ଓଡିଶା

odisha

କୁମ୍ଭମେଳାରୁ ଫେରିଲେ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

By

Published : Apr 17, 2021, 10:21 PM IST

Updated : Apr 17, 2021, 10:54 PM IST

କୁମ୍ଭମେଳାରୁ ରାଜ୍ୟକୁ ଫେରିଲେ 14 ଦିନ ସଙ୍ଘରୋଧରେ ରହିବା ବାଧ୍ୟତାମୂଳକ । ଟ୍ରେନ କି ବିମାନ ଯୋଗେ ଆସିଲେ ଆରଟିପିସିଆର ଟେଷ୍ଟ କରିବା ଆବଶ୍ୟକ। ଅଧିକ ପଢନ୍ତୁ...

କୁମ୍ଭ ମେଳାରୁ ଫେରିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ
କୁମ୍ଭ ମେଳାରୁ ଫେରିଲେ RT-PCR ଟେଷ୍ଟ ବାଧ୍ୟତାମୂଳକ

ଭୁବନେଶ୍ବର: କୁମ୍ଭ ମେଳାରୁ ରାଜ୍ୟ ଫେରିଲେ 14 ଦିନ ସଙ୍ଘରୋଧରେ ରହିବା ବାଧ୍ୟତାମୂଳକ । ଟ୍ରେନ କି ବିମାନ ଯୋଗେ ଆସିଲେ ଆରଟିପିସିଆର ଟେଷ୍ଟ କରିବା ଆବଶ୍ୟକ ।

କୁମ୍ଭମେଳାରୁ ଫେରିଲେ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଏହିପରି ସମସ୍ତ ବ୍ୟକ୍ତିଙ୍କୁ ବ୍ୟକ୍ତିଗତ ଭାବରେ ଟ୍ରାକ୍ କରାଯିବା ଆବଶ୍ୟକ, ସେମାନଙ୍କର ସ୍ବାସ୍ଥ୍ୟ ଅବସ୍ଥା ଉପରେ ନଜର ରଖାଯିବା । ସମସ୍ତଙ୍କୁ ଘରେ କିମ୍ବା କ୍ଲଷ୍ଟର ଟିଏମସିରେ 14 ଦିନ ପାଇଁ କ୍ବାରେଣ୍ଟାଇନ କରିବାକୁ ନିର୍ଦ୍ଦେଶ ଦିଆଯିବ |

କୁମ୍ଭମେଳାରୁ ଫେରିଲେ 14 ଦିନିଆ କ୍ବାରେଣ୍ଟାଇନ ବାଧ୍ୟତାମୂଳକ

ଯଦି କୌଣସି ବ୍ୟକ୍ତିଙ୍କ ଠାରେ କୋରୋନା ଲକ୍ଷଣ ପରିଲକ୍ଷିତ ହୁଏ, ସେମାନଙ୍କୁ ତୁରନ୍ତ ଯୋଗାଯୋଗ କରାଯିବ। ଆଶା ଏବଂ ଅଙ୍ଗନବାଡି କର୍ମୀମାନେ ସେମାନଙ୍କୁ ନିୟମିତ ଭାବରେ ଘର / CTMC ଗୁଡ଼ିକରେ ଦେଖା କରିବେ ଏବଂ ସେମାନଙ୍କର ସ୍ବାସ୍ଥ୍ୟବସ୍ଥା ଉପରେ ନଜର ରଖିବେ।

ସେମାନେ କୋଭିଡ ପ୍ରୋଟୋକଲ୍ କଠୋର ଭାବରେ ପାଳନ କରିବେ । ଜିଲ୍ଲାପାଳ ଏବଂ ମ୍ୟୁନିସିପାଲିଟି କମିଶନରମାନେ ପ୍ରତିଦିନ ଏହି ପ୍ରସଙ୍ଗରେ ସ୍ବାସ୍ଥ୍ୟ ବିଭାଗ ଏବଂ SRC କାର୍ଯ୍ୟାଳୟକୁ ରିପୋର୍ଟ କରିବେ ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

Last Updated : Apr 17, 2021, 10:54 PM IST

ABOUT THE AUTHOR

...view details