ଓଡିଶା

odisha

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ, ପାର୍କିଂ ବ୍ୟବସ୍ଥା ଯାଞ୍ଚ କଲେ ପ୍ରଶାସନ

By

Published : May 9, 2022, 9:23 PM IST

ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଦର୍ଶକଙ୍କ ଉପସ୍ଥିତିରେ ହେବା ନେଇ ଆଶା ଉଜ୍ଜ୍ୱଳ ହୋଇଛି । ଅଧିକ ପଢନ୍ତୁ

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ, ପାର୍କିଂ ବ୍ୟବସ୍ଥା ଯାଞ୍ଚ କଲେ ପ୍ରଶାସନ
ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ, ପାର୍କିଂ ବ୍ୟବସ୍ଥା ଯାଞ୍ଚ କଲେ ପ୍ରଶାସନ

କଟକ: ବାରବାଟୀରେ ହେବାକୁ ଥିବା ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ ଦର୍ଶକଙ୍କ ଉପସ୍ଥିତିରେ ହେବା ନେଇ ଆଶା ଉଜ୍ଜ୍ୱଳ ହୋଇଛି । କୌଭିଡ କଟକଣା ହଟିବାରୁ ମ୍ୟାଚ ଉପଭୋଗ ପାଇଁ ଏଥର ଦର୍ଶକଙ୍କୁ ସୁଯୋଗ ଦେବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛି ପ୍ରଶାସନ ।

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ, ପାର୍କିଂ ବ୍ୟବସ୍ଥା ଯାଞ୍ଚ କଲେ ପ୍ରଶାସନ

ତେଣୁ, ପ୍ରାୟ ୪୫ ହଜାର ଦର୍ଶକଙ୍କ ପାଇଁ ଷ୍ଟାଡିୟମ ନିକଟରେ ପାର୍କିଂ ବ୍ୟବସ୍ଥା, ଷ୍ଟାଡିୟମ ଭିତରେ ପିଇବା ପାଣି ସହ ସମସ୍ତ ଆନୁସଙ୍ଗିକ ବ୍ୟବସ୍ଥା କରିବା ପାଇଁ ଆଜି(ସୋମବାର) ଓସିଏ ସହ ଭିତ୍ତିଭୂମି ତଦାରଖ କରିଛନ୍ତି ଜିଲ୍ଲା ପ୍ରଶାସନ, ସି ଏମ୍ ସି ଓ ସିଡିଏ କର୍ତ୍ତୃପକ୍ଷ । ମ୍ୟାଚ ଦେଖିବା ପାଇଁ ଆସୁଥିବା ଦର୍ଶକଙ୍କ ଗାଡ଼ି ପାର୍କିଂ ଲାଗି ଉପର ବାଲିଯାତ୍ରା ପଡିଆ ଓ ତଳ ବାଲିଯାତ୍ରା ପଡିଆରେ ବ୍ୟବସ୍ଥା କରାଯିବ । ଉପର ପଡିଆରେ VVIP ଓ ତଳ ପଡିଆରେ ସର୍ବସାଧାରଣଙ୍କ ପାଇଁ ପାର୍କିଂର ବ୍ୟବସ୍ଥା କରାଯିବ ।

ଏଥିପାଇଁ ଉଭୟ ପଡିଆକୁ ସମତୁଲ କରାଯିବ। ଏହା ବ୍ୟତୀତ ଏତେ ସଂଖ୍ୟକ ଲୋକଙ୍କ ପାଇଁ ଶୌଚାଳୟ, ପିଇବା ପାଣି ଓ ସ୍ବଚ୍ଛ ପରିବେଶ ଯୋଗାଇ ଦେବା ପାଇଁ ସିଏମସି ପ୍ରସ୍ତୁତ ହେଉଛି । ସେପଟେ ଟିକେଟ ଦର ବୃଦ୍ଧି ପାଇବ ବୋଲି ଓସିଏ ସୂଚନା ଦେଇଥିବା ବେଳେ ଟିକେଟ ଦର କେତେ ରହିବ ଏବଂ କେବେଠାରୁ ଟିକେଟ ବିକ୍ରି କରାଯିବ ସେସମ୍ପର୍କରେ ଖୁବଶୀଘ୍ର ନିଷ୍ପତ୍ତି କରାଯିବ ବୋଲି କହିଛନ୍ତି ଓସିଏ ସମ୍ପାଦକ ସଞ୍ଜୟ ବେହେରା ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details