ଓଡିଶା

odisha

ଥରହର ୟୁକ୍ରେନ ରାଷ୍ଟ୍ରପତି, କହିଲେ ଋଷ ମୋତେ ହତ୍ୟା କରିବାକୁ ଚାହୁଁଛି

By

Published : Feb 25, 2022, 4:29 PM IST

ଋଷ ଆକ୍ରମଣରେ ଧରାଶାୟୀ ହୋଇଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଆକ୍ରମଣରେ ଏବେ ରାଷ୍ଟ୍ରପତି ଓ ତାଙ୍କ ପରିବାର ଲୋକଙ୍କ ଜୀବନ ବିପଦରେ ଥିବା ସେ କହିଛନ୍ତି । ଅଧିକ ପଢନ୍ତୁ

ଭୟରେ ଥରହର ୟୁକ୍ରେନ ରାଷ୍ଟ୍ରପତି, କହିଲେ ଋଷିଆ ମୋତେ ହତ୍ୟା କରିବାକୁ ଚାହୁଁଛି
ଭୟରେ ଥରହର ୟୁକ୍ରେନ ରାଷ୍ଟ୍ରପତି, କହିଲେ ଋଷିଆ ମୋତେ ହତ୍ୟା କରିବାକୁ ଚାହୁଁଛି

କିଭ୍: ୟୁକ୍ରେନ ଉପରେ ଋଷ ଆକ୍ରମଣର ଆଜି ଦ୍ବିତୀୟ ଦିନ । ଆଜି ମଧ୍ୟ ଉଭୟ ଦେଶ ମଧ୍ୟରେ ଜାରି ରହିହି ଘମାସନ ଲଢେଇ । ଋଷ ଆକ୍ରମଣରେ ଏପର୍ଯ୍ୟନ୍ତ ୟୁକ୍ରେନର ୧୩୭ ଜଣ ପ୍ରାଣ ହରାଇଛନ୍ତି । ଏହାରି ମଧ୍ୟରେ ଧରାଶାୟୀ ହୋଇଛନ୍ତି ୟୁକ୍ରେନର ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି । ଋଷ ଆକ୍ରମଣରେ ଏବେ ରାଷ୍ଟ୍ରପତି ଓ ତାଙ୍କ ପରିବାର ଲୋକଙ୍କ ଜୀବନ ବିପଦରେ ଥିବା ସେ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Russia-Ukraine Crisis: ୟୁକ୍ରେନକୁ ଆର୍ଥିକ ସହାୟତା ଯୋଗାଇବ ବିଶ୍ବ ବ୍ୟାଙ୍କ

ଏକ ଭିଡିଓ ଜାରି କରି ରାଷ୍ଟ୍ରପତି କହିଛନ୍ତି ଯେ ଋଷ ତାଙ୍କୁ ହତ୍ୟା କରୁବାକୁ ଚେଷ୍ଟା କରୁଛି । ଏଥି ସହ ତାଙ୍କ ପରିବାର ପାଇଁ ବିପଦ ବୋଲି ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ ‘ମୁଁ ଋଷିଆର ପ୍ରଥମ ଟାର୍ଗେଟ ଏହାପରେ ମୋ ପରିବାର । ଏଭଳି ବିପଦ ସମୟରେ ଜୀବନ ବଞ୍ଚାଇବା ପାଇଁ ମୋ ପରିବାର ସମସ୍ତ ସଦସ୍ୟ ଭୟରେ ଲୁଚିଛନ୍ତି । ଋଷିଆ ୟୁକ୍ରେନର ପ୍ରମୁଖ ନେତାଙ୍କୁ ହତ୍ୟା କରି ରାଜନୈତିକ ସ୍ତରରେ ଧ୍ୱଂସ କରିବାକୁ ଚାହୁଁଛି’।

ହା ମଧ୍ୟ ପଢନ୍ତୁ:-Russia-Ukraine Crisis: ବାଇଡେନଙ୍କ ଘୋଷଣା, ଋଷର ସବୁ ସମ୍ପତ୍ତି ଅଚଳ କରିବ ଆମେରିକା

ରାଷ୍ଟ୍ରପତି ଜେଲେନସ୍କି ସରକାରଙ୍କ କାର୍ଯ୍ୟ ପାଇଁ ଆବଶ୍ୟକ ସଦସ୍ୟଙ୍କ ସହ ସରକାରୀ କ୍ୱାର୍ଟରରେ ରହୁଛନ୍ତି। ସେ ଓ ତାଙ୍କ ପରିବାର ଦେଶଦ୍ରୋହୀ ନୁହନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତି । ନାଗରିକଙ୍କୁ ଚେତାଇ ଦେଇ ଜେଲେନସ୍କି କହିଛନ୍ତି ଯେ ଶତ୍ରୁମାନେ ବର୍ତ୍ତମାନ ପ୍ରବେଶ କରିସାରିଛନ୍ତି । ନିବେଦନ କରୁଛି ସମସ୍ତେ ଘରେ ରୁହନ୍ତୁ ।

ABOUT THE AUTHOR

...view details