ଭୁବନେଶ୍ବର:ପଶ୍ଚିମା ଝଡ ପ୍ରଭାବରେ ଭିଜିବ ଓଡିଶା। 24ରୁ ଓଡ଼ିଶାରେ ବର୍ଷା ସମ୍ଭାବନା । ଆଭ୍ୟନ୍ତରୀଣ ଓଡିଶାରେ ଅଧିକ ବର୍ଷିବ ।
ଏନେଇ ସୂଚନା ଦେଇଛି ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର । ବର୍ତ୍ତମାନ ରାଜ୍ୟରେ ପଶ୍ଚିମା ଝଡର ପ୍ରଭାବ ସକ୍ରିୟ ରହିଛି। ବିହାରରୁ ପୂର୍ବ-ବିଦର୍ଭ ଯାଏଁ ଛତିଶଗଡ ଓ ଝାଡ଼ଖଣ୍ଡ ମଧ୍ୟ ଦେଇ ସମୁଦ୍ର ପତ୍ତନ ଠାରୁ ୦.୯ କିମି ଉଚ୍ଚରେ ବାୟୁ ମଣ୍ଡଳରେ ଥିବା ନିମ୍ନ ଚାପରେଖା ଲମ୍ବିଛି । ଏହାର ପ୍ରଭାବରେ ଆଜି(ରବିବାର) ଉପକୂଳ ଓଡିଶା ଓ ପାର୍ଶ୍ଵବର୍ତ୍ତୀ କିଛି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷାର ସମ୍ଭାବନା ରହିଛି । ପଶ୍ଚିମା ଝଡ ପ୍ରଭାବରେ ଗତ 24 ଘଣ୍ଟାରେ କିଛି ଅଞ୍ଚଳରେ ହାଲୁକା ବର୍ଷା ଅନୁଭୂତ ହୋଇଛି।