ଓଡିଶା

odisha

ରାଉରକେଲାରେ ବାମପନ୍ଥୀ ଦଳ ପକ୍ଷରୁ CAAକୁ ବିରୋଧ

By

Published : Dec 19, 2019, 3:12 PM IST

ରାଉରକେଲାରେ ସିପିଆଇ, ସିପିଆଇ ଏମମଏଲ ଓ ସିପିଆଇ ଏମ ପକ୍ଷରୁ ନାଗରିକତା ସଂଶୋଧନ ଆଇନକୁ ବିରୋଧ । ଅଧିକ ପଢନ୍ତୁ....

Protest againest CAA in rourkela
ଫଟୋ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ରାଉରକେଲା: ରାଉରକେଲାରେ ନାଗରିକତା ସଂଶୋଧନ ଆଇନକୁ ବିରୋଧ । ଏହା ଦ୍ବାରା ଦେଶ ବିଭାଜନର ରାସ୍ତା ଖୋଲିବ ବୋଲି ଅଭିଯୋଗ କରି ବୁଧବାର ଏହି ଆଇନ ପ୍ରତ୍ୟାହାର ଦାବି କରି ସିପିଆଇ, ସିପିଆଇ(ଏମ), ସିପିଆଇ (ଏମମଏଲ) ପକ୍ଷରୁ ରାଉରକେଲାର ଉଦିତନଗର ସ୍ଥିତ ବି.ଆର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ସାମ୍ନାରେ ଗଣଧାରଣା ଦିଆଯାଇଥିଲା।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ରାଉରକେଲା

ସମ୍ବିଧାନକୁ ବଞ୍ଚାଇବା ପାଇଁ ହୋଇଥିବା ଏହି ଗଣଧାରଣାରେ କଂଗ୍ରେସ ନେତା ତଥା ପୂର୍ବତନ ବିଧାୟକ ପ୍ରଭାତ ମହାପାତ୍ର ମଧ୍ୟ ଯୋଗଦେଇଥିଲେ।

ତେବେ ଅଭିଯୋଗ ଅନୁଯାୟୀ, 2024 ମଧ୍ୟରେ ନାଗରିକ ପଞ୍ଜିକରଣ ଶେଷ ହେବ ତଥା ଯେଉଁ ଭାରତୀୟ ମାନେ ନିଜର ନାଗରିକତା ପ୍ରମାଣପତ୍ର ଦେଇପାରିବେ ନାହିଁ ସେହିମାନେ ଦେଶ ହରା ହେବେ। ଏହା ଦ୍ବାରା ଦେଶ ବିଭାଜନ ହେବ ବୋଲି ଆନ୍ଦୋଳନକାରୀ ମାନେ କହିଛନ୍ତି ।

ରାଉରକେଲାରୁ ରାଜେନ୍ଦ୍ର ନାଥ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details