ଓଡିଶା

odisha

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ବାତିଲ, ସୂଚନା ଦେଲା ପୂର୍ବତଟ ରେଳବାଇ

By

Published : Jul 12, 2021, 9:46 PM IST

ରଥଯାତ୍ରା ପାଇଁ ବାତିଲ ହେଲା ସ୍ୱତନ୍ତ୍ର ଟ୍ରେନ । ଜୁଲାଇ 15ରୁ ଅଗଷ୍ଟ1 ପର୍ଯ୍ୟନ୍ତ ବାତିଲ ରହିବ ସ୍ବତନ୍ତ୍ର ଟ୍ରେନ । ଅଧିକ ପଢ଼ନ୍ତୁ...

ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ବାତିଲ, ସୂଚନା ଦେଲା ପୂର୍ବତଟ ରେଳବାଇ
ରଥଯାତ୍ରା ପାଇଁ ସ୍ୱତନ୍ତ୍ର ଟ୍ରେନ ବାତିଲ, ସୂଚନା ଦେଲା ପୂର୍ବତଟ ରେଳବାଇ

ଭୁବନେଶ୍ବର: ରଥଯାତ୍ରା ପାଇଁ ବାତିଲ ହେଲା ସ୍ୱତନ୍ତ୍ର ଟ୍ରେନ । ଜୁଲାଇ 15ରୁ ଅଗଷ୍ଟ1 ପର୍ଯ୍ୟନ୍ତ ବାତିଲ ରହିବ ସ୍ବତନ୍ତ୍ର ଟ୍ରେନ । କୋଭିଡ଼ ୧୯ ସଂକ୍ରମଣର ଚେନ୍ ଭାଙ୍ଗିବା ପାଇଁ ଏବଂ ରଥ ଯାତ୍ରା ସମୟରେ କୋଭିଡ ପ୍ରୋଟୋକଲ ଅନୁଯାୟୀ ସ୍ୱତନ୍ତ୍ର ଟ୍ରେନ୍ ବାତିଲ କରିବାକୁ ନିଷ୍ପତ୍ତି ନିଆଯାଇଛି । ଜୁଲାଇ 15 ତାରିଖରୁ ଅଗଷ୍ଟ 1 ତାରିଖ ପର୍ଯ୍ୟନ୍ତ କିଛି ସ୍ବତନ୍ତ୍ର ଟ୍ରେନକୁ ବାତିଲ୍ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ୱର-ଭଦ୍ରକ-ଭୁବନେଶ୍ୱର ସ୍ବତନ୍ତ୍ର ଟ୍ରେନ, କଟକ-ଭଦ୍ରକ-କଟକ ସ୍ବତନ୍ତ୍ର ଟ୍ରେନ, କଟକ-ପାରାଦୀପ-କଟକ ସ୍ବତନ୍ତ୍ର ଟ୍ରେନ, କଟକ-ଭଦ୍ରକ-କଟକ ସ୍ବତନ୍ତ୍ର ଟ୍ରେନ,

ଜୁଲାଇ 15 ତାରିଖରୁ ଜୁଲାଇ 19 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱର-ବଲାଙ୍ଗୀର ସ୍ବତନ୍ତ୍ର ଟ୍ରେନ, ଭୁବନେଶ୍ୱର- କେନ୍ଦୁଝର ସ୍ବତନ୍ତ୍ର ଟ୍ରେନ ବାତିଲ ହେବ । ସେପଟେ ସପ୍ତାହର ଶେଷ ଦିନ ଅର୍ଥାତ ଶନିବାର ଏବଂ ରବିବାର ଦିନ ଆସୁଥିବା ସ୍ବତନ୍ତ୍ର ଟ୍ରେନ୍ ଭୁବନେଶ୍ୱର-ପାଲାସା ଓ ଭୁବନେଶ୍ୱର-ବାଙ୍ଗିରିପୋସିକୁ ଜୁଲାଇ 17 ତାରିଖରୁ ଅଗଷ୍ଟ 1 ତାରିଖ ପର୍ଯ୍ୟନ୍ତ ବାତିଲ କରିବାକୁ ନିଷ୍ପତ୍ତି ହୋଇଛି ।

