ଓଡିଶା

odisha

Hema Malini: ନୂଆ ସଂସଦ ଭବନର ଫଟୋ ସେୟାର କରି ଟ୍ରୋଲ ହେଲେ ଡ୍ରିମ୍ ଗାର୍ଲ

By

Published : May 29, 2023, 1:06 PM IST

ବଲିଉଡ ଅଭିନେତ୍ରୀ ତଥା ସାଂସଦ ହେମା ମାଲିନି ନୂଆ ସଂସଦ ଗୃହର ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯେଉଁଥିରେ ସେ ବହୁତ ଖୁସିଥିବା ନଜର ଆସିଛନ୍ତି । ତେବେ ନୂଆ ସଂସଦ ଗୃହର ଫଟୋକୁ ଅନେକ ପ୍ରଶଂସକ ପସନ୍ଦ କରୁଥିବା ବେଳେ ଅନେକ ତାଙ୍କୁ ଟ୍ରୋଲ କରିଛନ୍ତି । ଅଧିକ ପଢନ୍ତୁ

ନୂଆ ସଂସଦ ଗୃହର ଫଟୋ ସେୟାର କରି ଟ୍ରୋଲ ହେଲେ ହେମା ମାଲିନି
ନୂଆ ସଂସଦ ଗୃହର ଫଟୋ ସେୟାର କରି ଟ୍ରୋଲ ହେଲେ ହେମା ମାଲିନି

ନୂଆଦିଲ୍ଲୀ: ଦେଶକୁ ମିଳିଛି ନୂଆ ସଂସଦ । ସଂସଦର କାରୁକାର୍ଯ୍ୟକୁ ଦେଖି ସଭିଏଁ ଅବିଭୂତ । ସମଗ୍ର ଦେଶରେ ଏକ ନୂତନ ସଂସଦ ଭବନ ବିଷୟରେ ଆଲୋଚନା ହେଉଛି । ତେବେ ଏହି ନୂଆ ସଂସଦ ଗୃହକୁ ନେଇ ସରକାରଙ୍କ ସମସ୍ତ ମନ୍ତ୍ରୀ ବହୁତ ଉତ୍ସାହିତ ଅଛନ୍ତି ଏବଂ ସୋସିଆଲ ମିଡିଆରେ ଭିତର ଫଟୋ ସେୟାର କରି ଖୁସି ବ୍ୟକ୍ତ କରୁଛନ୍ତି । ଏଥିରେ ବଲିଉଡ ବର୍ଷିୟାନ ଅଭିନେତ୍ରୀ ତଥା ଶାସକ ଦଳର ନେତା ହେମା ମାଲିନି ନୂଆ ସଂସଦ ଗୃହର ଭିତର ଫଟୋ ସେୟାର କରି ଖୁସି ବ୍ୟକ୍ତ କରିଛନ୍ତି ।

ହେମା ମାଲିନି ନିଜ ଟ୍ୱିଟରରେ ନୂଆ ସଂସଦ ଗୃହର ଅନେକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ଗୃହର ପ୍ରତ୍ୟେକ ଝଲକ ଦେଖାଇଛନ୍ତି । ଏହି ଫଟୋ ଗୁଡ଼ିକରେ ହେମା ନୂଆ ସଂସଦର ସୁନ୍ଦର କାନ୍ଥ ସହ ପୋଜ୍ ଦେଇଛନ୍ତି । ଏହି ସମୟରେ ସେ ଏକ ପୁଷ୍ପ ଗୋଲାପୀ ରଙ୍ଗର ଶାଢୀରେ ଦେଖିବାକୁ ମିଳିଛି । ହେମା ନୂତନ ସଂସଦ ଗୃହର ଭିତର ତଥା ବାହାରେ ଫଟୋ ସେୟାର କରିଛନ୍ତି । ଏହି ଫଟୋ ଗୁଡିକୁ ସେୟାର କରି ହେମା ଲେଖିଛନ୍ତି, 'ନୂଆ ସଂସଦ ଗୃହର ଉଦଘାଟନ ହେବାର ପ୍ରଥମ ଦିନ, ଏହା ବିଶ୍ୱରେ ଭାରତର ନାଁ ରଖିବ ଏବଂ ଗର୍ବର କରିବାର ମୁହୂର୍ତ୍ତ, ଜୟ ହିନ୍ଦ'।

ସେପଟେ ହେମା ଏହି ଫଟୋ ସେୟାର କଲା ପରେ ସୋସିଆଲ ମିଡିଆରେ ତାଙ୍କୁ ଟ୍ରୋଲର ଶିକାର ହେବାକୁ ପଡିଛି । ଅଧିକାଂଶ ଫ୍ୟାନ୍ସ ଏହାକୁ ପସନ୍ଦ କରୁଥିବା ବେଳେ ଅନେକ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି । ଜଣେ ଲେଖିଛନ୍ତି, 'ତୁମେ ମଧ୍ୟ ଜଣେ ଦୁର୍ନୀତିଗ୍ରସ୍ତ ନେତା ହୋଇଛ '। ଆଉ ଜଣେ ଲେଖିଛନ୍ତି, ଦେଶର କୁସ୍ତି ଝିଅମାନଙ୍କୁ ଅତ୍ୟାଚାର କରାଯାଉଛି ଏବଂ ତୁମେ ଚିନ୍ତା କରୁନାହଁ । ବର୍ତ୍ତମାନ ସୋସିଆଲ ମିଡିଆରେ ଏହିପରି ଅନେକ ମନ୍ତବ୍ୟରେ ଅଭିନେତ୍ରୀଙ୍କୁ ଘେରିଛନ୍ତି ଫ୍ୟାନ୍ସ ।

ସୂଚନା ଥାଉ କି, 2023 ମେ 28ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତର ନୂଆ ସଂସଦ ଗୃହର ଉଦଘାଟନ କରିଛ ନ୍ତି। ଏନେଇ ସମସ୍ତେ ଟୁଇଟ୍ କରି ନେତାଙ୍କଠାରୁ ଅନେକ ତାରକା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ନୂଆ ସଂସଦର ଉଦଘାଟନୀ ଉତ୍ସବରେ ଶାହାରୁଖ ଖାନ, ଅକ୍ଷୟ କୁମାର, ରଜନୀକାନ୍ତ, ସୋନୁ ସୁଦ ଇତ୍ୟାଦି ଶୁଭେଚ୍ଛା ଜଣାଇଛନ୍ତି । ଅନ୍ୟପକ୍ଷରେ ଦେଶର ପ୍ରଥମ ନାଗରିକ ରାଷ୍ଟ୍ରପତିଙ୍କ ଦ୍ୱାରା ଏହାକୁ ଉଦଘାଟନ କରାଯିବା ଦରକାର ଥିଲା ବୋଲି କହି ବିରୋଧୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି । ବିରୋଧୀ ଏହି ସରକାରକୁ ଏକ ପ୍ରଚାର ପ୍ରସାର ବୋଲି କହିଛନ୍ତି ।

ABOUT THE AUTHOR

...view details