ଓଡିଶା

odisha

Satyaprem Ki Katha Collection: 13ତମ ଦିନରେ 70କୋଟି ପାର୍ କଲା ଫିଲ୍ମ

By

Published : Jul 12, 2023, 10:45 AM IST

'ସତ୍ୟପ୍ରେମ କି କଥା' ଏହାର ମୂଲ୍ୟଠାରୁ ଅଧିକ ରୋଜଗାର କରିଛି । ବିଶ୍ୱସ୍ତରରେ କାର୍ତ୍ତିକ ଏବଂ କିଆରାଙ୍କ ଫିଲ୍ମ 100 କୋଟିରୁ ଅଧିକ ସଂଗ୍ରହ କରିଥିବା ବେଳେ ଭାରତୀୟ ବକ୍ସ ଅଫିସରେ 70କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ଅଧିକ ପଢନ୍ତୁ

Satyaprem Ki Katha Collection: 13 ତମ ଦିନରେ 70କୋଟି ପାର୍ କଲା ଫିଲ୍ମ
Satyaprem Ki Katha Collection: 13 ତମ ଦିନରେ 70କୋଟି ପାର୍ କଲା ଫିଲ୍ମ

ହାଇଦ୍ରାବାଦ: କାର୍ତ୍ତିକ ଆର୍ଯ୍ୟନ୍ ଏବଂ କିଆରା ଆଡଭାନୀଙ୍କ ଫିଲ୍ମ 'ସତ୍ୟପ୍ରେମ କି କଥା' ପ୍ରଥମ ଦିନରୁ ଏହି ଫିଲ୍ମ ଦର୍ଶକଙ୍କଠାରୁ ବହୁତ ଭଲ ପ୍ରତିକ୍ରିୟା ପାଇଛି। ଚଳଚ୍ଚିତ୍ରଟି ଉଦଘାଟନୀ ସପ୍ତାହରେ ଏକ ଭଲ କଲେକ୍ସନ କରିଥିଲା । ପରେ ଫିଲ୍ମର ରୋଜଗାରରେ କ୍ରମାଗତ ହ୍ରାସ ରେକର୍ଡ କରାଯାଇଥିଲା । ଏହାସତ୍ତ୍ୱେ 'ସତ୍ୟପ୍ରେମ କି କଥା' ବକ୍ସ ଅଫିସରେ ଏହାର ବଜେଟ ମୂଲ୍ୟରୁ ଅଧିକ ଆୟ କରିବାରେ ସଫଳ ହୋଇଛି । 60କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ସାରା ବିଶ୍ବରେ ଏହା 100କୋଟି ଆୟ କ୍ଲବରେ ସାମିଲ ହୋଇଥିବା ବେଳେ ଭାରତୀୟ ବକ୍ସ ଅଫିସରେ 70କୋଟିରୁ ଅଧିକ କଲେକ୍ସନ କରିଛି ।

2022 ବ୍ଲକବଷ୍ଟର ଚଳଚ୍ଚିତ୍ର 'ଭୁଲ ଭୁଲେୟା-2' ପରେ 'ସତ୍ୟପ୍ରେମ କି କଥା'ରେ କାର୍ତ୍ତିକ ଆର୍ଯ୍ୟନ ଏବଂ କିଆରା ଆଡଭାନୀଙ୍କ ରୋମାନ୍ସ ପୁଣିଥରେ ଦର୍ଶକ ପସନ୍ଦ କରିଛନ୍ତି । ଯଦିଓ ଚଳଚ୍ଚିତ୍ରର ରୋଜଗାର କ୍ରମାଗତ ଭାବେ ହ୍ରାସ ପାଉଛି, କିନ୍ତୁ 'ସତ୍ୟପ୍ରେମ କି କଥା' ବକ୍ସ ଅଫିସରେ ରେକର୍ଡ ଭାଙ୍ଗିବାରେ ସଫଳ ହୋଇଛି । ଫିଲ୍ମ ରିଲିଜ ହେବାର 13ତମ ଦିନରେ ଅର୍ଥାତ୍ ଦ୍ୱିତୀୟ ମଙ୍ଗଳବାରରେ 2.10 କୋଟି ଟଙ୍କା ସଂଗ୍ରହ କରିଛି । ଏହାସହ ଫିଲ୍ମର ମୋଟ ରୋଜଗାର 70.16 କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେପଟେ ବିଶ୍ୱବ୍ୟାପୀ 100କୋଟିରୁ ଅଧିକ ଆୟ କରିଛି ।

