ଓଡିଶା

odisha

ଚୀନ ଆପ୍‌ ଟିକଟକ ଉପରେ ପାକିସ୍ତାନର ପ୍ରତିବନ୍ଧକ !

By

Published : Oct 9, 2020, 5:48 PM IST

ଚୀନର ଭିଡିଓ ସେୟାରିଂ ଆପ୍ ଟିକଟକ ଉପରେ ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟି ପ୍ରତିବନ୍ଧକ ଲଗାଇଥିବା ଖବର ସାମ୍ନାକୁ ଆସଛି । ଅଧିକ ପଢନ୍ତୁ...

ଚୀନ ଆପ୍‌ ଟିକଟକ ଉପରେ ପାକିସ୍ତାନର ପ୍ରତିବନ୍ଧକ !
ଚୀନ ଆପ୍‌ ଟିକଟକ ଉପରେ ପାକିସ୍ତାନର ପ୍ରତିବନ୍ଧକ !

ଇସଲାମାବାଦ: ପାକିସ୍ତାନ ଟେଲିକମ୍ୟୁନିକେସନ ଅଥରିଟି (PTA) ଶୁକ୍ରବାର ଚୀନର ଭିଡିଓ ସେୟାରିଂ ଆପ୍ ଟିକଟକ ଉପରେ ପ୍ରତିବନ୍ଧକ ଲଗାଇଥିବା ଖବର ସାମ୍ନାକୁ ଆସଛି । କମ୍ପାନୀ ଅବୈଦ୍ଧ ଅନଲାଇନ ବିଷୟବସ୍ତୁର ସକ୍ରିୟ ନିୟନ୍ତ୍ରଣ ପାଇଁ ଏକ ପ୍ରଭାବଶାଳୀ ପଦକ୍ଷେପ ନେବାରେ ସମ୍ପୂର୍ଣ୍ଣ ରୂପେ ବିଫଳ ହୋଇଥିବାରୁ ପାକିସ୍ତାନ ସରକାର ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଭିଡିଓ ସେୟାରିଂ ଆପ ଉପରେ ଅନ ଅବୈଧ ତଥା ଅଶ୍ଳୀଳ ବିଷୟବସ୍ତୁ ବିରୋଧରେ କର୍ତ୍ତୃପକ୍ଷ ସମାଜର ବିଭିନ୍ନ ବର୍ଗଙ୍କ ଠାରୁ ଅନେକ ଅଭିଯୋଗ ପାଇଥିଲେ । ଏହା ପରେ ଏହି ପଦକ୍ଷେପ ନିଆଯାଇଛି ବୋଲି ପିଟିଏ କହିଛି।

ଟିକଟକରେ କ୍ରମାଗତ ଭାବରେ ପୋଷ୍ଟ କରାଯାଉଥିବା ବିଷୟବସ୍ତୁକୁ ନେଇ ଆସୁଥିବା ଅଭିଯୋଗକୁ ଦୃଷ୍ଟିରେ ରଖି ପିଟିଏ ଏକ ଚୂଡ଼ାନ୍ତ ବିଜ୍ଞପ୍ତି ଜାରି କରିଛି । ଏଥିରେ କୁହାଯାଇଛି ଯେ, କମ୍ପାନୀ ନିର୍ଦ୍ଦେଶନାମାକୁ ସମ୍ପୂର୍ଣ୍ଣ ରୂପେ ପାଳନ କରିବାରେ ବିଫଳ ହୋଇଛି, ତେଣୁ ଦେଶରେ ଟିକଟକ ଆପ ଉପରେ ପ୍ରତିବନ୍ଧକ ଲଗାଇବାକୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ABOUT THE AUTHOR

...view details