ଓଡିଶା

odisha

ଗଞ୍ଜେଇକୁ ଚିଲମ ଭିତରେ ସିମୀତ କରାନଯାଉ: ତଥାଗତ ଶତପଥୀ

By

Published : Nov 20, 2019, 6:22 AM IST

ଗଞ୍ଜେଇ ଚାଷକୁ ସମର୍ଥନ କରିଛନ୍ତି ତଥାଗତ ଶତପଥୀ । ସେ କହିଛନ୍ତି ଗଞ୍ଜେଇ ଚାଷର ଔଷଧୀୟ ଗୁଣକୁ ଆଗକୁ ଆଣାଯାଉ। ଗଞ୍ଜେଇ କେବଳ ଗୋଟିଏ ନିଶା ଦ୍ରବ୍ୟ ନୁହେଁ ଗଞ୍ଜେଇ ଦ୍ଵାରା କ୍ୟାନସର, ଶ୍ବାସ ରୋଗ ପାଇଁ ଔଷଧ ତିଆରି ହୁଏ ।

ଗଞ୍ଜେଇକୁ ଚିଲମ ଭିତରେ ସିମୀତ କରାନଯାଉ: ତଥାଗତ ଶତପଥୀ

ଭୁବନେଶ୍ବର: ପୂର୍ବତନ ସାଂସଦ ତଥା ବିଜେଡି ନେତା ତଥାଗତ ଶତପଥୀ ଗଞ୍ଜେଇ ଚାଷକୁ ସମର୍ଥନ କରିବା ପରେ ପୁଣି ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଗୋଟିଏପଟେ ରାଜ୍ୟ ସରକାର ମଙ୍ଗଳବାର ଅବକାରୀ ବୈଠକରେ ଗଞ୍ଜେଇ ଚାଷକୁ ଆଇନସଙ୍ଗତ କରିବା ପ୍ରସ୍ତାବକୁ ଖାରଜ କରିଦେଇଛନ୍ତି । ଏହାର ଔଷଧୀୟ ଗୁଣ ଯୋଗୁଁ ଅନେକ ଶିଳ୍ପ ସଂସ୍ଥା ଗଞ୍ଜେଇ ଚାଷକୁ ଆଇନସଙ୍ଗତ କରିବାକୁ ପ୍ରସ୍ତାବ ଦେଇଥିଲେ ମଧ୍ୟ ବୈଠକରେ ଏହା ଖାରଜ କରାଯାଇଛି ।

ଗଞ୍ଜେଇକୁ ଚିଲମ ଭିତରେ ସିମୀତ କରାନଯାଉ: ତଥାଗତ ଶତପଥୀ

ଏନେଇ ପ୍ରତିକ୍ରିୟା ପ୍ରକାଶ କରି ତଥାଗତ କହିଛନ୍ତି, ଗଞ୍ଜେଇ ଚାଷର ଔଷଧୀୟ ଗୁଣକୁ ଆଗକୁ ଆଣିବା ଦରକାର । ତଥାଗତ କହିଛନ୍ତି ଯେ ଗଞ୍ଜେଇରେ ଅନେକ ଲାଭଦାୟକ ଦିଗ ଅଛି । ଗଞ୍ଜେଇ କେବଳ ଗୋଟିଏ ନିଶା ଦ୍ରବ୍ୟ ନୁହେଁ ଗଞ୍ଜେଇ ଦ୍ଵାରା କ୍ୟାନସର, ଶ୍ବାସ ରୋଗ ପାଇଁ ଔଷଧ ତିଆରି ହୁଏ । ଗଞ୍ଜେଇକୁ କେବଳ ଚିଲମ ଭିତରେ ସିମୀତ କରାନଯାଉ ବୋଲି ସେ କହିଛନ୍ତି । ଆମ ଦେଶରେ ଗଞ୍ଜେଇର ଜନ୍ମ ହୋଇଛି । ମାତ୍ର ଆମେ ଦେଶର ଜିନିଷକୁ ଦୂରେଇ ଦଉଛେ । ସରକାର ଭୟଭୀତ ହୋଇଛନ୍ତି । ଯେହେତୁ ମଦକୁ ନିକଟରେ ଲିଗାଲାଇଜ କରିଛନ୍ତି, ଏବେ ଗଞ୍ଜେଇକୁ ଲିଗାଲାଇଜ କଲେ ବିରୋଧ ହେବା ଭୟରେ କରୁନାହାଁନ୍ତି ।

ଏହାସହ ଗଞ୍ଜେଇ ଚାଷକୁ ଡିକ୍ରିମିନାଲାଇଜେସନ କରାଯିବା ପାଇଁ ସେ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଗଞ୍ଜେଇ ଚାଷ ସହଜ, ସେଥିରେ ବେଶି ପାଣି, ଖତ, ସାର ଦରକାର ନାହିଁ । କ୍ଷୁଦ୍ର ଚାଷୀମାନେ ଏହାକୁ ଚାଷ କରି ବେଶ ଲାଭବାନ ହେବେ । ରାଜ୍ୟ ସରକାର ଗଞ୍ଜେଇ ଚାଷକୁ ପ୍ରୋତ୍ସାହନ ଦେବା ଦରକାର । ରାଜ୍ୟ ସରକାର ଏହାକୁ ମନା କରିବା ସମ୍ପୂର୍ଣ୍ଣ ଦୂରଦୃଷ୍ଟିହୀନତା । ଆଇନରେ ସଂଶୋଧନ ଆଣି ଗଞ୍ଜେଇ ଚାଷକୁ ଅନୁମତି ଦେବା ଉଚିତ ବୋଲି ସେ କହିଛନ୍ତି ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ଭାରତ

ABOUT THE AUTHOR

...view details