ହାଇଦ୍ରାବାଦ: ଆଜି ବିବାହ ବନ୍ଧନରେ ବାନ୍ଧି ହେବେ ଆଲିଆ ଓ ରଣବୀର କପୁର । ବିବାହ ପୂର୍ବରୁ ସେମାନଙ୍କ ମେହେନ୍ଦି ଓ ସଙ୍ଗୀତ ଖୁବ୍ ଧୁମ୍ଧାମ୍ରେ ପାଳିତ ହୋଇଯାଇଛି । ବର୍ତ୍ତମାନ ବରଯାତ୍ରୀକୁ ଅପେକ୍ଷା । ବରଯାତ୍ରୀ ପାଇଁ ପୂରା କପୁର ପରିବାର ସଜେଇ ହୋଇ ବସିଛନ୍ତି । ପ୍ରାୟ ତିନିରୁ ଚାରି ବର୍ଷର ସମ୍ପର୍କ ପରେ ରଣବୀର-ଆଲିଆ ଆଜି ବିବାହ ବନ୍ଧନରେ ବାନ୍ଧି ହେବେ । ବିବାହ ପରେ ରଣବୀର କପୁର ଭାବୀ ପତ୍ନୀ ଆଲିଆ ଭଟ୍ଟଙ୍କ କଥା ମାନି ସେହି କାମ କରିବାକୁ ଯାଉଛନ୍ତି, ଆଜି ପର୍ଯ୍ୟନ୍ତ କରିନଥିଲେ ।
ଉଲ୍ଲେଖନୀୟ ଯେ, କପୁର ପରିବାରର ବଙ୍ଗଳା 'ବାସ୍ତୁ'ରେ ଆଲିଆ ଏବଂ ରଣବୀର କପୁରଙ୍କ ମେହେନ୍ଦି ଏବଂ ସଂଗୀତ ସମାରୋହର କାର୍ଯ୍ୟ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ରଣବୀର କପୁରଙ୍କ ଭଉଣୀ କରୀନା କପୁର ଖାନ, କରିସ୍ମା କପୁର, ପିଉସୀ, ମାମୁଁ ଏବଂ ମାମୁଁଙ୍କ ପିଲାମାନେ ସାମିଲ ହୋଇଥିଲେ। ଏହି ସମୟରେ, ଆଲିଆଙ୍କ ଘର ପକ୍ଷରୁ ପୁରା ପରିବାର କାର୍ଯ୍ୟକ୍ରମରେ ପହଞ୍ଚିଥିଲେ ।