ଏହା ମଧ୍ୟ ପଢନ୍ତୁ: 100କୋଟି କ୍ଲବରେ ‘ସତ୍ୟପ୍ରମ କି କଥା’

'ସତ୍ୟପ୍ରେମ କି କଥା' ଫିଲ୍ମରେ ସତ୍ୟପ୍ରେମ ଏବଂ କଥାର ଅନନ୍ୟ ପ୍ରେମ କାହାଣୀ ଦେଖିବାକୁ ମିଳିଛି । ତେବେ ଫିଲ୍ମଟି ଧୀରେଧୀରେ ନିଜର ରୋଜଗାର ବୃଦ୍ଧି କରୁଛି । ଏହି ଚଳଚ୍ଚିତ୍ରଟି ରିଲିଜ୍‌ର 13ଦିନ ପରେ ଘରୋଇ ବକ୍ସ ଅଫିସରେ 70 କୋଟିରୁ ଅଧିକ ରୋଜଗାର କରିଛି ଏବଂ ଏହାସହ ଫିଲ୍ମ 2023 ବର୍ଷର ତୃତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଏହିପରି ସଫଳତା ଦେଖି ଫିଲ୍ମ ଖୁବଶୀଘ୍ର ଭାରତୀୟ ବକ୍ସ ଅଫିସରେ ମଧ୍ୟ 100କୋଟି କ୍ଲବରେ ସାମିଲ ହୋଇପାରେ ବୋଲି ଆଶା କରାଯାଉଛି ।

ସୂଚନା ଥାଉ କି, ସତ୍ୟପ୍ରେମ କି କଥାର ସାଜିଦ ନାଦିଆଡୱାଲାଙ୍କ ବ୍ୟାନରରେ ନିର୍ମିତ ହୋଇଥିବା ବେଳେ ସମୀର ବିଦ୍ବାନ୍ସ ଏହାର ନିର୍ଦ୍ଦେଶନା ଦେଇଛନ୍ତି । ଏହା ଏକ ରୋମାଣ୍ଟିକ ଲଭଷ୍ଟୋରୀ ଫିଲ୍ମ ଅଟେ । ଫିଲ୍ମରେ କାର୍ତ୍ତିକ ସତ୍ୟପ୍ରେମ ଅଗ୍ରୱାଲଙ୍କ ଭୂମିକାରେ ନଜର ଆସିଛନ୍ତି । ଏଥିସହ କିଆରା କଥା କପାଡିଆ ଭୂମିକାରେ ନଜର ଆସିଛନ୍ତି । କିଆରା ଆଡଭାନୀଙ୍କୁ ତାଙ୍କ ବୟଫ୍ରେଣ୍ଡ ଧୋକା ଦେଇଛି । ଏହାପରେ ଏଭଳି ପରିସ୍ଥିତି ଉପୁଜୁଛି ଯେ, ସତ୍ୟପ୍ରେମଙ୍କ ଇଚ୍ଛା ବିନା ବିବାହ ହେଉଛି । ଏହାପରେ ଏହିପରି ଅନେକ ଟ୍ୱିଷ୍ଟ୍ ଏବଂ ଟର୍ନ୍ ଫିଲ୍ମରେ ଆସିଛି ଯାହାକି ବହୁତ ଆକର୍ଷଣୀୟ ହୋଇଛି ।

ABOUT THE AUTHOR

...view details