ଓଡିଶା

odisha

ମନ ଜିତୁଛି ରଣବୀରଙ୍କ ଫିଲ୍ମ, ପ୍ରଥମ ସପ୍ତାହରେ ତ୍ରିପଲ ସେଞ୍ଚୁରୀ କଲା 'ଆନିମଲ'

By ETV Bharat Odisha Team

Published : Dec 8, 2023, 4:57 PM IST

Animal Box Office Collection Day 7: ବକ୍ସ ଅଫିସରେ ଦିନକୁ ଦିନ ବଢିବାରେ ଲାଗିଛି ଆନିମଲ କ୍ରେଜ । ପ୍ରଥମ ସପ୍ତାହରେ ଫିଲ୍ମ ଭାରତରେ ତ୍ରିପଲ ସେଞ୍ଚୁରୀ ପାର୍ କରିଛି । କେବଳ ଭାରତ ନୁହେଁ ବିଶ୍ବରେ ବି ଫିଲ୍ମ ଧମାକା କରୁଛି । ବର୍ତ୍ତମାନ ମୋଟ କେତେ ଆୟ କରିଛି ଜାଣନ୍ତୁ ।

ମନ ଜିତୁଛି ରଣବୀରଙ୍କ ଫିଲ୍ମ, ପ୍ରଥମ ସପ୍ତାହରେ ତ୍ରିପଲ ସେଞ୍ଚୁରୀ କଲା 'ଆନିମଲ'
ମନ ଜିତୁଛି ରଣବୀରଙ୍କ ଫିଲ୍ମ, ପ୍ରଥମ ସପ୍ତାହରେ ତ୍ରିପଲ ସେଞ୍ଚୁରୀ କଲା 'ଆନିମଲ'

ହାଇଦ୍ରାବାଦ: ରଣବୀର କପୁରଙ୍କ ଅଭିନୀତ ନିକଟରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ଆନିମଲ୍ ଚଳିତ ବର୍ଷର ସବୁଠାରୁ ଅଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି । ଏହି ଫିଲ୍ମ ଲୋକଙ୍କ ମନ ଜିତୁଛି । ଭାରତ ସମେତ ବିଶ୍ବ ବକ୍ସ ଅଫିସରେ ଧୂଆଁଧାର ପ୍ରଦର୍ଶନ କରୁଛି ଫିଲ୍ମ । ଆନିମଲ ରିଲିଜର ଏକ ସପ୍ତାହ ହୋଇଛି । ଏହି ଫିଲ୍ମ ବିଶ୍ବରେ ୫୬୩.୩ କୋଟି ଟଙ୍କା ଆୟ କରି ସଫଳତା ହାସଲ କରିଛି । ଏଥିସହ ଭାରତରେ ମୋଟ ୩୫୦ କୋଟି ପାଖାପାଖି ଆୟ କରିଛି ।

ଶୁକ୍ରବାର ଦିନ ଫିଲ୍ମର ନିର୍ମାତାମାନେ ଇନଷ୍ଟାଗ୍ରାମରେ ଆନିମଲର ବିଶ୍ବବ୍ୟାପୀ ବକ୍ସ ଅଫିସ୍ ଅପଡେଟ୍ ସେୟାର କରିଛନ୍ତି । ପୋଷ୍ଟର କ୍ୟାପସନରେ ଲେଖାଅଛି, "ଏପିକ୍ ଟ୍ରିମ୍ଫ୍ ଆନିମଲ୍।" ଏହି ପୋଷ୍ଟରରେ ରଣବୀର କାନ୍ଧରେ ବନ୍ଧୁକ ଧରିଥିବାର ଦେଖିବାକୁ ମିଳିଥିବା ବେଳେ ୫୬୩.୩ କୋଟି ଟଙ୍କାର ବିଶ୍ୱବ୍ୟାପୀ ଆୟ କରିଥିବା ଦର୍ଶାଯାଇଛି । ଏଥିସହ ରଣବୀର ଖୁବଶୀଘ୍ର ତାଙ୍କ ପୂର୍ବ ବ୍ଲକବଷ୍ଟର 'ସଞ୍ଜୁ'ର ରେକର୍ଡ ଭାଙ୍ଗିବାକୁ ଯାଉଛି । 'ସଞ୍ଜୁ' ବିଶ୍ବ ବକ୍ସ ଅଫିସରେ ୫୮୬.୮୫ କୋଟି ଟଙ୍କା ଆୟ କରିଥିଲା ।

