ଓଡିଶା

odisha

Jawan Teaser: ସାମ୍ନାକୁ ଆସିଲା Jawan ଟିଜର, ଭୟାନକ ଅବତାରରେ ଶାହାରୁଖ

By

Published : Jun 3, 2022, 10:53 PM IST

ଶାହାରୁଖ ଖାନ ଅଟଲି କୁମାରଙ୍କ ନିର୍ଦ୍ଦେଶିତ ତାଙ୍କ ନୂଆ ଚଳଚ୍ଚିତ୍ରର ନାମ ଘୋଷଣା କରିଛନ୍ତି । ଏହି ଚଳଚ୍ଚିତ୍ରର ନାମ ହେଉଛି ଯବାନ୍, ଯାହା 2023 ଜୁନ୍ 2 ତାରିଖରେ ପାନ୍ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ । ଅଧିକ ପଢନ୍ତୁ

ସାମ୍ନାକୁ ଆସିଲା ଜବାନ୍‌ର ଟିଜର, ଭୟାନକ ଅବତାରରେ ଶାହାରୁଖ
ସାମ୍ନାକୁ ଆସିଲା ଜବାନ୍‌ର ଟିଜର, ଭୟାନକ ଅବତାରରେ ଶାହାରୁଖ

ହାଇଦ୍ରାବାଦ:ଶାହାରୁଖ ଖାନ ତାଙ୍କର ଆଗାମୀ ଚଳଚ୍ଚିତ୍ର ଯୋଗୁଁ ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି। ଅଭିନେତାଙ୍କ ଆଗାମୀ ଚଳଚ୍ଚିତ୍ର 'ପଠାନ୍' ଏବଂ 'ଡଙ୍କି' ସମ୍ବନ୍ଧୀୟ ସୂଚନା ପ୍ରଶଂସକଙ୍କୁ ପୂର୍ବରୁ ମିଳିସାରିଛି, ବର୍ତ୍ତମାନ ଶାହାରୁଖ ଖାନ ଅଟଲି କୁମାରଙ୍କ ନିର୍ଦ୍ଦେଶିତ ତାଙ୍କ ନୂଆ ଚଳଚ୍ଚିତ୍ରର ନାମ ଘୋଷଣା କରିଛନ୍ତି। ଏହି ଚଳଚ୍ଚିତ୍ରର ନାମ ହେଉଛି 'ଯବାନ୍', ଯାହା 2023 ଜୁନ୍ 2 ତାରିଖରେ ପାନ୍ ଇଣ୍ଡିଆ ସ୍ତରରେ ମୁକ୍ତିଲାଭ କରିବ । ଏହା ଏକ ଆକ୍ସନ୍ ଫିଲ୍ମ ହେବ, ଯାହାର ଟିଜର ସାମ୍ନାକୁ ଆସିଛି । ଏହି ଟିଜରରେ ଶାହାରୁଖ ଖାନଙ୍କ ଲୁକ୍ ଦେଖିଲେ ଆପଣଙ୍କର ମଧ୍ୟ ଲୋମ ଟାଙ୍କୁରି ଉଠିବ ।

ଶାହରୁଖ ଖାନଙ୍କ ପ୍ରଡକ୍ସନ୍ ହାଉସ୍ ରେଡ୍ ଚିଲିଜ୍‌ର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ 'ଯବାନ୍' ଚଳଚ୍ଚିତ୍ରର ଟିଜର ରିଲିଜ୍ ହୋଇଛି । 1 ମିନିଟର 30 ସେକେଣ୍ଡର ଟିଜର ବହୁତ ଜବରଜସ୍ତ ରହିଛି । ଟିଜର ଆରମ୍ଭ ଶାହରୁଖ ଖାନଙ୍କଠୁ ହେଉଛି, ଯେଉଁଥିରେ ସେ ତାଙ୍କ ମୁହଁରେ ଏକ ବ୍ୟାଣ୍ଡେଜ୍ ବାନ୍ଧିଛନ୍ତି । ଫଳରେ ତାଙ୍କର ଗୋଟିଏ ଆଖି କେବଳ ଦେଖାଯାଉଛି । ଅଭିନେତାଙ୍କର ଏହି ଲୁକ୍ ଅତ୍ୟନ୍ତ ଭୟାନକ ହୋଇଛି, ଯାହାକୁ ଦେଖିଲେ ଯିଏ କେହି ବି ଡରି ଯିବ।

ରେଡ ଚିଲିଜ୍ ଏହି ଟିଜର ସହିତ କ୍ୟାପସନରେ ଲେଖିଛନ୍ତି, 'ଯେତେବେଳେ ଶାହାରୁଖ ଖାନ ଏବଂ ଅଟଲି କୁମାର ଏକାଠି ଆସିବେ, ସେତେବେଳେ କିଛି କମାଲ ହେବ । 2 ଜୁନ୍ 2023 ରେ ସିନେମାରେ ମୁକ୍ତିଲାଭ କରୁଥିବା 'ଯବାନ୍' ପାଇଁ ପ୍ରସ୍ତୁତ ହୋଇଯାଆନ୍ତୁ । ଶାହାରୁଖ ଖାନଙ୍କ ଫିଲ୍ମ ହିନ୍ଦୀରେ ତାମିଲ, ତେଲୁଗୁ, ମାଲାୟାଲମ ଏବଂ କନ୍ନଡରେ ମୁକ୍ତିଲାଭ କରିବ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details