ଓଡିଶା

odisha

Jawan Box Office Collection: 'ଜବାନ୍' ଭାଙ୍ଗିବ 'ପଠାନ୍'ର ଲାଇଫଟାଇମ୍‌ କଲେକ୍ସନର ରେକର୍ଡ

By ETV Bharat Odisha Team

Published : Sep 23, 2023, 12:38 PM IST

ଶାହାରୁଖ ଖାନ୍ ଏବଂ ନୟନତାରା ଅଭିନୀତ ଚଳଚ୍ଚିତ୍ର ଜବାନ୍ ରିଲିଜ୍ ହେବାର 17 ତମ ଦିନରେ ପହଞ୍ଚିଛି । ଆସନ୍ତୁ ଜାଣିବା 17 ତମ ଦିନରେ ଫିଲ୍ମ କେତେ କଲେକ୍ସନ କରିବ ଏବଂ ଫିଲ୍ମ ପଠାନର ରେକର୍ଡକୁ ଭାଙ୍ଗିବ କି ନାହିଁ । ଅଧିକ ପଢନ୍ତୁ

ଜବାନ୍ ଭାଙ୍ଗିବ ପଠାନର ଲାଇଫଟାଇମ୍‌ କଲେକ୍ସନର ରେକର୍ଡ
ଜବାନ୍ ଭାଙ୍ଗିବ ପଠାନର ଲାଇଫଟାଇମ୍‌ କଲେକ୍ସନର ରେକର୍ଡ

ହାଇଦ୍ରାବାଦ: ଶାହାରୁଖ ଖାନଙ୍କ ଆକ୍ସନ୍ ଏଣ୍ଟରଟେନ୍‌ମେଣ୍ଟ ଫିଲ୍ମ 'ଜବାନ'ର ଦବ୍‌ଦବା ବକ୍ସ ଅଫିସରେ ଜାରି ରହିଛି । ଏହି ଚଳଚ୍ଚିତ୍ରଟି 7 ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିଲା ​​ଏବଂ ପ୍ରଶଂସକଙ୍କଠାରୁ ଭଲପାଇବା ପାଇଚାଲିଛି । ଏହି ଚଳଚ୍ଚିତ୍ରଟି 23 ସେପ୍ଟେମ୍ବରରେ ରିଲିଜ୍ ହେବାର 17 ତମ ଦିନରେ ପ୍ରବେଶ କରିଛି ଏବଂ ଏପର୍ଯ୍ୟନ୍ତ ଭଲ କଲେକ୍ସନ କରୁଛି । ଆସନ୍ତୁ ନଜର ପକାଇବା 17 ତମ ଦିନରେ ଫିଲ୍ମ କେତେ ରୋଜଗାର କରିଛି ଏବଂ ମୋଟ କଲେକ୍ସନ କେତେ । ଏହା ସହିତ ଜାଣିବା ଫିଲ୍ମ ଓ୍ୱାର୍ଲ୍ଡ ଓ୍ୱାଇଡ୍‌ କଲେକ୍ସନରେ 1000 କୋଟିରୁ କେତେ ଦୂର ଏବଂ ଫିଲ୍ମ କେଉଁ କେଉଁ ରେକର୍ଡ ଭାଙ୍ଗିବାକୁ ଯାଉଛି ତାହା ମଧ୍ୟ ଆମେ ଜାଣିବା ।

ଜବାନର 17 ତମ ଦିନର ରୋଜଗାର

ସାକ୍ନିଲ୍କଙ୍କ କହିବାନୁସାରେ, ଜବାନ୍ ଆଜି (23 ସେପ୍ଟେମ୍ବର) ବକ୍ସ ଅଫିସରେ 12 କୋଟି ଟଙ୍କା କଲେକ୍ସନ କରିବାକୁ ଯାଉଛି । ଏହା ସହିତ ଫିଲ୍ମର ଘରୋଇ ବକ୍ସ ଅଫିସ୍ କଲେକ୍ସନ 344 ଟଙ୍କା ଅତିକ୍ରମ କରିବ । ଆସନ୍ତୁ ଆପଣଙ୍କୁ କହିବା, ପଠାନ ଚଳଚ୍ଚିତ୍ରର ଘରୋଇ ବକ୍ସ ଅଫିସ୍ କଲେକ୍ସନ ପାଖାପାଖି 543 ଅଟେ । ଏଥିରୁ ସ୍ପଷ୍ଟ ଯେ ଶାହାରୁଖ ଖାନ ଆଜି ନିଜ ଚଳଚ୍ଚିତ୍ର ପଠାନର କଲେକ୍ସନର ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି।

