ଓଡିଶା

odisha

ସ୍ବର୍ଗଧାମ ପାଇଁ ରାଜ୍ୟପାଳ ପ୍ରଦାନ କଲେ 1 ଲକ୍ଷ ଟଙ୍କା

By

Published : Dec 24, 2019, 6:41 AM IST

ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଖପୁରିଆ ଅଞ୍ଚଳରେ ହୋଇଥିବା ସ୍ବର୍ଗଧାମକୁ ଉଦଘାଟନ କରିଛନ୍ତି ।

ସ୍ବର୍ଗଧାମ ଉଦଘାଟିତ
ସ୍ବର୍ଗଧାମ ପାଇଁ ରାଜ୍ୟପାଳ ପ୍ରଦାନ କଲେ 1 ଲକ୍ଷ ଟଙ୍କା

କଟକ: ଖପୁରିଆ ଅଞ୍ଚଳରେ ଉଦଘାଟିତ ହୋଇଛି ସ୍ବର୍ଗଧାମ । ଯଦିଓ ଏହା ପୂର୍ବରୁ ଥିଲା ତଥାପି ଏହାକୁ ନବୀକରଣ କରାଯାଇଛି । ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଏହି ସ୍ବର୍ଗଧାମକୁ ଉଦଘାଟନ କରିଛନ୍ତି ।

ସ୍ବର୍ଗଧାମ ପାଇଁ ରାଜ୍ୟପାଳ ପ୍ରଦାନ କଲେ 1 ଲକ୍ଷ ଟଙ୍କା

ଏହି ସ୍ବର୍ଗଧାମ ନିକଟରେ ତୁଝେ ସଲାମର ସହିଦ ସ୍ଥମ୍ଭ ମଧ୍ୟ ଉଦଘାଟନ କରାଯାଇଛି । ଏହା ୫୬ ଫୁଟ ଉଚ୍ଚତା ବିଶିଷ୍ଟ । ଏହାର ଠିକ ଆଗରେ ୬ ଜଣ ସହିଦମାନଙ୍କର ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି । ଅନ୍ୟପଟେ ଏଭଳି କାର୍ଯ୍ୟକୁ ରାଜ୍ୟପାଳ ପ୍ରସଂଶା କରିବା ସହ ଏଥିପାଇଁ 1 ଲକ୍ଷ ଟଙ୍କାର ସହାୟତା ରାଶି ଦେବାପାଇଁ ଘୋଷଣା କରିଛନ୍ତି । ଏହିଭଳି ମହତ କାର୍ଯ୍ୟ ପାଇଁ ଆହୁରି ଆବଶ୍ୟକ ପଡ଼ିଲେ ସେ ଅର୍ଥ ଯୋଗାଇବେ ବୋଲି ରାଜ୍ୟପାଳ ପ୍ରତିକ୍ରିୟାରେ କହିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details