ଓଡିଶା

odisha

Fukrey ୩ Collection: ୱାର୍ଲଡ୍‌ ୱାଇଡ୍‌ରେ ୧୦୦କୋଟି କ୍ଲବରେ ସାମିଲ ହେଲା ଫୁକରେ ୩

By ETV Bharat Odisha Team

Published : Oct 10, 2023, 9:44 PM IST

ବକ୍ସ ଅଫିସରେ ଫୁକରେ 3 ଧମାକା କରୁଛି। କମେଡି ଭରପୁର ରହିଥିବା ଏହି ଫିଲ୍ମ ବର୍ତ୍ତମାନ ୧୦୦କୋଟି କ୍ଲବରେ ସାମିଲ ହୋଇଛି । ଅଧିକ ପଢନ୍ତୁ

Fukrey ୩ Collection: ୧୦୦କୋଟି କ୍ଲବରେ ସାମିଲ ହେଲା ଫୁକରେ ୩
Fukrey ୩ Collection: ୧୦୦କୋଟି କ୍ଲବରେ ସାମିଲ ହେଲା ଫୁକରେ ୩

ହାଇଦ୍ରାବାଦ: ବଲିଉଡର ଲୋକପ୍ରିୟ ଫ୍ରାଞ୍ଚାଇଜ୍ ଫୁକରେର ତୃତୀୟ ଭାଗ ବକ୍ସ ଅଫିସରେ ଦିନକୁ ଦିନ ଭଲ ପ୍ରଦର୍ଶନ କରୁଛି । ସେପ୍ଟେମ୍ବର 28ରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ର ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଛି । ଫିଲ୍ମଟି ଓପନିଂ ଦିନରେ ମୋଟ 8.82 କୋଟି ଟଙ୍କା ଆୟ କରିଥିଲା । କେବଳ ଯେ ଭାରତ ନୁହେଁ ବିଶ୍ବରେ ଫିଲ୍ମର କ୍ରେଜ ଦେଖିବାକୁ ମିଳିଛି । ବର୍ତ୍ତମାନ ଏହି ଫିଲ୍ମ ବିଶ୍ବ ବକ୍ସ ଅଫିସରେ ମାତ୍ର ୧୨ ଦିନ ମଧ୍ୟରେ ୧୦୦କୋଟି କ୍ଲବରେ ସାମିଲ ହୋଇ ଆଉ ଏକ ମାଇଲକୁଣ୍ଟ ହାସଲ କରିଛି ।

'ଫୁକରେ' 'ଅଭିନେତା ପୁଲକିତ ସମ୍ରାଟ ତାଙ୍କ ଅଫିସିଆଲ ଇନଷ୍ଟାଗ୍ରାମରେ ତାଙ୍କ ନୂଆ ଚଳଚ୍ଚିତ୍ରର ପୋଷ୍ଟର ସହ ବିଶ୍ୱବ୍ୟାପୀ କଲେକ୍ସନର ତଥ୍ୟ ସେୟାର କରିଛନ୍ତି । ଏବଂ ଫିଲ୍ମକୁ ଏତେ ମାତ୍ରାରେ ଭଲପାଇବା ଦେଇଥିବା ନେଇ ପୁଲକିତ ପ୍ରଶଂସକ ଏବଂ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି, '100 କୋଟି ପାଇଁ ଅନେକ ଶୁଭେଚ୍ଛା । ସମସ୍ତଙ୍କ ଭଲପାଇବା ପାଇଁ ବହୁତ ବହୁତ ଧନ୍ୟବାଦ ।

ଛଅ ବର୍ଷ ପରେ, ଫୁକରେର ତୃତୀୟ ଭାଗ ରିଲିଜ ହୋଇଛି । ଚଳଚ୍ଚିତ୍ରର ପ୍ରଥମ ଭାଗ 2013 ମସିହାରେ ଏବଂ ଦ୍ୱିତୀୟଟି 2017ରେ ରିଲିଜ ହୋଇଥିଲା । ପ୍ରଥମ ଏବଂ ୨ୟ ବାଗ ପରି ୩ୟ ଭାଗ ମଧ୍ୟ ଲୋକଙ୍କୁ ହସାଇ ବେଦମ କରୁଛି । ତେବେ ଏଥିରେ ବି ଅଭିନେତା ପୁଲକିତ ସମ୍ରାଟ, ବରୁଣ ଶର୍ମା, ପଙ୍କଜ ତ୍ରିପାଠୀ, ରିଚା ଚଢା, ମଞ୍ଜୋତ୍ ସିଂ ଏବଂ ଅନ୍ୟ ତାରକାଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ବକ୍ସ ଅଫିସରେ ଦ ଭ୍ୟାକ୍ସିନ୍ ୱାର ସହ ପ୍ରତିଦ୍ବନ୍ଦ୍ବିତା କରୁଛି। ଏପରିକି ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ରିଲିଜ ହୋଇଥିବା 'ଚନ୍ଦ୍ରମୁଖୀ ୨', 'ମିଶନ ରାନିଗଞ୍ଜ' ଏବଂ 'ଥ୍ୟାଙ୍କ ୟୁ ଫର୍ କମିଙ୍ଗ'କୁ ବି ଫଛରେ ପକାଇଛି। ଏହି ଚଳଚ୍ଚିତ୍ରଟି ଭାରତୀୟ ବକ୍ସ ଅଫିସରେ ଫିଲ୍ମ ଏପର୍ଯ୍ୟନ୍ତ 77 କୋଟିରୁ ଅଧିକ ଆୟ କରିଛି। ଏଥି ସହିତ ବିଦେଶରେ 100 କୋଟି ଟଙ୍କା ଆୟ କରିବାରେ ସଫଳ ହୋଇଛି ।

ଏହା ମଧ୍ୟ ପଢନ୍ତୁ:'ଦ ଭ୍ୟାକ୍ସିନ୍ ଓ୍ୱାର' ଏବଂ 'ଚନ୍ଦ୍ରମୁଖୀ 2'କୁ ପଛରେ ପକାଇଲା ଫୁକ୍‌ରେ

ଘରୋଇ ବକ୍ସ ଅଫିସ୍ ବିଷୟରେ କହିବାକୁ ଗଲେ, ସାକ୍‌ନିକ୍‌ଙ୍କ ରିପୋର୍ଟ ଅନୁଯାୟୀ, 'ଫୁକରେ 3' ଦ୍ୱିତୀୟ ସୋମବାର ଅର୍ଥାତ୍ ରିଲିଜ୍ ହେବାର ଦ୍ୱାଦଶ ଦିନରେ 1.50 କୋଟି ଟଙ୍କା ଆୟ କରିଛି । ଏହାପରେ ଫିଲ୍ମର ମୋଟ ରୋଜଗାର ବର୍ତ୍ତମାନ 77.96 କୋଟିରେ ପହଞ୍ଚିଛି । ନୂଆ ଚଳଚ୍ଚିତ୍ରର ଭିଡ଼ ମଧ୍ୟରେ ବକ୍ସ ଅଫିସରେ 'ଫୁକରେ 3' ନିଜର ଦୃଢତା ବଜାୟ ରଖିଛି । ଚଳଚ୍ଚିତ୍ରଟି ଖୁବଶୀଘ୍ର ଭାରତୀୟ ବକ୍ସ ଅଫିସରେ ବି ୧୦୦ କୋଟି ଆୟ କରିବ ବୋଲି ଅନୁମାନ କରାଯାଉଛି ।

ABOUT THE AUTHOR

...view details