ଭୁବନେଶ୍ବର: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଭୋଟ୍ ଗଣତି । କଡ଼ା ସୁରକ୍ଷା ମଧ୍ୟରେ ଭୋଟ ଗଣତି ଚାଲିଛି। ଏହି କ୍ରମରେ ଭୁବନେଶ୍ବର ବ୍ଲକରେ ମଧ୍ୟ ଗଣତି ଚାଲିଛି । କିନ୍ତୁ ଭୁବନେଶ୍ବର ବ୍ଲକରେ ବିଳମ୍ବରେ ଭୋଟ ଗଣତି ଆରମ୍ଭ ହୋଇଥିବା ଜଣାପଡ଼ିଛି । ଠିକ୍ ୮ ଟା ସମୟରେ ଭୋଟ ଗଣତି ଆରମ୍ଭ ନହେବାରୁ, ୧୧ ଟା ସୁଦ୍ଧା ସରିପାରିନି ପ୍ରଥମ ରାଉଣ୍ଡ । ୨୮ ନମ୍ୱର ଜୋନର ୬ଟି ପଞ୍ଚାୟତର ହେଉଛି ଗଣତି । ଦୀର୍ଘ ସମୟ ଧରି ନିର୍ଦ୍ଧାରିତ ସମୟ ଠାରୁ ବହୁ ବିଳମ୍ୱ ଚାଲିଛି ଭୋଟ ଗଣନା ।
28 ନମ୍ବର ଜୋନର ଅନ୍ଧାରୁଆ, ଦାରୁଠେଙ୍ଗା, ମଳିପଡ଼ା, ଚନ୍ଦକା, ମେଣ୍ଢାଶାଳ କଣ୍ଟାବାଡ ଏହି ୬ଟି ପଞ୍ଚାୟତର ଗଣତି ଚାଲିଛି । ସିସିଟିଭି ସୁରକ୍ଷା ମଧ୍ୟରେ ଗଣତି ଚାଲିଛି । ଭୋଟ୍ ଗଣତି ସମୟରେ ପ୍ରତି ପଞ୍ଚାୟତରେ ଗଣତି ପାଇଁ ଗୋଟିଏ ଟେବୁଲ ରହିବ । ପ୍ରତି ଟେବୁଲରେ ଜଣେ କାଉଣ୍ଟିଂ ସୁପରଭାଇଜର ଓ ୨ ଜଣ ଲେଖାଏଁ କାଉଣ୍ଟିଂ ଆସିଷ୍ଟାଣ୍ଟ ଦାୟିତ୍ବରେ ରହିଛନ୍ତି । ତେବେ ସହାୟତ ପାଇଁ ଜଣେ ଚତୁର୍ଥ ଶ୍ରେଣୀ କର୍ମଚାରୀ ମଧ୍ୟ ରହିଛନ୍ତି । ଭୋଟ ବାକ୍ସରୁ ବାଲାଟ ପେପରକୁ ରଙ୍ଗ ଅନୁସାରେ ସର୍ଟିଂ କରିବା ପରେ ଗଣତି ଆରମ୍ଭ ହୋଇଛି ।