ଓଡିଶା

odisha

ବିଦ୍ୟୁତ ଜାମୱାଲଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଆଗାମୀ ଫିଲ୍ମ 'କ୍ରାକ' ରିଲିଜ ଡେଟ୍ ଘୋଷଣା

By ETV Bharat Odisha Team

Published : Dec 10, 2023, 5:21 PM IST

Vidyut Jammwal Film Crakk Release Date: ଆଜି ବିଦ୍ୟୁତ ଜାମୱାଲଙ୍କ ୪୩ତମ ଜନ୍ମଦିନ । ଏହି ଅବସରରେ ସେ ତାଙ୍କ ଆଗାମୀ ଫିଲ୍ମ 'କ୍ରାକ୍‌... ଜିତେଗା ତୋ ଜିଏଗା'ର ରିଲିଜ ତାରିଖ ଘୋଷଣା କରି ଫ୍ୟାନ୍ସଙ୍କୁ ଜନ୍ମଦିନ ଉପହାର ଦେଇଛନ୍ତି । କେବେ ରିଲିଜ ହେବ ଫିଲ୍ମ ଜାଣନ୍ତୁ ?

ବିଦ୍ୟୁତ ଜାମୱାଲଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଆଗାମୀ ଫିଲ୍ମ 'କ୍ରାକ' ରିଲିଜ ଡେଟ୍ ଘୋଷଣା
ବିଦ୍ୟୁତ ଜାମୱାଲଙ୍କ ଜନ୍ମଦିନରେ ଫ୍ୟାନ୍ସଙ୍କୁ ଭେଟି, ଆଗାମୀ ଫିଲ୍ମ 'କ୍ରାକ' ରିଲିଜ ଡେଟ୍ ଘୋଷଣା

ହାଇଦ୍ରାବାଦ: ଆଜି ବିଦ୍ୟୁତ ଜାମୱାଲ ତାଙ୍କ ୪୩ତମ ଜନ୍ମଦିନ ପାଳନ କରୁଛନ୍ତି । ଏହି ଅବସରରେ ସେ ଫ୍ୟାନ୍ସଙ୍କୁ ଏକ ଉପହାର ଦେଇଛନ୍ତି । ସେ ତାଙ୍କ ଚଳଚ୍ଚିତ୍ର 'କ୍ରାକ... ଜିତେଗା ତୋ ଜିଏଗା'ର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଏହି ଫିଲ୍ମ ପୂର୍ବ ବର୍ଷ ୨୦୨୨ ଅକ୍ଡୋବରରେ ଘୋଷଣା କରାଯାଇଥିଲା । ବର୍ତ୍ତମାନ ୨୦୨୪, ଫେବୃଆରୀ ୨୪ରେ ରିଲିଜ ହେବ ଏହି ଫିଲ୍ମ ।

ଫିଲ୍ମର ରିଲିଜ ତାରିଖ ଘୋଷଣା କରି ଏକ୍ସ ପୋଷ୍ଟରେ ବିଦ୍ୟୁତ୍ ଲେଖିଛନ୍ତି, 'ଏତେ କ୍ରାକ୍‌ ଯେ, ତୁମେ ସ୍ୱପ୍ନକୁ ସାକାର କରିବା ପାଇଁ ସବୁକିଛି ବିପଦରେ ପକାଇପାରିବ କି ? 23 ଫେବୃଆରୀ 2024 ରେ ଅସ୍ତିତ୍ବର ଅନ୍ତିମ ଖେଳ ପାଇଁ ମଞ୍ଚ ପ୍ରସ୍ତୁତ ରହିଛି । ସୂଚନା ଥାଉ କି, ଆଇବି 71', 'କମାଣ୍ଡୋ', 'ସନକ' ଭଳି ଚଳଚ୍ଚିତ୍ରରେ ନିଜର ଅଭିନୟ ପ୍ରଦର୍ଶନ କରି ବେଶ ଲୋକପ୍ରିୟତା ହାସଲ କରିଥିବା ବିଦ୍ୟୁତ ଜାମୱାଲ ଖୁବଶୀଘ୍ର ଏହି ଫିଲ୍ମ ସହ ପୁଣି ଧମାକା କରିବାକୁ ପ୍ରସ୍ତୁତ ଅଛନ୍ତି ।

ଏଥିସହ ବିଦ୍ୟୁତ ନିଜ ଇନଷ୍ଟାଗ୍ରାମରେ ନ୍ୟୁଡ୍‌ ଫଟୋ ମଧ୍ୟ ସେୟାର କରିଛନ୍ତି । ସେ ଲେଖିଛନ୍ତିି, 'ମୋର ହିମାଳୟ ପରିସରକୁ ଫେରିଛି । ଭଗବାନଙ୍କ ବାସସ୍ଥାନ 14 ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା । ମୁଁ ଏହା ହୃଦୟଙ୍ଗମ କରିବା ପୂର୍ବରୁ, ପ୍ରତିବର୍ଷ 7-10 ଦିନ ଏକୁଟିଆ ରହିବା ମୋ ଜୀବନର ଏକ ଅବିଚ୍ଛେଦ୍ୟ ଅଙ୍ଗ ହୋଇଗଲା । ବିଳାସପୂର୍ଣ୍ଣ ଜୀବନରୁ ଜଙ୍ଗଲକୁ ଆସୁଛି, ମୁଁ ଏକାକୀ ରହିବାକୁ ପସନ୍ଦ କରେ ଏବଂ ମୁଁ କିଏ ନୁହେଁ ଜାଣିବାର ମହତ୍ତ୍ୱ ବୁଝିଥାଏ ।

