ଓଡିଶା

odisha

ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟି ନେଲେ ଲୁଟେରା

By

Published : Feb 11, 2020, 3:02 AM IST

ବାରଙ୍ଗ ଗୋଡିସାହିରେ ଲକ୍ଷ୍ମଣ ଚୌଧୁରୀଙ୍କ ଲଳିତା ଜୁଏଲାରୀ ନାମକ ଏକ ଗହଣା ଦୋକାନରୁ ବନ୍ଧୁକ ମୁନରେ ୧୦୦ ଗ୍ରାମରୁ ଊର୍ଦ୍ଧ ଓଜନର ସୁନା ଗହଣା ଲୁଟି ନେଲେ 6 ଦୁର୍ବୃତ୍ତ। ଅଧିକ ପଢନ୍ତୁ..

ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟି ନେଲେ ଲୁଟେରା
ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟି ନେଲେ ଲୁଟେରା

କଟକ: ବାରଙ୍ଗଥାନା ଅନ୍ତର୍ଗତ ଗୋଡିସାହିରେ ଥିବା ଏକ ଗହଣା ଦୋକାନରୁ ଚୋରି । ବନ୍ଧୁକ ମୁନରେ ୧୦୦ ଗ୍ରାମରୁ ଊର୍ଦ୍ଧ ଓଜନର ସୁନା ଗହଣା ଲୁଟି ନେଲେ 6 ଦୁର୍ବୃତ୍ତ ।

ସୂଚନା ଅନୁଯାୟୀ, ବାରଙ୍ଗ ଗୋଡିସାହିରେ ଲକ୍ଷ୍ମଣ ଚୌଧୁରୀଙ୍କ ଲଳିତା ଜୁଏଲାରୀ ନାମକ ଏକ ଗହଣା ଦୋକାନ ରହିଛି । ଅଚାନକ 6 ଜଣ ଦୁର୍ବୁତ୍ତ ଦୋକାନ ମଧ୍ୟକୁ ପଶି ଆସିଥିଲେ । ପରେ ୪ ଜଣ ଦୋକାନ ମଧ୍ୟରେ ଲୁଟପାଟ ଚଳାଇଥିବାବେଳେ ବାହାରେ ଦୁଇଜଣ ଜଗି ରହିଥିଲେ । ଏହି ସମୟରେ ଘର ମାଲିକଙ୍କ ପୁଅ ଆସିବାରୁ ତାଙ୍କୁ ବନ୍ଧୁକ ମୁନରେ ଧମକାଇ ଚୁପ୍ ରହିବାକୁ କହିଥିଲେ । ଭିତରେ ଥିବା ଦୁର୍ବୁତ୍ତ ପ୍ରାୟ ୨୦ ମିନିଟ ଧରି ଦୋକାନ ମଧ୍ୟରୁ ଲୁଟ୍‌ପାଟ ଚଳାଇଥିଲେ ଓ ଦୋକାନି ମାଲିକ କେବଳ ଦର୍ଶକ ଭଳି ଭୟବିତ ଅବସ୍ଥାରେ ଅନାଇ ରହିଥିଲେ ।

ବନ୍ଧୁକ ଦେଖାଇ ସୁନା ଦୋକାନରୁ ଲୁଟି ନେଲେ ଲୁଟେରା

ତେବେ ଦୋକାନ ମାଲିକଙ୍କ କହିବା ଅନୁଯାୟୀ, ଦୁର୍ବୁତ୍ତ ନିଜ ନିଜ ଭିତରେ ହିନ୍ଦୀରେ କଥାବାର୍ତ୍ତା କରୁଥିଲେ । ପ୍ରାୟ 100 ଗ୍ରାମରୁ ଉର୍ଦ୍ଧ ସୁନା ଓ 7 କେଜି ରୂପା ଲୁଟ୍‌ ହୋଇଥିବା ଦୋକାନ ମାଲିକ ଅଭିଯୋଗ କରିଛନ୍ତି ।

ସୋମବାର ଏହି ଘଟଣାକୁ ନେଇ କଟକ ବାରଙ୍ଗ ଥାନାରେ ସେ ଏତଲା ଦେଇଛନ୍ତି । ଅନ୍ୟପଟେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ ଆରମ୍ଭ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details