ଏହାସହ ଭୁବନେଶ୍ୱର-ବଲାଙ୍ଗୀର ସ୍ବତନ୍ତ୍ର ଟ୍ରେନକୁ ଜୁଲାଇ 24 ତାରିଖରୁ ଅଗଷ୍ଟ 1 ତାରିଖ ପର୍ଯ୍ୟନ୍ତ ବାତିଲ୍ କରାଯାଇଛି ।


ଜୁଲାଇ 24 ଓ 25 ତାରିଖ ଓ ଜୁଲାଇ 31 ଓ ଅଗଷ୍ଟ 1 ତାରିଖ ପୁରୀ-ଅନୁଗୁଳ ସ୍ପେଶାଲ୍ ଟ୍ରେନକୁ ବାତିଲ କରି ଦିଆଯାଇଛି । ତେବେ ତାଳଚେର ଓ ପୁରୀ ମଧ୍ୟରେ ରେଳ ଚଳାଚଳ ଜାରି ରହିବ ।

ଭୁବନେଶ୍ୱରରୁ ରାଜଧାନୀ ସ୍ପେସିଆଲ୍ ଜୁଲାଇ 15 ତାରିଖରୁ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ପ୍ରତିଦିନ ଚଳାଚଳ କରିବ |

ଭୁବନେଶ୍ୱର-ନୂଆଦିଲ୍ଲୀ ରାଜଧାନୀ ସ୍ପେଶାଲ ଜୁଲାଇ 15 ଠାରୁ ପ୍ରତିଦିନ ସେବା ପ୍ରଦାନ କରିବ । କୋଭିଡ ୧୯ ସଂକ୍ରମଣ ଚେନକୁ ଭାଙ୍ଗିବା ପାଇଁ ପୂର୍ବରୁ ରାଜଧାନୀ ସ୍ପେଶାଲ ସେବାକୁ ସୀମିତ କରାଯାଇଥିଲା ।

ବିଶାଖାପାଟନମ୍-ରାୟପୁର ସ୍ପେଶାଲ୍ ଟ୍ରେନ ଜୁଲାଇ 15 ତାରିଖରୁ ଏବଂ ରାୟପୁରରୁ ଜୁଲାଇ 16 ତାରିଖରୁୁ ପୁନଃ ଚଳାଚଳ କରିବ । ଜୁଲାଇ 15ରୁ ବିଶାଖାପାଟନମ୍-କିରାଣ୍ଡୁଲ୍ ସ୍ପେଶାଲ୍ ଟ୍ରେନ ଚଳାଚଳ କରିବ । ଏହାସହ ବିଶାଖାପାଟନମ୍-କାଚେଗୁଡା ସ୍ବତନ୍ତ୍ର ଟ୍ରେନ ଜୁଲାଇ 15 ତାରିଖରୁ ପୁନଃ ଚଳାଚଳ କରିବ।
ଷ୍ଟେସନ ପାଇଁ ମଧ୍ୟ କିଛି ନୂତନ ନିୟମ ପରିବର୍ତ୍ତନ କରାଯାଇଛି । ରାତି ୮ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରହିବ ।

ଲକଡାଉନ୍ ସମୟ ବଳବତ୍ତର ପର୍ଯ୍ୟନ୍ତ ପୂର୍ବତଟ ରେଳ ବିଭାଗ ମଧ୍ୟରେ ଆସୁଥିବା ସମସ୍ତ ରେଳ ଷ୍ଟେସନରେ ରାତି ୮ଟା ପର୍ଯ୍ୟନ୍ତ ଯାତ୍ରୀ ସଂରକ୍ଷଣ ପ୍ରଣାଳୀ (ପିଆରଏସ) କାଉଣ୍ଟର ଖୋଲା ରଖିବାକୁ ରେଳବାଇ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details