ଓଡିଶା

odisha

Satyaprem Ki Katha BO Day 2: ଦ୍ବିତୀୟ ଦିନରେ କମିଲା ଆୟ, ଏତିକି କଲା କଲେକ୍ସନ

By

Published : Jul 1, 2023, 10:51 AM IST

ଦ୍ବିତୀୟ ଦିନରେ ଚାଲିଲାନି କାର୍ତ୍ତିକ-କିଆରାଙ୍କ ଯାଦୁ। ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନରେ ଖସିଲା କଲେକ୍ସନ। ଅଧିକ ପଢନ୍ତୁ

Satyaprem Ki Katha box office day 2 collection
Satyaprem Ki Katha box office day 2 collection

ହାଇଦ୍ରାବାଦ: କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀ ପୁଣି ଥରେ ବଲିଉଡରେ ରୋମାନ୍ସ ଏବଂ ରୋମାଣ୍ଟିକ୍ ଫିଲ୍ମ ଆଣିଛନ୍ତି । କିଆରାଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା' ଜୁନ୍ 29ରେ ଇଦ୍ ଅବସରରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଥିଲା ​​ଏବଂ ଦର୍ଶକଙ୍କ ଠାରୁ ତାଙ୍କୁ ବହୁତ ଭଲ ପାଇବା ମଧ୍ୟ ମିଳୁଥିବା ଦେଖିବାକୁ ମିଳିଥିଲା । ସମୀର ବିଦୱାନ୍ସଙ୍କ ଦ୍ୱାରା ନିର୍ଦ୍ଦେଶିତ ଏହି ଚଳଚ୍ଚିତ୍ରଟି ପ୍ରଥମ ଦିନରେ ହିଁ ଭଲ କଲେକ୍ସନ କରିଥିଲା । ଦର୍ଶକଙ୍କ ମନ ଜିତିଥିଲା କାର୍ତ୍ତିକ କିଆରା ଯୋଡି । ପ୍ରଥମ ଦିନରେ 9 କୋଟି ଆୟ କରିଥିଲା । ହେଲେ ପ୍ରଥମ ଦିନର କ୍ରେଜ ଦ୍ବିତୀୟ ଦିନରେ କମ ଦେଖିବାକୁ ମିଳିଛି ।

ଦ୍ବିତୀୟ ଦିନରେ ଏତିକି ହୋଇଛି ଆଦାୟ:'ସତ୍ୟପ୍ରେମ କି କଥା' ପୂର୍ବରୁ କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ଯୋଡି 'ଭୁଲ ଭୁଲୋ ୨'ରେ ଦେଖିବାକୁ ମିଳିଥିଲା । ଏହି ଚଳଚ୍ଚିତ୍ରଟି ମଧ୍ୟ ବକ୍ସ ଅଫିସରେ ବ୍ଲକବାଷ୍ଟର କରିଥିଲା । ଏଥି ସହିତ ବର୍ତ୍ତମାନର ଫିଲ୍ମ 'ସତ୍ୟପ୍ରେମ କି କଥା' ମଧ୍ୟ ଦର୍ଶକଙ୍କ ହୃଦୟକୁ ଛୁଉଁଛି । ଚଳଚ୍ଚିତ୍ରଟି ରିଲିଜ୍ ହେବାର ପ୍ରଥମ ଦିନରେ ସାନଦାର ଓପନିଂ କରିଥିଲା ​​ଏବଂ ବକ୍ସ ଅଫିସରେ 9.5 କୋଟି ବ୍ୟବସାୟ କରିଥିଲା । ଯଦି ଦେଖିବା କାର୍ତ୍ତିକ ଆର୍ଯ୍ୟନଙ୍କ କ୍ୟାରିୟରର ତୃତୀୟ ଓପନର କହିଲେ ଅତ୍ୟୁକ୍ତି ହେବ ନାହିଁ । ଏଥି ସହିତ, ଫିଲ୍ମ ରିଲିଜ୍ ହେବାର ଦ୍ୱିତୀୟ ଦିନରେ ଅର୍ଥାତ୍ ଶୁକ୍ରବାର ରୋଜଗାରର ପ୍ରାରମ୍ଭିକ ଆକଳନ ମଧ୍ୟ ଆସିଛି । 'ସତ୍ୟପ୍ରେମ କି କଥାର' ରୋଜଗାର ଦ୍ୱିତୀୟ ଦିନରେ ହ୍ରାସ ପାଇଛି । ଶୁକ୍ରବାର ଦିନ ଏହି ଫିଲ୍ମ ବକ୍ସ ଅଫିସରେ 7.2 କୋଟି ଟଙ୍କାର ବ୍ୟବସାୟ କରିଛି । ପ୍ରଥମ ଦିନ ଅପେକ୍ଷା ଦ୍ବିତୀୟ ଦିନ କ୍ରେଜ ଟିକେ କମିଛି । ଦ୍ବିତୀୟ ଦିନର ଆୟକୁ ମିଶାଇ ଫିଲ୍ମର ମୋଟ ଆୟ 16.25 କୋଟି ଟଙ୍କାକୁ ବୃଦ୍ଧି ପାଇଛି ।

