ଓଡିଶା

odisha

ସମ୍ବଲପୁର ବିଶ୍ବବିଦ୍ୟାଳୟ ପାଳିଲା 31ତମ ସମାବର୍ତ୍ତନ ଉତ୍ସବ

By

Published : Apr 22, 2022, 10:45 PM IST

କୋଭିଡ କାରଣରୁ 2 ବର୍ଷ ପରେ ସମ୍ବଲପୁର ବିଶ୍ବବିଦ୍ୟାଳୟର 31 ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ । କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଏବଂ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଯୋଗ ଦେଇଛନ୍ତି । ଅଧିକ ପଢନ୍ତୁ

ସମ୍ବଲପୁର ବିଶ୍ବବିଦ୍ୟାଳୟର 31 ତମ ସମାବର୍ତ୍ତନ ଉତ୍ସବ
ସମ୍ବଲପୁର ବିଶ୍ବବିଦ୍ୟାଳୟର 31 ତମ ସମାବର୍ତ୍ତନ ଉତ୍ସବ

ସମ୍ବଲପୁର: ସମ୍ବଲପୁର ବିଶ୍ବବିଦ୍ୟାଳୟର 31 ତମ ସମାବର୍ତ୍ତନ ଉତ୍ସବ ଅନୁଷ୍ଠିତ ହୋଯାଇଛି। COVID-19 ମହାମାରୀ କଟକଣା କାରଣରୁ 2 ବର୍ଷର ବ୍ୟବଧାନ ପରେ ବିଶ୍ବବିଦ୍ୟାଳୟର ସମାବର୍ତ୍ତନ ଉତ୍ସବ ପାଳିତ ହୋଇଛି । ଏହି ଉତ୍ସବରେ କୁଳାଧିପତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ ଏବଂ ମୁଖ୍ୟ ଅତିଥି ଭାବେ ଦକ୍ଷତା ବିକାଶ ଅଧ୍ୟକ୍ଷ ସୁବ୍ରତ ବାଗଚୀ ଯୋଗ ଦେଇଛନ୍ତି ।

ସମ୍ବଲପୁର ବିଶ୍ବବିଦ୍ୟାଳୟର 31 ତମ ସମାବର୍ତ୍ତନ ଉତ୍ସବ

ଆଜିର ଏହି କାର୍ଯ୍ୟକ୍ରମରେ 184 ଜଣ ପିଏଚ୍‌ଡି ଓ ପୋଷ୍ଟ ପିଏଚ୍‌ଡି ଡିଗ୍ରୀ ସାଟିଫିକେଟ ଛାତ୍ରଛାତ୍ରୀଙ୍କୁ ପ୍ରଦାନ କରାଯାଇଛି । ସେହିପରି 101 ଜଣ ଛାତ୍ରଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯାଇଛି । ସମ୍ବଲପୁର ବିଶ୍ବବିଦ୍ୟାଳୟ ଅନ୍ତର୍ଗତ 6ଟି ଜିଲ୍ଲାର 151 କଲେଜ ମାନଙ୍କରେ 2 ବର୍ଷ ମଧ୍ୟରେ ଉତ୍ତୀର୍ଣ୍ଣ ହୋଇଥିବା 60 ହଜାର 550 ଜଣ ଛାତ୍ରଛାତ୍ରୀଙ୍କୁ ମଧ୍ୟ ପିଜି ଓ ୟୁଜି ସାର୍ଟିଫିକେଟ ପ୍ରଦାନ କରାଯାଇଛି ।

ସେହିପରି ପଦ୍ମଶ୍ରୀ ମେଜର ଇଗ୍ନେଶ ତିର୍କୀଙ୍କୁ ସମ୍ମାନସୂଚକ ଡି ଲିଟ ଉପାଧି ଓ ସୁବାଷ ଚନ୍ଦ୍ର ଗୁପ୍ତାଙ୍କୁ ମଧ୍ୟ ସଫଳ ଉଦ୍ୟୋଗୀ ହେବା ପାଇଁ ସମ୍ମାନସୂଚକ ଡିଲିଟ୍‌ ଉପାଧିରେ ସମ୍ମାନିତ କରାଯାଇଥିଲା । ଆଜିର ଏହି ସମାବର୍ତ୍ତନ ଉତ୍ସବରେ ଛାତ୍ରଛାତ୍ରୀଙ୍କ ସହ ବହୁ ମାନ୍ୟଗନ୍ୟ ବ୍ୟକ୍ତି ସାମିଲ ହୋଇଥିଲେ ।

ସମ୍ବଲପୁରରୁ ବାଦଶାହା ଜୁଷ୍ମନ ରଣା, ଇଟିଭି ଭାରତ

ABOUT THE AUTHOR

...view details