ଏଥିସହ କ୍ରାକ୍‌ ଉପରେ ଏକ ଅପଡେଟ୍ ସେୟାର କରି ସେ କହିଛନ୍ତି, 'ମୁଁ ବର୍ତ୍ତମାନ ପ୍ରସ୍ତୁତ ଏବଂ ମୋର ପରବର୍ତ୍ତୀ ଅଧ୍ୟାୟ- କ୍ରାକ, ଯାହା ଫେବୃଆରୀ ୨୩, ୨୦୨୪ରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରୁଛି।' ତେବେ ଅଭିନେତାଙ୍କ ପୋଷ୍ଟ ଲାଇକ କରିବା ସହ ଫ୍ୟାନ୍ସ ତାଙ୍କ ଜନ୍ମଦିନ ଶୁଭେଚ୍ଛା ଜଣାଇଛନ୍ତି । ଅଭିନେତାଙ୍କ ଏହି ଫଟୋକୁ ନେଇ ଖିଛି ପ୍ରଶଂସା କରିଥିବା ବେଳେ ଆଉ କେତେକ ତାଙ୍କୁ ରଣଭୀର ସିଂଙ୍କ ସହ ତୁଳନା କରିଛନ୍ତି । ଜଣେ ଲେଖିଛନ୍ତି, ଆପଣଙ୍କ ଲେଖା ଅତ୍ୟନ୍ତ ପ୍ରେରଣାଦାୟକ ଅଟେ । ପୁଣି ଥରେ ଜନ୍ମଦିନର ଶୁଭେଚ୍ଛା, କିଙ୍ଗ ଅଫ୍ କ୍ୟାଲୋରୀ । ଆଉ ଜଣେ ଲେଖିଛନ୍ତି, ଜଙ୍ଗଲରେ ରହିବା ହିଁ ମନୁଷ୍ୟକୁ ତାଙ୍କ ଉତ୍ପତ୍ତି ସହ ଯୋଡିଥାଏ। ଜଣେ ଲେଖିଛନ୍ତି, ଯଦି ତୁମେ ଏହା କର, ରଣଭୀର ସିଂ କଣ କରିବେ?

'କ୍ରାକ୍‌... ଜିତେଗା ତୋ ଜିଏଗା'ର ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଦତ୍ତ, ଯିଏ 'ଆଶିକ୍ ବନାୟା ଆପ୍‌ନେ' ଏବଂ 'ଟେବୁଲ୍ ନମ୍ବର 21' ଭଳି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି । ଏଥି ସହିତ ଜାମୱାଲଙ୍କ ପ୍ରଡକ୍ସନ୍ ବ୍ୟାନର ଆକ୍ସନ୍ ହିରୋ ଫିଲ୍ମସ୍ ଦ୍ୱାରା ଏହା ପ୍ରସ୍ତୁତ କରାଯାଇଛି । ଏହି ଚଳଚ୍ଚିତ୍ରଟି ବିଦ୍ୟୁତ ଜାମୱାଲ ଏବଂ ଅବ୍ବାସ ସୟିଦଙ୍କ ଦ୍ୱାରା ନିର୍ମିତ। ଏହି ଫିଲ୍ମରେ ବିଦ୍ୟୁତ ଜାମୱାଲଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ନୋରା ଫତେହି ଏବଂ ଆମି ଜ୍ୟାକସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ:ଏହି ଅଭିନେତାଙ୍କ ସହ ଆକ୍ସନ ଫିଲ୍ମ କରିବାକୁ ଚାହୁଁଛନ୍ତି କଙ୍ଗନା ରଣାୱତ

'କ୍ରାକ୍‌... ଜିତେଗା ତୋ ଜିଏଗା'ର ହେଉଛି ଏକ ସ୍ପୋର୍ଟ୍ସ୍‌ ଆକ୍ସନ୍ ଫିଲ୍ମ । ଏହା ହେଉଛି ମୁମ୍ବାଇର ବସ୍ତିରେ ଖେଳାଯାଉଥିବା କ୍ରୀଡା ଏବଂ ଉତ୍ସାହର କାହାଣୀ । ବିଦ୍ୟୁତ ଜାମୱାଲଙ୍କୁ କ୍ରାକରେ କ୍ରୀଡା ଷ୍ଟଣ୍ଟ୍‌ ଏବଂ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ବିଦ୍ୟୁତ କେବଳ ଅଭିନୟ କରିନାହାନ୍ତି ବରଂ ଏହାର ନିର୍ମାତା ମଧ୍ୟ ଅଟନ୍ତି । 23 ଫେବୃଆରୀ 2024ରେ ପରଦାକୁ ଆସିବ ଫିଲ୍ମ ।

ABOUT THE AUTHOR

...view details