ଓଡିଶା

odisha

ଜାଲ ଲାଇସେନ୍ସ ପରେ ପିଆଏରେ ସ୍ବତନ୍ତ୍ର ଉଡାଣ ଟିକେଟ ସ୍କାମ

By

Published : Jul 1, 2020, 7:12 AM IST

ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ପିଛା ଛାଡୁନି ବିବାଦ । ପ୍ରଥମେ ବିମାନ ଦୁର୍ଘଟଣା ପରେ ଜାଲ ପାଇଲଟ ଲାଇସେନ୍ସ ଓ ଏବେ ସ୍ବତନ୍ତ୍ର ଉଡାଣ ଟିକେଟ ସ୍କାମ ।

pia scam, new scam in pia, special flight ticket scam in pia, pia latest news, ପିଆଇଏ ସ୍କାମ, ପିଆଇଏରେ ନୂଆ ବିବାଦ, ପିଆଇଏରେ ସ୍ବତନ୍ତ୍ର ଉଡାଣ ଟିକେଟ ସ୍କାମ, ପିଆଇଏ ଲାଟେଷ୍ଟ ନ୍ୟୁଜ୍‌
ଜାଲ ଲାଇସେନ୍ସ ପରେ ପିଆଏରେ ସ୍ବତନ୍ତ୍ର ଉଡାଣ ଟିକେଟ ସ୍କାମ

ଇସଲାମାବାଦ: ପାକିସ୍ତାନ ଅନ୍ତର୍ଜାତୀୟ ଏୟାରଲାଇନ୍ସର ପିଛା ଛାଡୁନି ବିବାଦ । ପ୍ରଥମେ ବିମାନ ଦୁର୍ଘଟଣା ପରେ ଜାଲ ପାଇଲଟ ଲାଇସେନ୍ସ ଓ ଏବେ ସ୍ବତନ୍ତ୍ର ଉଡାଣ ଟିକେଟ ସ୍କାମ । ମଙ୍ଗଳବାର ଏନେଇ ବିଭାଗୀୟ ଅଧିକାରୀ ଖୁଲାସା କରି କହିଛନ୍ତି କି ୟୁରୋପକୁ ଉଡାଣ ପାଇଁ ସ୍ବତନ୍ତ୍ର ଟିକେଟ ସ୍କାମରେ କମ୍ପାନୀକୁ ପ୍ରାୟ 8 ମିଲିୟନ ଟଙ୍କାର କ୍ଷତି ମୁଣ୍ଡାଇବାକୁ ପଡିଛି ।

ସୂଚନା ମୁତାବକ ସିଆକୋଟସ୍ଥିତ ପିଆଇଏ କାର୍ଯ୍ୟାଳୟର କେତେକ ବିଭାଗୀୟ ଅଧିକାରୀ ବର୍ତ୍ତମାନର ଲାଗୁ କଟକଣା ସତ୍ତ୍ବେ ପ୍ୟାରିସ ଓ ଇଟାଲୀ ଯାତ୍ରା ପାଇଁ ପୁରୁଣା ଟିକେଟଧାରୀ ପ୍ରାୟ 50 ଜଣଙ୍କୁ ବିମାନ ସେବା ଯୋଗାଇଥିଲା । ତେବେ ନିୟମ ମୁତାବକ କୋରୋନା ସଂକ୍ରମଣର ପୂର୍ବରୁ ବୁକ ହୋଇଥିବା କୌଣସି ଟିକେଟରେ ଯାତ୍ରା ନକରାଇବାକୁ ସ୍ଥିର ହୋଇଥିବା ବେଳେ କେବଳ କିଛି ପଇସା ରୋଜଗାର ପାଇଁ ଅଧିକାରୀମାନେ ଏହି ନିୟମ ଉଲ୍ଲଙ୍ଘନ କରିଥିଲେ ।

ସେପଟେ ସ୍ବତନ୍ତ୍ର ଉଡାଣ ପାଇଁ ପିଆଇଏ ନିର୍ଦ୍ଧାରିତ ମୂଲ୍ୟର ଦୁଇଗୁଣା ଅର୍ଥ ଚାର୍ଜ କରି ପୁରୁଣା ଟିକେଟଧାରୀଙ୍କୁ ବିମାନ ସେବା ଯୋଗାଇଥିବା ତଥ୍ୟ ସାମ୍ନାକୁ ଆସିଥିଲା । ଏହି ଖବର ସାମ୍ନାକୁ ଆସିବା ପରେ ଉଚ୍ଚସ୍ତରୀୟ ଅଧିକାରୀମାନେ ଏନେଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ଫଳରେ ପିଆଇଏକୁ ଏହି ସ୍କାମ ପାଇଁ ପ୍ରାୟ 8ମିଲିୟନ ଟଙ୍କାର କ୍ଷତି ସହିବାକୁ ପଡିଥିଲା ।

@IANS

ABOUT THE AUTHOR

...view details