ଓଡିଶା

odisha

ପ୍ରଧାନମନ୍ତ୍ରୀ ମାଆଙ୍କ ୧୦୦ତମ ଜନ୍ମଦିବସ, ନୀଳଚକ୍ରରେ ବାନା ବାନ୍ଧିଲେ ସେବାୟତ

By

Published : Jun 19, 2022, 10:48 PM IST

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ଶନିବାର ୧୦୦ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ନୀଳଚକ୍ରରେ ବାନା ବାନ୍ଧିଲେ ସେବାୟତ । ଅଧିକ ପଢନ୍ତୁ

ପ୍ରଧାନମନ୍ତ୍ରୀ ମାଆଙ୍କ ୧୦୦ତମ ଜନ୍ମଦିବସ, ନୀଳଚକ୍ରରେ ବାନା ବାନ୍ଧିଲେ ସେବାୟତ
ପ୍ରଧାନମନ୍ତ୍ରୀ ମାଆଙ୍କ ୧୦୦ତମ ଜନ୍ମଦିବସ, ନୀଳଚକ୍ରରେ ବାନା ବାନ୍ଧିଲେ ସେବାୟତ

ପୁରୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାଆ ହୀରାବେନ ଶନିବାର ୧୦୦ ବର୍ଷରେ ପାଦ ଥାପିଛନ୍ତି । ଏହି ଅବସରରେ ସେବାୟତ ଶ୍ରୀମନ୍ଦିରର ନୀଳଚକ୍ରରେ ବାନା ବାନ୍ଧି ହୀରାବେନଙ୍କ ଦୀର୍ଘାୟୁ କାମନା କରିଛନ୍ତି । ମଧୁସୂଦନ ସିଂହାରୀ ଏହି ପତିତପାବନ ବାନା ବାନ୍ଧିଛନ୍ତି ।

ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ୩୨୨ ଟଙ୍କାର ରସିଦ କାଟିଲେ ସେବାୟତ

ଶ୍ରୀଜଗନ୍ନାଥ ମନ୍ଦିର କାର୍ଯ୍ୟାଳୟରେ ୩୨୨ ଟଙ୍କାର ରସିଦ କାଟି ହୀରାବେନଙ୍କ ପାଇଁ ବାନା ବାନ୍ଧି ତାଙ୍କର ଆଶୁ ଆରୋଗ୍ୟ କାମନା କରିବା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୀର୍ଘାୟୁ କାମନା କରିଛନ୍ତି । ଏଥିସହିତ ପ୍ରଧାନମନ୍ତ୍ରୀ ଓ ତାଙ୍କ ମାଆଙ୍କ ମଙ୍ଗଳ ମନାସି ମହାପ୍ରଭୁଙ୍କ ନିକଟରେ ଦୀପଦାନ କରିଥିବା କହିଛନ୍ତି । ଗତକାଲି ତଥା ଜୁନ ୧୮ ତାରିଖରେ ମୋଦିଙ୍କ ମାଆ ୧୦୦ ବର୍ଷରେ ପାଦ ଦେଇଛନ୍ତି ।

ପ୍ରଧାନମନ୍ତ୍ରୀ ମାଆଙ୍କ ୧୦୦ତମ ଜନ୍ମଦିବସ, ନୀଳଚକ୍ରରେ ବାନା ବାନ୍ଧିଲେ ସେବାୟତ
ସେବାୟତ ମଧୁସୂଦନ ସିଂହାରୀ
ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ସେବାୟତ ମଧୁସୂଦନ ସିଂହାରୀ
ସେବାୟତ ମଧୁସୂଦନ ସିଂହାରୀ

ଏହା ବି ପଢନ୍ତୁ- ମା’ଙ୍କ ଜନ୍ମଦିନରେ ପିଲାଦିନକୁ ମନେ ପକାଇଲେ ପ୍ରଧାନମନ୍ତ୍ରୀ, ଇଦରେ ମା’ ରାନ୍ଧୁଥିଲେ ସ୍ବତନ୍ତ୍ର ବ୍ୟଞ୍ଜନ

ଏହି ଅବସରରେ ମୋଦି ଗୁଜୁରାଟ ଗସ୍ତ କରି ମାଆଙ୍କୁ ଭେଟିବା ସହ ପିଲାଦିନକୁ ମନେ ପକାଇ ଭାବୁକ ହୋଇଥିଲେ । ଏହାସହ ନିଜ ପିଲାଦିନ ଓ ମା’ଙ୍କ ତ୍ୟାଗ ମନେ ପକାଇ ନିଜ ଓ୍ବେବସାଇଟରେ ଏକ ବ୍ଲଗ ମଧ୍ୟ ଲେଖିଛନ୍ତି । ଏହି ବ୍ଲଗରେ ବେଶ ଭାବପ୍ରବଣ ନଜର ଆସିଛନ୍ତି ମୋଦି ।

ଇଟିଭି ଭାରତ, ପୁରୀ

ABOUT THE AUTHOR

...view details