ପାନାଜୀ: ସୋସିଆଲ ମିଡିଆ ଅଭିନେତ୍ରୀ ତଥା ଭାରତୀୟ ଜନତା ପାର୍ଟି (ବିଜେପି) ନେତ୍ରୀ ସୋନାଲି ଫୋଗଟଙ୍କ ମୃତ୍ୟୁ ରହସ୍ୟ (Sonali Phogat death case) କ୍ରମଶଃ ଜଟିଳ ହେବାରେ ଲାଗିଛି । ସୋନାଲି ଫୋଗଟଙ୍କ ମୃତ୍ୟୁରେ ପୁଣି ଏକ ନୂଆ ଖୁଲାସା ହୋଇଛି। ଗୋଆ ପୋଲିସର ଆଇଜି ଓମବୀର ସିଂ ବିଷ୍ଣୁ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ସୋନାଲିଙ୍କୁ ଜବରଦସ୍ତ ଡ୍ରଗ୍ସ ପିଆଯାଇଥିଲା । ଆଇଜି ବିଷ୍ଣୁଙ୍କ ଅନୁଯାୟୀ ସୋନାଲିର PA ସୁଧୀର ସାଙ୍ଗୱାନ ଏବଂ ତାଙ୍କର ସହଯୋଗୀ ସୁଖବିନ୍ଦର ସିଂଙ୍କୁ ଗିରଫ କରାଯାଇଛି । ସିସିଟିଭି ଫୁଟେଜକୁ ଭିତ୍ତି କରି ଦେଖାଯାଇଥିଲା ଯେ ଅଭିଯୁକ୍ତ ସୁଧୀର ସାଙ୍ଗୱାନ ଏବଂ ତାଙ୍କ ସହଯୋଗୀ ସୁଖବିନ୍ଦର ସିଂ ସୋନାଲିଙ୍କ ସହ ଏକ କ୍ଲବରେ ପାର୍ଟି କରୁଥିଲେ।
ଏକ ଭିଡିଓରେ ଦେଖାଯାଉଛି ଯେ, ସେମାନଙ୍କ ମଧ୍ୟରୁ ଜଣେ ପୀଡିତାଙ୍କୁ ଏକ ପଦାର୍ଥ ଖାଇବାକୁ ବାଧ୍ୟ କରିଥିଲା । ପଚରାଉଚରା ବେଳେ ସୁଖବିନ୍ଦର ଏବଂ ସୁଧୀର ସ୍ୱୀକାର କରିଛନ୍ତି ଯେ ସେମାନେ ଉଦ୍ଦେଶ୍ୟମୂଳକ ଭାବେ ତରଳ ପଦାର୍ଥରେ ମିଶ୍ରଣ କରି ସୋନାଲିଙ୍କୁ କିଛି ପିଇାଇଥିଲେ । ଅତ୍ୟଧିକ ମାତ୍ରାରେ ସୋନାଲିଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବା ପରେ ଅଭିଯୁକ୍ତ ତାଙ୍କୁ ବାଥରୁମକୁ ନେଇ ଯାଇଥିଲେ । ଆଇଜିପି କହିଛନ୍ତି ଯେ, FSL ର ବିଶେଷଜ୍ଞମାନଙ୍କୁ ଡକାଯାଇଛି । ଅଧିକ ପଚରାଉଚରା ପାଇଁ ଅଭିଯୁକ୍ତଙ୍କୁ ଏକ ଟିମ୍ ସହିତ ବିଭିନ୍ନ ସ୍ଥାନକୁ ପଠାଯିବ, ଯାହା ଦ୍ବାରା ଅଧିକ ପ୍ରମାଣ ମିଳିପାରିବ ।