ହାଇଦ୍ରାବାଦ: ସାଉଥ୍ ସୁପରଷ୍ଟାର୍ ପ୍ରଭାସ ଏବଂ କ୍ରିତି ସାନନ୍ ଆଜିକାଲି ଫିଲ୍ମ 'ଆଦିପୁରୁଷ' (Adipurush)କୁ ନେଇ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ଟିଜର ଭିଡିଓ ରିଲିଜ୍ କରାଯାଇଛି । ଏହି ଅବସରରେ ଉଭୟ କଳାକାର ଅଯୋଧ୍ୟାରେ ପହଞ୍ଚି ପ୍ରଭୁ ରାମଙ୍କ ଆଶୀର୍ବାଦ ନେଇଥିଲେ, ଯାହାର ଫଟୋ ଓ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହାରି ମଧ୍ୟରେ ଟିଜର ଲଞ୍ଚ ସମୟର ଆଉ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ପ୍ରଭାସ ତାଙ୍କ କୋ-ଷ୍ଟାର କ୍ରିତିଙ୍କ ହାତ ଧରିଥିବାର ନଜର ଆସିଛି ।
'ଆଦିପୁରୁଷ'ର ଟିଜର ଲଞ୍ଚ ପୂର୍ବରୁ ପ୍ରଭାସ ଏବଂ କ୍ରିତି ସାନନ ଅଯୋଧ୍ୟାରେ ଶ୍ରୀରାମଙ୍କୁ ଦର୍ଶନ କରିଛନ୍ତି । ଉଭୟ ତାରକା ଭଗବାନ ରାମଙ୍କ ଆଶୀର୍ବାଦ ନେଇଛନ୍ତି । ଚଳଚ୍ଚିତ୍ରର ଟିଜର ଭିଡିଓ ମୁମ୍ବାଇରେ ରିଲିଜ ହୋଇଛି । ଏହି ସମୟରେ ତାଙ୍କୁ ଏକ ସୁନ୍ଦର ଲେହେଙ୍ଗାରେ ଦେଖିବାକୁ ମିଳିଥିଲା । ଏଥି ସହିତ କ୍ରିତିଙ୍କ ସହ ଅଭିନେତା ପ୍ରଭାସଙ୍କୁ ଧଳା କୁର୍ତ୍ତା ଏବଂ ପାଇଜାମାରେ ଦେଖିବାକୁ ମିଳିଥିଲା । ଏହି ସମୟରେ ସମସ୍ତଙ୍କ ନଜର ଏହି ଯୋଡିଙ୍କ ଉପରେ ଲାଖି ରହିଥିଲା ।