ଓଡିଶା

odisha

ଜଗନ୍ନାଥଙ୍କ ଗୁପ୍ତ ରୀତିନୀତି ଫଟୋ ଭାଇରାଲ ଘଟଣା, ଦଇତାପତି-ସଂସ୍କୃତି ଗବେଷକ ମୁହାଁମୁହିଁ

By

Published : Jul 29, 2019, 7:33 PM IST

Updated : Jul 29, 2019, 7:39 PM IST

ଜଗନ୍ନାଥଙ୍କ ଗୁପ୍ତ ରୀତିନୀତି ଫଟୋ ଭାଇରାଲ ଘଟଣାରେ ଦଇତାପତି-ସଂସ୍କୃତି ଗବେଷକ ମୁହାଁମୁହିଁ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏପରି କାର୍ଯ୍ୟକୁ ନିନ୍ଦା କରୁଥିବାବେଳେ ଦଇତାପତି ଏହା କୌଣସି ଭୁଲ ନୁହେଁ ବୋଲି କହିଛନ୍ତି ।

ଡିଜାଇନ ଫଟୋ

ପୁରୀ: ଜଗନ୍ନାଥଙ୍କ ଗୁପ୍ତ ରୀତିନୀତି ଫଟୋ ଭାଇରାଲ ଘଟଣାରେ ଦଇତାପତି-ସଂସ୍କୃତି ଗବେଷକ ମୁହାଁମୁହିଁ । ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଏପରି କାର୍ଯ୍ୟକୁ ନିନ୍ଦା କରୁଥିବାବେଳେ ଦଇତାପତି ଏହା କୌଣସି ଭୁଲ ନୁହେଁ ବୋଲି କହିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ପୁରୀ

ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ ଡକ୍ଟର ନରେଶ ଦାସ ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରିଛନ୍ତି। ଶ୍ରୀମନ୍ଦିରର ରୀତିନୀତି ସ୍ବତନ୍ତ୍ର। ଏହା ବାହାରେ କୌଣସି ଜାଗାରେ କରିବା ଠିକ ନୁହେଁ ବୋଲି ଶ୍ରୀଜଗନ୍ନାଥ ସଂସ୍କୃତି ଗବେଷକ କହିଛନ୍ତି।

ସେପଟେ ବରିଷ୍ଠ ଦଇତାପତି ସେବକ ବିନାୟକ ଦାସ ମହାପାତ୍ରଙ୍କ ଏହାକୁ ନେଇ ଭିନ୍ନ ମତ। ମହାପ୍ରଭୁଙ୍କ ସେବକମାନେ ତାଙ୍କ ଜଜମାନ୍‌ଙ୍କ ଘରକୁ ଯାଇ ଏଭଳି କରିଥାନ୍ତି । ତାହାବି ଅତ୍ୟନ୍ତ ନିଷ୍ଠାର ସହିତ। ଏଣୁ ଏହା ସେଭଳି ଭୁଲ କାର୍ଯ୍ୟ ବୋଲି କହିବା ଠିକ ନୁହେଁ ବୋଲି ସେ କହିଛନ୍ତି ।

ସୂଚନା ଥାଉକି, ଗତକାଲି(ରବିବାର) ଠାରୁ ସୋସିଆଲ ମିଡିଆରେ ଶ୍ରୀମନ୍ଦିର ସେବାପୂଜା କରୁଥିବା କିଛି ସେବକ ମହାପ୍ରଭୁଙ୍କ ଗୁପ୍ତ ସେବା ବାହାର ମନ୍ଦିରରେ କରୁଥିବା ଫଟୋ ଭାଇରାଲ ହୋଇଥିଲା।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

Last Updated : Jul 29, 2019, 7:39 PM IST

ABOUT THE AUTHOR

...view details