ଜାପାନ ସରକାରଙ୍କ ପକ୍ଷରୁ ଏକ୍ସ ଯୋଗେ ସୂଚନା ଦିଆଯାଇଛି । ତେବେ ବାଲାଷ୍ଟିକ ମିଶାଇଲ ଉତକ୍ଷେପଣ ପୂର୍ବରୁ ରବିବାର ବିଳମ୍ବିତ ରାତିରେ ମଧ୍ୟ ପ୍ୟଙ୍ଗ୍ୟାଙ୍ଗ୍‌ ଅଞ୍ଚଳରୁ ଏକ ସ୍ବଳ୍ପ ଦୂରଗାମୀ ବାଲାଷ୍ଟିକ ମିଶାଇଲ ନିକ୍ଷେପ କରିଥିଲା । ଏନେଇ ପୂର୍ବରୁ ମଧ୍ୟ ଦକ୍ଷିଣ କୋରିଆ ସେନା ପକ୍ଷରୁ ସୂଚନା ଦିଆଯାଇଥିଲା।

ପୂର୍ବ ସାଗରରେ ପଡିଲା ବାଲାଷ୍ଟିକ ମିଶାଇଲ: ଗତକାଲି ଅର୍ଥାତ ରବିବାର ବିଳମ୍ବିତ ରାତି ପ୍ରାୟ 10ଟା 38 ମିନିଟ ସମୟରେ ଉତ୍ତର କୋରିଆ ପକ୍ଷରୁ ବାଲିଷ୍ଟିକ ମିଶାଇଲ ଉତକ୍ଷେପଣ କରାଯାଇଥିଲା । ଉତକ୍ଷେପପଣ 570 କିଲୋମିଟର ଅତିକ୍ରମ କରିବାରେ ପୂର୍ବାଞ୍ଚଳରେ ବା ପୂର୍ବ ସାଗରରେ ପଡିଥିଲା। ଏନେଇ ଜାପାନ-ଦକ୍ଷିଣ କୋରିଆ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ଜାପାନ ଆଡକୁ ବାଲାଷ୍ଟିକ କ୍ଷେପଣାସ୍ତ୍ର ନିକ୍ଷେପ କଲା ଉତ୍ତର କୋରିଆ, ଖଣ୍ଡନ କଲେ ଫୁମିଓ କିସିଦା

ଗତବର୍ଷ ଉତ୍ତର କୋରିଆ ନିଜର ଆଣିବିକ ଶକ୍ତି ରହିଥିବା ନେଇ ଘୋଷଣା କରିଥିଲା। ଏହାସହ ପରମାଣୁ କାର୍ଯ୍ୟାଭ୍ୟାସ ଛାଡିବ ନାହଁ ବୋଲି ମଧ୍ୟ ବାରମ୍ବାର ଦୋହରାଇ ଥିଲା। ତେବେ ଗତମାସରେ ଉତ୍ତର କୋରିଆ ସଫଳତାର ସହିତ ଏକ ମିଲିଟାରୀ ସ୍ପାଏ ସାଟେଲାଇଟକୁ କକ୍ଷପଥରେ ସ୍ଥାପିତ କରିଥିଲା। ଏହା ଦ୍ବାରା ଆମେରିକା ଏବଂ ଦକ୍ଷିଣ କୋରିଆର ସାମରୀକ ବା ସୈନ୍ୟ ସ୍ଥଳ ଦେଖିଥିବା ନେଇ ଦାବି କରିଥିଲେ।

ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦାଙ୍କ ବୟାନ:ଉତ୍ତର କୋରିଆ ପକ୍ଷରୁ କ୍ଷେପଣାସ୍ତ୍ର ନିକ୍ଷେପ ନେଇ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଗଣମାଧ୍ୟମକୁ ବୟାନ ଦେଇଛନ୍ତି । ସେ କହିଛନ୍ତି, "କ୍ଷପଣାସ୍ତ୍ର ଉତକ୍ଷେପଣ ହେତୁ କୌଣସି ପ୍ରକାର କ୍ଷୟକ୍ଷତିର ରିପୋର୍ଟ ନାହିଁ । ପରୀକ୍ଷଣ ଉପରେ ଆଲୋଚନା କରିବା ପାଇଁ ଜାତୀୟ ସୁରକ୍ଷା ପରିଷଦ ବୈଠକ ଆୟୋଜନ କରିବା ପାଇଁ ଯୋଜନା କରିଅଛୁ ।" ଏହି କ୍ଷେପଣାସ୍ତ୍ର ଉତକ୍ଷେପଣକୁ ଦକ୍ଷିଣ କୋରିଆ, ଆମେରିକା ଏବଂ ଜାପାନ ଦୃଢ ନିନ୍ଦା କରିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details