ଇଣ୍ଡଷ୍ଟ୍ରି ଟ୍ରାକର ସାକ୍ନିଲ୍କଙ୍କ ରିପୋର୍ଟ ଅନୁଯାୟୀ 'ଆନିମଲ' ଭାରତୀୟ ବକ୍ସ ଅଫିସରେ ୩୩୭.୫୮ କୋଟି ଆୟ କରିଛି । ଭାରତରେ ମୁକ୍ତିଲାଭ କରିବାର ସପ୍ତମ ଦିନରେ ଆନିମଲ ୩୩.୪୫ କୋଟି ଟଙ୍କା ଆୟ କରିଥିବା ବେଳେ ଏହାର ମୋଟ କଲେକ୍ସନ ୩୩୭.୫୮କୋଟିକୁ ପହଞ୍ଚିଛି । ଏହି ସଫଳତାର ସହ ଆନିମଲ ପଠାନ ଏବଂ ଗଦର 2କୁ ପଛରେ ପକାଇଛି । ଯାହା ଯଥାକ୍ରମେ ୩୩୦.୨୫ କୋଟି ଏବଂ ୨୮୪.୬୩ କୋଟି ଟଙ୍କା ଆୟ କରିଥିଲା । କିନ୍ତୁ ଏହା ଜବାନକୁ ପଛରେ ପକାଇ ପାରିନି । ଜବାନ ସପ୍ତାହକ ମଧ୍ୟରେ ୩୬୭.୫ କୋଟି ଟଙ୍କା କଲେକ୍ସନ କରିଥିଲା ।

ଏହା ମଧ୍ୟ ପଢନ୍ତୁ:ଆନିମଲରେ ଇଣ୍ଟିମେଟ ସିନକୁ ନେଇ ମୁହଁ ଖୋଲିଲେ ତ୍ରିପ୍ତୀ, କିପରି ସହଯୋଗ କରିଥିଲେ ପୁରା ଟିମ୍‌

ଡିସେମ୍ବର ୧ରେ ସନ୍ଦୀପ ରେଡ୍ଡୀ ଭଙ୍ଗାଙ୍କ ନିର୍ଦ୍ଦେଶିତ ଫିଲ୍ମ 'ଆନିମଲ' ରିଲିଜ ହେବା ପୂର୍ବରୁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଫିଲ୍ମ ସାର୍ଟିଫିକେଟ୍ ଚରିତ୍ରମାନଙ୍କ ମଧ୍ୟରେ ଇଣ୍ଟିମେଟ ସିନ ସମେତ ସନ୍ଦୀପ ଭଙ୍ଗା ରେଡ୍ଡୀଙ୍କ ଫିଲ୍ମକୁ ଆଠଟି ସିନ କଟ୍ କରିବାକୁ ପରାମର୍ଶ ଦେଇଥିଲେ । ସାର୍ଟିଫିକେଟ୍ ଅନୁଯାୟୀ, ଇଣ୍ଟିମେଟ ସିନ କ୍ରମରେ ରଣବୀର ଓରଫ ବିଜୟ ଏବଂ ତ୍ରିପ୍ତୀ ଓରଫ ଜୋୟାଙ୍କ କ୍ଲୋଜ ଅପ୍ ସଟ୍ ହଟାଯାଇଥିଲା । ଅନୀଲ କପୁର ଏହି ଚଳଚ୍ଚିତ୍ରରେ ରଣବୀରଙ୍କ ବାପା ହୋଇଥିବା ବେଳେ ରଶ୍ମିକା ରଣବୀରଙ୍କ ସ୍ତ୍ରୀ ଭାବେ ନଜର ଆସିଛନ୍ତି । ସେହିପରି ବବି ଦେଓଲ ଏହି ଫିଲ୍ମରେ ଖଳନାୟକ ଭୂମିକାରେ ନଜର ଆସିଛନ୍ତି । ବବି ଦେଓଲଙ୍କ ଆକ୍ସନ ଏବଂ ରଣବୀରଙ୍କ ଆକ୍ସନ ବି ଦର୍ଶକଙ୍କ ବେଶ ଦୃଷ୍ଟି ଆକର୍ଷଣ କରିଛି ।

ABOUT THE AUTHOR

...view details