ଓଡିଶା

odisha

ସୁନା ଦୋକାନରୁ ଚୋରୀ ମାମଲା: ଅଭିଯୁକ୍ତ କୋଲକାତାରୁ ଗିରଫ

By

Published : Jul 12, 2022, 7:29 PM IST

ପୁରୀଘାଟ ଥାନା ଅନ୍ତର୍ଗତ ଏକ ସୁନା ଦୋକାନରୁ ସୁନା ଗହଣା ଚୋରି ମାମଲାର ପର୍ଦ୍ଦାଫାସ । ପୂର୍ବରୁ ଦୋକାନରେ କାମ କରୁଥିବା ଜଣେ କର୍ମଚାରୀକୁ କୋଲକାତାରୁ ଗିରଫ କରିଛି ପୋଲିସ । ଅଧିକ ପଢନ୍ତୁ

ପୁରୀଘାଟ ଥାନା ସୁaପୁରୀଘାଟ ଥାନା ସୁନା ଦୋକାନରୁ ଚୋରୀ ମାମଲା: ଅଭିଯୁକ୍ତ କୋଲକାତାରୁ ଗିରଫନା ଦୋକାନରୁ ଚୋରି ମାମଲା: ଅଭିଯୁକ୍ତ ପୂର୍ବ କର୍ମଚାରୀ କୋଲକାତାରୁ ଗିରଫ
ପୁରୀଘାଟ ଥାନା ସୁନା ଦୋକାନରୁ ଚୋରୀ ମାମଲା: ଅଭିଯୁକ୍ତ କୋଲକାତାରୁ ଗିରଫ

କଟକ: ପୁରୀଘାଟ ଥାନା ଅନ୍ତର୍ଗତ ଏକ ସୁନା ଦୋକାନରୁ ଏକ କିଲୋ ସୁନା ଗହଣା ଚୋରୀ ଘଟଣାର ପର୍ଦ୍ଦାଫାସ କଲା କଟକ କମିଶନରେଟ ପୋଲିସ । ଅଭିଯୁକ୍ତକୁ ଗିରଫ ସହ ଚୋରୀ ହୋଇଥିବା ଏକ କିଲୋ ସୁନା ଗହଣା ଜବତ କରିଛି । ଗତ ୬ ତାରିଖରେ ସୁନା ଚୋରୀ ହୋଇଥିବା ନେଇ ପୁରୀଘାଟ ଥାନାରେ ମାମଲା ରୁଜୁ ହୋଇଥିଲା । ମାମଲାକୁ ଆଧାର କରି ତଦନ୍ତ ଜାରି ରଖିଥିଲା ପୋଲିସ ।

ପୁରୀଘାଟ ଥାନା ସୁନା ଦୋକାନରୁ ଚୋରୀ ମାମଲା: ଅଭିଯୁକ୍ତ କୋଲକାତାରୁ ଗିରଫ


କଟକ ଡିସିପି ପିନାକ ମିଶ୍ରଙ୍କ ସୂଚନା ଅନୁଯାୟୀ ଗତ ୬ ତାରିଖରେ ସୁରଜିତ ଦତ୍ତ ନାମକ ଜଣେ ସୁନା ବ୍ୟବସାୟୀ ତାଙ୍କ ଦୋକାନରୁ ଚୋରୀ ହୋଇଥିବା ନେଇ ପୁରୀଘାଟ ଥାନାରେ ଏତଲା ଦେଇଥିଲେ । ଏତଲାରେ ଦୋକାନର ଜଣେ କର୍ମଚାରୀଙ୍କ ବିରୋଧରେ ଅଭିଯୋଗ କରିଥିଲେ । କର୍ମଚାରୀ ଜଣକ ଗତ ୪ ତାରିଖରେ ପ୍ରାୟ ଏକ କିଲୋ ସୁନା ଗହଣା ଏବଂ ୮ ହଜାର ଟଙ୍କା ନେଇଯାଇଥିବା ଅଭିଯୋଗ କରିଥିଲେ ବ୍ୟବସାୟୀ ।

ପୋଲିସ ଅଭିଯୋଗକୁ ଭିତ୍ତି କରି ଦୋକାନୀଙ୍କୁ ଧରିବା ପାଇଁ ଚେଷ୍ଟା ଜାରି ରଖିଥିଲା । ପରେ ସେ କୋଲକାତାରେ ରହୁଥିବା ନେଇ ଜାଣିବାକୁ ପାଇଥିଲା ପୋଲିସ । କଟକ ପୋଲିସ ଏକ ଟିମ ଗଠନ କରି କୋଲକାତା ମଧ୍ୟ ଯାଇଥିଲା । ସେଠାରୁ ଅଭିଯୁକ୍ତକୁ ଗିରଫ କରିବା ସହ ତା' ନିକଟରୁ ସମସ୍ତ ଚୋରୀ ହୋଇଥିବା ସୁନା ଗହଣା ଜବତ କରିବା ସହ ୧୪ ହଜାର ଟଙ୍କା ଏବଂ ଗୋଟିଏ ମୋବାଇଲ ଫୋନ ଜବତ କରିଛି ପୋଲିସ ।


ଇଟିଭି ଭାରତ, କଟକ

ABOUT THE AUTHOR

...view details