ଏଥି ସହିତ, ଯଦି ଆମେ ଜବାନ ଚଳଚ୍ଚିତ୍ରର ବିଶ୍ୱବ୍ୟାପୀ କଲେକ୍ସନ ବିଷୟରେ ଆଲୋଚନା କରିବା, ତେବେ ଏହା 950 କୋଟି ଟଙ୍କା ହେବ । ଏହି ଚଳଚ୍ଚିତ୍ରଟି ବର୍ତ୍ତମାନ ମୋଟ 937 କୋଟି ଟଙ୍କା ରୋଜଗାର କରିଛି । ଦକ୍ଷିଣ ନିର୍ଦ୍ଦେଶକ ଅଟଲିଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର ଜବାନରେ ଶାହାରୁଖ ଖାନ, ନୟନତାରା, ଦୀପିକା ପାଦୁକୋନ, ସାନ୍ୟା ମାଲହୋତ୍ରା, ରିଦ୍ଧି ଡୋଗ୍ରା, ବିଜୟ ସେଥୁପତି ଏବଂ ସଞ୍ଜୟ ଦତ୍ତ ପ୍ରମୁଖ ଭୂମିକାରେ ନଜର ଆସୁଛନ୍ତି । ଚଳଚ୍ଚିତ୍ରରେ ମାସ୍ ଲେଭଲ୍‌ର ଆକ୍ସନ୍ ଦେଖିବାକୁ ମିଳିଛି । ଫିଲ୍ମ ପରି ଫିଲ୍ମ ଗୀତ ଏବଂ ଡାଇଲଗକୁ ମଧ୍ୟ ଦର୍ଶକ ବେଶ ପସନ୍ଦ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: Jawan box office collection: କମିଲା ଜବାନ କ୍ରେଜ, 16 ଦିନରେ ଖସିଲା ଆୟ

ସୂଚନାଯୋଗ୍ୟ ଯେ, ନିକଟରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ୍ ହୋଇଥିଲା ଯେଉଁଥିରେ ଶାହାରୁଖ ଖାନଙ୍କ ଜବାନର ପ୍ରୋମୋ ନ୍ୟୁୟର୍କର ପ୍ରସିଦ୍ଧ ଟାଇମ୍ସ ସ୍କୋୟାରରେ ପ୍ରଦର୍ଶିତ ହୋଇଛି । ଶାହାରୁଖ ନିଜ ଏକ୍ସରେ ଫ୍ୟାନ୍ସଙ୍କ ଦ୍ବାରା ସେୟାର ହୋଇଥିବା 2ଟି ଭିଡିଓ ରିପୋଷ୍ଟ କରିଛନ୍ତି । ଏହାକୁ ସେୟାର କରି ଅଭିନେତା ପ୍ରତିକ୍ରିୟା ମଧ୍ୟ ଦେଇଛନ୍ତି । ଶାହାରୁଖ ଏନେଇ ଫ୍ୟାନ୍ସଙ୍କୁ ଧନ୍ୟବାଦ ଜଣାଇଛନ୍ତି । କିଙ୍ଗ ଖାନ ଲେଖିଛନ୍ତି, "ଧନ୍ୟବାଦ। ଏହା ବହୁତ ସୁନ୍ଦର। ମୁଁ ଆଶା କରୁଛି ଟାଇମ୍ସ ସ୍କୋୟାରର ଏହାକୁ ଦେଖି ଲୋକମାନେ ପସନ୍ଦ କରିଥିବେ । ହା ହା...। ଏହା ସେଠାରେ ପ୍ରଦର୍ଶନ ପାଇଁ ସମ୍ଭବପର କରାଇଥିବାରୁ ଧନ୍ୟବାଦ।"

ABOUT THE AUTHOR

...view details