ଭୁବନେଶ୍ବର: ଜିଲ୍ଲାସ୍ତରରେ କୋଭିଡ୍ ପରିଚାଳନା ନେଇ ପ୍ରଶ୍ନ ଉଠାଇଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ । ଖାଲି ସେତିକି ନୁହେଁ କୋଭିଡ ପରିଚାଳାନା ପାଇଁ ରାଜ୍ୟ ସରକାରଙ୍କ ନିକଟରେ କେତେକ ପ୍ରସ୍ତାବ ରଖିଛନ୍ତି ନିତ୍ୟାନନ୍ଦ । ଜିଲ୍ଲାର ଥିବା ପ୍ରତି ପଞ୍ଚାୟତ ଗୁଡିକରେ ଟିଏମସି ଗୁଡିକୁ ପୁଣି ଥରେ କାର୍ଯ୍ୟକ୍ଷମ କରିବାକୁ କହିଛନ୍ତି ।
କୋରୋନା ମୁକାବିଲା ପାଇଁ ସମସ୍ତ ଟେଷ୍ଟିଂକେନ୍ଦ୍ରରେ ପଯ୍ୟାପ୍ତ ପରିମାଣର ଟେଷ୍ଟିଂ କିଟ୍ ର ବ୍ୟବସ୍ଥା ପାଇଁ ରାଜ୍ୟ ସରକାରଙ୍କୁ ଅପିଲ କରିଛନ୍ତି । ଖାଲି ସେତିକି ନୁହେଁ, କୋରୋନା ଯାଞ୍ଚ ପାଇଁ ଟେଷ୍ଟିଂ ସେଣ୍ଟର ମଧ୍ୟ ବଢାଇବା ପାଇଁ ଦାବି କରିଛନ୍ତି ଉମରକୋଟ ବିଧାୟକ ନିତ୍ୟାନନ୍ଦ ଗଣ୍ଡ ।