ଖୋର୍ଦ୍ଧା:ଭୁବନେଶ୍ବର IITରେ ଉଦଘାଟିତ ହେଲା ନୂତନ ହଷ୍ଟେଲ ଓ ଲେକ୍ଚର ହଲ କମ୍ପ୍ଲେକ୍ସ ଋଷିକୂଲ୍ୟ ଓ ସପ୍ତଗିରି । କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଏହାର ଲୋକାର୍ପଣ କରିଛନ୍ତି । ଏହାସହିତ ଆଇଆଇଟି ଶିକ୍ଷାନୁଷ୍ଠାନ ସହିତ ଓଡ଼ିଆ ଭାଷାକୁ ଯୋଡ଼ିବା ପାଇଁ ସେ କର୍ତ୍ତୃପକ୍ଷଙ୍କୁ ପରାମର୍ଶ ଦେଇଛନ୍ତି ବୋଲି କହିଛନ୍ତି ।
ଷ୍ଟୁଡେଣ୍ଡ ହଷ୍ଟେଲରେ 8 ଶହ ଶଯ୍ୟା ଥିବାବେଳେ ଅତ୍ୟାଧୁନିକ ଲେକ୍ଚର ସେଣ୍ଟର ଯାହାକି ସମସ୍ତଙ୍କ ପାଇଁ ଉପଯୋଗୀ ହେବ । ସେହିପରି ଦକ୍ଷତା ବିକାଶ ଏବଂ ଆଇଆଇଟି ଭୁବନେଶ୍ୱର ମଧ୍ୟରେ ଏକ ଏମଓୟୁ ସ୍ବାକ୍ଷରିତ ହୋଇଛି । ଓଡ଼ିଆ ଭାଷାରେ କିପରି ଭୁବନେଶ୍ବର ଆଇଆଇଟିରେ ଛାତ୍ରଛାତ୍ରୀ ପଢିବେ ତା ଉପରେ ଗୁରୁତ୍ବ ଦେଇଛନ୍ତି ମନ୍ତ୍ରୀ । ଏଥିସହ ଏକବିଂଶ ଶତାବ୍ଦୀର ଏହା ଏକ ନୂତନ ମନ୍ଦିର ବୋଲି ସେ କହିଛନ୍ତି ।