ଓଡିଶା

odisha

ବାଲୁକାକଳାରେ ଶହୀଦ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

By

Published : Feb 14, 2020, 1:33 PM IST

ବାଲୁକାକଳା ମାଧ୍ୟମରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବୀର ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ସେହିପରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ମଧ୍ୟ ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି ।

tribute to martyrs through sand art
ବାଲୁକାକଳାରେ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

ପୁରୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ବର୍ଷେ ପୂରିଛି । ଠିକ୍ ବର୍ଷେ ତଳେ ଦେଶ ମାତୃକା ହରାଇଥିଲା ତାର 40 ବୀର ଯବାନଙ୍କୁ । ସାରା ଦେଶରୁ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହି ପରିପ୍ରେକ୍ଷୀରେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳା ମାଧ୍ୟମରେ ବୀର ଶହୀଦଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସେହିପରି କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ଟ୍ବିଟ୍ କରି ଲେଖିଛନ୍ତି, ‘ସେହି ବୀର ଲଢୁଆ ପୁଅଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି । ଦେଶ ସେହି ବୀର ଯବାନଙ୍କୁ ସର୍ବଦା ମନେ ରଖିବ। ଦେଶମାତୃକାର ସେବା ପାଇଁ ତାଙ୍କର ବଳିଦାନ ପାଇଁ ଦେଶ ତାଙ୍କ ନିକଟରେ ଋଣୀ ।’

ବାଲୁକାକଳାରେ ବୀରପୁତ୍ରଙ୍କୁ ଶ୍ରଦ୍ଧାଞ୍ଜଳି

2019, ଫେବୃଆରୀ 14ରେ ପୁଲୱାମାରେ ଆତଙ୍କୀ ଆକ୍ରମଣରେ ଶହୀଦ ହୋଇଥିଲେ 40 ଯବାନ ।

ପୁରୀରୁ ଶକ୍ତି ପ୍ରସାଦ ମିଶ୍ର, ଇଟିଭି ଭାରତ

ABOUT THE AUTHOR

...view details