ଓଡିଶା

odisha

ବଦଳିଲା ଟ୍ରେନ ଚଳାଚଳ ଦିଗ, ଯାତ୍ରୀଙ୍କ ସୁବିଧା ପାଇଁ ମାଗଣା ବସ ସେବା

By

Published : Dec 18, 2019, 6:55 AM IST

ଗୁରୁଡିଝାଟିଆ ରେଳ ଷ୍ଟେସନ ନିକଟରେ ଆସନ୍ତା ଡିସେମ୍ବର 20 ତାରିଖରେ ଆରମ୍ଭ ହେବ ମରାମତି କାର୍ଯ୍ୟ । ଏନେଇ 4ଟି ଟ୍ରେନକୁ ନରାଜକୁ ପରିବର୍ତ୍ତନ କରାଯାଇଛି ।

train routes changed, east coast railways to provide free bus services, east coast railway, ପୂର୍ବଚଟ ରେଳବାଇ, ଟ୍ରେନ ଚଳାଚଳ ଦିର ପରିବର୍ତ୍ତନ, ମାଗଣା ବସ ସେବା ଯୋଗାଇବ ପୂର୍ବତଟ ରେଳବାଇ
ବଦଳିଲା ଟ୍ରେନ ଚଳାଚଳ ଦିଗ

ଭୁବନେଶ୍ବର: ଗୁରୁଡିଝାଟିଆ ରେଳ ଷ୍ଟେସନ ନିକଟରେ ଆସନ୍ତା ଡିସେମ୍ବର 20 ତାରିଖରେ ଆରମ୍ଭ ହେବ ମରାମତି କାର୍ଯ୍ୟ । ଏନେଇ 4ଟି ଟ୍ରେନକୁ ନରାଜକୁ ପରିବର୍ତ୍ତନ କରାଯାଇଛି । ତେବେ ସମସ୍ତ ଯାତ୍ରୀଙ୍କ ସୁବିଧାକୁ ନଜରରେ ରଖି ସେମାନଙ୍କ ପାଇଁ ମାଗଣା ବସ ସେବା ଯୋଗାଇବା ପାଇଁ ସୂଚନା ଦେଇଛି ପୂର୍ବତଟ ରେଳବାଇ।

ଚଳାଚଳର ଦିଗ ପରିବର୍ତ୍ତନ ହୋଇଥିବା ଟ୍ରେନ:
18425 ପୁରୀ ଦୁର୍ଗ ଏକ୍ସପ୍ରେସ
12832 ଭୁବନେଶ୍ବର ଧାନବାଦ ଗରିବ ରଥ ଏକ୍ସପ୍ରେସ
18452 ପୁରୀ ହଟିଆ ତପସ୍ବିନୀ ଏକ୍ସପ୍ରେସ
18118 ଗୁଣୁପୁର ରାଉରକେଲା ରାଧାରାଣୀ ଏକ୍ସପ୍ରେସ

ତେବେ ଏନେଇ ପୂର୍ବରୁ ପୂ୍ର୍ବତଟ ରେଳବାଇ ପକ୍ଷରୁ ମାଗଣାରେ ବସ ସେବା ଯୋଗାଇବାର ପ୍ରତିଶୃତି ମିଳିଥିଲା। ଯେଉଁଥିରେ କଟକ ରେଳ ଷ୍ଟେସନଠାରୁ ନରାଜ ଷ୍ଟେସନ ପର୍ଯ୍ୟନ୍ତ ସୁବିଧା ଯୋଗାଇବା ପାଇଁ କୁହାଯାଇଥିଲା। ଏନେଇ ପୂର୍ବତଟ ରେଳବାଇ ପକ୍ଷରୁ ଜନ ସାଧାରଣଙ୍କୁ ସୂଚନା ଦିଆଯାଇଛି କି ଟ୍ରେନ୍ ସମୟ ପୂର୍ବରୁ ମାଗଣା ବସ ସେବା ଉପଲବ୍ଧ କରାଯିବ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details