ଚେନ୍ନାଇ:ଗିରଫ ହେଲେ ଲୋକପ୍ରିୟ ମାଲାୟଲମ ଅଭିନେତା ସିୟସ କରିମ । ଟଙ୍କା ହେରଫେର ଏବଂ ଯୌନ ଉତ୍ପୀଡନ ମାମଲାରେ ପୋଲିସ ଶିୟାସଙ୍କୁ ଗିରଫ କରିଛି । ଗତକାଲି(ଶୁକ୍ରବାର) 32 ବର୍ଷୀୟ ଶିୟାସ ପିଚାଟକୁନେଲ ଅବଦୁଲ କରିମଙ୍କୁ ଚେନ୍ନାଇ ଏୟାରପୋର୍ଟ ପୋଲିସ ଗିରଫ କରିଛି । ଗିରଫ ପରେ ପୋଲିସ ପକ୍ଷରୁ କୁହାଯାଇଛି ଯେ, କେରଳ ପୋଲିସ କରିମ ବିପକ୍ଷରେ ଲୁକାଉଟ ନୋଟିସ ଜାରି କରିଥିଲା । ତେବେ ଆଜି ସକାଳୁ ଅଭିନେତା ଜଣକ ଦୁବାଇରୁ ଫେରୁଥିବା ବେଳେ ଖବରପାଇ ଏୟାରପୋର୍ଟ ପୋଲିସ ଗିରଫ କରିଥିଲା ।
31 ବର୍ଷୀୟ ସ୍ବାମୀ ପରିତ୍ୟକ୍ତା ମହିଳାଙ୍କୁ ପ୍ରତାରଣା ଅଭିଯୋଗ:ସୂଚନାଅନୁସାରେ, ଅଭିନେତା ଜଣକ କେରଳ ଏର୍ଣ୍ଣାକୁଲମ ପେରୁମବାଭୁର ଅଞ୍ଚଳର ବାସିନ୍ଦା । ସେ ଅନେକ ମାଲାୟଲମ ଚଳଚ୍ଚିତ୍ରରେ ଅଭିନୟ କରିଥିବା ବେଳେ ସେ ଜଣାଶୁଣା ତାମିଲ ଅଭିନେତା ଅଜିତକୁମାରଙ୍କ ଭିରାମ ଫିଲ୍ମରେ ମଧ୍ୟ ଭିଲିଆନ ଭାବେ ଅଭିନୟ କରିଥିଲେ। ଏହାସହ ସେ ମାଲାୟଲମ ବିଗବସ ଏବଂ ଅନେକ ଟିଭି ସୋରେ ମଧ୍ୟ କାର୍ଯ୍ୟ କରିଛନ୍ତି । ତେବେ ଏର୍ଣ୍ଣାକୁଲମରେ ତାଙ୍କର ଏକ ଫିଟନେସ ସେଣ୍ଟର ମଧ୍ୟ ରହିଛି । ତେବେ ଏହି ପରିସ୍ଥିତିରେ ଜିମ ଟ୍ରେନରଙ୍କ ସହ ତାଙ୍କର ପ୍ରେମ ସମ୍ପର୍କ ଗଢିଉଠିଥିଲା । ଜଣେ 31 ବର୍ଷୀୟ ସ୍ବାମୀ ପରିତ୍ୟକ୍ତା ମହିଳା ଜିମ ଟ୍ରେନରେ ଭାବେ କାର୍ଯ୍ୟ କରୁଥିବା ବେଳେ କରିମଙ୍କ ସହ ତଙ୍କର ପ୍ରେମ ସମ୍ପର୍କ ଗଢି ଉଠିଥିଲା । ଉକ୍ତ ମହିଳା ଜଣକ କାସାରଗଡ ଜିଲ୍ଲାର ପେରୁନା ଅଞ୍ଚଳର ମହିଳା ।
ଏହା ମଧ୍ୟ ପଢନ୍ତୁ: ଦୁଷ୍କର୍ମ ଅଭିଯୋଗ ପରେ ମାଲାୟଲମ୍ ଅଭିନେତା ବିଜୟ ବାବୁଙ୍କ ନାମରେ ଆଉ ଏକ ମାମଲା