ଇସଲାମାବାଦ:ବାଲୁଚିସ୍ତାନରେ ପାକିସ୍ତାନର ଏକ ସେନା କ୍ୟାମ୍ପରେ ଆକ୍ରମଣ କରିଛି ପାକିସ୍ତାନ ଦ୍ବାରା ନିଷେଧ ତଥା ଆତଙ୍କୀ ସଂଗଠନ ଘୋଷିତ ହୋଇଥିବା ବାଲୁଚି ଲିବରେସନ୍ ଆର୍ମି (BLA) । ଏହି ଆକ୍ରମଣରେ ପାକିସ୍ତାନ ସେନାର ୪ ଯବାନଙ୍କ ସମେତ ୧୪ରୁ ଊର୍ଦ୍ଧ୍ବ ବାଲୁଚି ବିଦ୍ରୋହୀ ପ୍ରାଣ ହରାଇଛନ୍ତି । ଏହି ଆକ୍ରମଣ ଆଜି (ବୁଧବାର) ବାଲୁଚିସ୍ତାନର ପଞ୍ଜଗୁର ଏବଂ ନୋସ୍କି ଜିଲ୍ଲାରେ ଘଟିଛି ।
ପଞ୍ଜଗୁରରେ ଆତଙ୍କବାଦୀ ଘୋଷିତ ବିଦ୍ରୋହୀମାନେ ଦୁଇଟି ସ୍ଥାନରୁ ଏକ ସେନା କ୍ୟାମ୍ପରେ ଆକ୍ରମଣ କରିଥିଲେ । ଏଥିରେ ପାକିସ୍ତାନ ସେନା ମଧ୍ୟ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ କଡା ଜବାବ ଦେଇଥିଲା । ସେନା କାର୍ଯ୍ୟାନୁଷ୍ଠାନରେ ୧୪ ବିଦ୍ରୋହୀଙ୍କ ମୃତ୍ୟୁ ଘଟିଥିବାବେଳେ ୪ ପାକ ଯବାନ ମଧ୍ୟ ଘଟଣାସ୍ଥଳରେ ନିହତ ହୋଇଛନ୍ତି । ଏଥିରେ ଉଭୟ ପକ୍ଷରୁ ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ରହିଛି ।