ଏହା ମଧ୍ୟ ପଢନ୍ତୁ: Satyaprem Ki Katha: ଦର୍ଶକଙ୍କ ମନ ଜିତିଲା କାର୍ତ୍ତିକ କିଆରା ଯୋଡି, ପ୍ରଥମ ଦିନରେ 9 କୋଟି ଆୟ

ବଢିପାରେ କଲେକ୍ସନ:ଶୁକ୍ରବାର ଦିନ 'ସତ୍ୟପ୍ରେମ କି କଥାର' ସଂଗ୍ରହରେ ହ୍ରାସ ଘଟିଛି, କିନ୍ତୁ ବର୍ତ୍ତମାନ ସାପ୍ତାହିକ ଛୁଟିରେ କଲେକ୍ସନ ବଢିପାରେ ବୋଲି ନିର୍ମାତା ଆଶା ରଖିଥିବା ଜଣାପଡିଛି । ଅନୁମାନ କରାଯାଉଛି ଯେ ଏହି ଚଳଚ୍ଚିତ୍ର ଶନିବାର ଏବଂ ରବିବାର ଛୁଟିଦିନରେ ବକ୍ସ ଅଫିସରେ ପୁଣି ଧମାଲ ମଚାଇବ ଏବଂ ସାନଦାର କଲେକ୍ସନ ହେବ ।

କହିରଖୁଛୁ କି, ବକ୍ରି ଇଦ ଛୁଟିଦିନକୁ ଦୃଷ୍ଟିରେ ରଖି ନିର୍ମାତାମାନେ 'ସତ୍ୟପ୍ରେମ କି କଥା' ରିଲିଜ କରାଯାଇଥିଲା । କାର୍ତ୍ତିକ ଆର୍ଯ୍ୟନ୍ 'ସତ୍ୟପ୍ରେମ କି କଥା'ରେ ସତ୍ୟପ୍ରେମ ଅଗ୍ରୱାଲ ଭୂମିକାରେ ଅଭିନୟ କରିଛନ୍ତି । ଏଥି ସହିତ କିଆରା ଆଡଭାନୀ ଏହି ଫିଲ୍ମରେ କଥା କପାଡିଆ ଭୂମିକାରେ ଅଭିନୟ କରିଛନ୍ତି । ଏହି ଚଳଚ୍ଚିତ୍ର ସତ୍ୟପ୍ରେମ ଏବଂ କଥାର ଅନନ୍ୟ ପ୍ରେମ କାହାଣୀ ଉପରେ ଆଧାରିତ ।

ନିର୍ଦ୍ଦେଶକ ସମୀର ବିଦ୍ବାନ୍ସ ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମର ନିର୍ମାତା ହେଉଛନ୍ତି ସାଜିଦ ନାଦିଆୱାଲା । ଏହି ଚଳଚ୍ଚିତ୍ରର ବାକି ଷ୍ଟାର କାଷ୍ଟରେ ସୁପ୍ରିୟା ପାଠକ କପୁର, ଗଜରାଜ ରାଓ, ସିଦ୍ଧାର୍ଥ ରାଣ୍ଡେରିଆ, ଅନୁରାଧା ପଟେଲ, ରାଜପାଲ ଯାଦବ, ନିର୍ମିତ ସାୱନ୍ତ ଏବଂ ଶିଖା ତଲସାନିଆ ଅଛନ୍ତି । ଯଦି ଫିଲ୍ମ କଥା କହିବା ତାହେଲେ କିଆରା ଆଡଭାନୀଙ୍କୁ ତାଙ୍କ ବୟଫ୍ରେଣ୍ଡ ଧୋକା ଦେଇଛି । ଏହା ପରେ ଏଭଳି ପରିସ୍ଥିତି ଉପୁଜୁଛି ଯେ, ସତ୍ୟପ୍ରେମଙ୍କ ଇଚ୍ଛା ବିନା ବିବାହ ହେଉଛି । ଏହା ପରେ ଏହିପରି ଅନେକ ଟ୍ୱିଷ୍ଟ୍ ଏବଂ ଟର୍ନ୍ ଫିଲ୍ମରେ ଆସିଛି ଯାହାକି ବହୁତ ଆକର୍ଷଣୀୟ ହୋଇଛି । ମୋଟ ଉପରେ କହିବାକୁ ଗଲେ ଏହି ରୋମାଣ୍ଟିକ ଫିଲ୍ମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details