ଓଡିଶା

odisha

କୋରୋନା ମୁକାବିଲା ପାଇଁ ସ୍ବାସ୍ଥ୍ୟ ବିଭାଗର ସଚେତନତା କର୍ମଶାଳା

By

Published : Jan 28, 2020, 12:55 PM IST

Updated : Jan 28, 2020, 5:35 PM IST

କୋରୋନା ଭାଇରସକୁ ନେଇ ରାଜଧାନୀରେ ରାଜ୍ୟସ୍ତରୀୟ ବୈଠକ । ଏଥିରେ କୌଣସି ଭାବରେ ଭୟ କରିବା ଆବଶ୍ୟକତା ନାହିଁ ବୋଲି ବୈଠକରେ କୁହାଯାଇଛି । ଅଧିକ ପଢନ୍ତୁ...

state level meeting held on corona virus in bhubaneswar
ପ୍ରତିକାତ୍ମକ ଫଟୋ

ଭୁବନେଶ୍ବର: ସାରା ଦେଶରେ ଆତଙ୍କ ଖେଳାଇଥିବା କରୋନାର ମୁକାବିଲା ପାଇଁ ରାଜ୍ୟସ୍ତରୀୟ ସଚେତନତା କର୍ମଶାଳା ଆରମ୍ଭ । କରୋନା ଭାଇରସକୁ ନେଇ ଆତଙ୍କିତ ନହେବାକୁ ସ୍ବାସ୍ଥ୍ୟ ବିଭାଗ ପ୍ରମୁଖ ଶାସନ ସଚିବ ନିକୁଞ୍ଜ ବିହାରୀ ଧଳଙ୍କ ଅଧ୍ୟକ୍ଷତାରେ ହୋଟେଲ କଳିଙ୍ଗ ଅଶୋକରେ ଅନୁଷ୍ଠିତ ବୈଠକରେ କୁହାଯାଇଛି ।

ଏହି ବୈଠକରେ ସମସ୍ତ 30 ଜିଲ୍ଲାର ମୁଖ୍ୟ ମେଡିକାଲ ଅଧୀକ୍ଷକ ଓ ଅଧ୍ୟକ୍ଷଙ୍କ ସମତେ ଅନେକ ଅଧିକାରୀ ଉପସ୍ଥିତ ଥିଲେ । ଏହି ବୈଠକରେ ହୋଇଥିବା ଆଲୋଚନା ଅନୁସାରେ, ରାଜ୍ୟର ମୁଖ୍ୟ ଚିକିତ୍ସାଳୟ ଗୁଡିକରେ କରୋନା ଭାଇରସ ସଂକ୍ରମଣକୁ ନେଇ ପ୍ରସ୍ତୁତ ରହିବାକୁ ସତର୍କ କରାଯାଇଛି । କିପରି କରୋନା ସଂକ୍ରମିତ ସନ୍ଦେହ ରୋଗୀଙ୍କୁ ତିନୋଟି ପର୍ଯ୍ୟାୟରେ ଚିକିତ୍ସା ସୁବିଧା ଦିାଆଯାଇ ପାରିବ, ସେ ସମ୍ପର୍କରେ ଅବଗତ କରାଯାଇଛି।

କୋରୋନା ନେଇ ସଚେତନତା କର୍ମଶାଳା

ମୁଖ୍ୟତଃ ଚାଇନାରୁ ଆସୁଥିବା ଲୋକଙ୍କୁ ଅଧିକ ସଚେତନ ହେବାକୁ ଅଧିକ ଗୁରୁତ୍ବ ଦିଆଯାଉଛି । ସବୁ ଥଣ୍ଡା କି ଜ୍ବର କରୋନା ନୁହେଁ। ହେଲେ ଏପରି ଲକ୍ଷଣ ଦେଖାଗଲେ, ସତର୍କତା ଅବଲମ୍ବନ କରିବା ପାଇଁ ଆଲୋଚନା ହୋଇଛି ।

କୌଣସି ଲୋକ ଏହି 1 ମାସ ଭିତରେ ଚାଇନା ଯାଇଛନ୍ତି କି ନାହିଁ, ସେନେଇ ନଜର ରଖିବା। ଏନେଇ ପାରାଦୀପ ବନ୍ଦର ହେଉ ଅବା ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନବନ୍ଦର ଦେଇ ଯାତ୍ରା କରୁଥିବା ବ୍ୟକ୍ତିଙ୍କ ଉପରେ ନଜର ରଖିବା ନେଇ ନିର୍ଦ୍ଦେଶ ଦିଆଯାଇଛି ।

ଭାରତରେ ବର୍ତମାନସୁଧା କୌଣସି କରୋନା ପଜିଟିଭ କେସ୍ ଦେଖାଯାଇ ନଥିବାବେଳେ ଓଡ଼ିଶାର ଝାରସୁଗୁଡା ଜିଲ୍ଲାରେ ସର୍ବାଧିକ ଲୋକ ଚାଇନାରେ କାର୍ଯ୍ୟ କରୁଛନ୍ତି। ତେବେ ଘଟଣା ଉପରେ ସତର୍କ ରହିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ମଙ୍ଗଳବାର ସକାଳ ସୁଦ୍ଧା ଚାଇନାରେ 106 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ସାରା ବିଶ୍ବରେ 4 ହଜାର 5 ଶହରୁ ଉର୍ଦ୍ଦ୍ବ ଲୋକଙ୍କ ମୃତ୍ୟୁ ହୋଇସାରିଲାଣି।

ଭୁବନେଶ୍ବରରୁ ବିକାଶ ଦାସ ,ଇଟିଭି ଭାରତ

Last Updated : Jan 28, 2020, 5:35 PM IST

ABOUT THE AUTHOR

...view details