ଓଡିଶା

odisha

ଫୋକସରେ ପ୍ଲାଷ୍ଟିକ ବ୍ୟାନ, ରେଳବାଇ ଅଧିକାରୀ ବାଣ୍ଟିଲେ କାଗଜ ବ୍ୟାଗ

By

Published : Sep 30, 2019, 9:20 PM IST

ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି । ରେଳବାଇ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ ଓ ପରିଷ୍କାର ରଖିବାକୁ ଲୋକମାନଙ୍କୁ ସଚେତନତା କରିବା ସହ ଏକ କାଗଜ ବ୍ୟାଗ ପ୍ରଦାନ କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ଚଳିତବର୍ଷ ଗାନ୍ଧୀ ଜୟନ୍ତୀ ଉପଲକ୍ଷେ ରାଜ୍ୟରେ ପ୍ଲାଷ୍ଟିକ ବ୍ୟାନ କରାଯାଉଛି । ଏହି ପରିପ୍ରେକ୍ଷୀରେ ପୂର୍ବତଟ ରେଳବାଇ ପକ୍ଷରୁ ସ୍ଵଚ୍ଛ ଭାରତ ଅଭିଯାନ ଆରମ୍ଭ ହୋଇଛି । ରେଳବାଇ ଅଧିକାରୀଙ୍କ ମିଳିତ ଉଦ୍ୟମରେ ଷ୍ଟେସନକୁ ପ୍ଲାଷ୍ଟିକ ମୁକ୍ତ ଓ ପରିଷ୍କାର ରଖିବାକୁ ଲୋକମାନଙ୍କୁ ସଚେତନତା କରିବା ସହ ଏକ କାଗଜ ବ୍ୟାଗ ପ୍ରଦାନ କରିଛନ୍ତି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ତାସହ ପ୍ଲାଷ୍ଟିକ ମୁକ୍ତକୁ ନେଇ ପ୍ଲାଟଫର୍ମରେ ଲୋକମାନଙ୍କୁ ସଚେତନତା କରିବା ଲାଗି ଏକ ନାଟକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ପ୍ଲାଷ୍ଟିକ ମୁକ୍ତ କରିବା ପାଇଁ ମଞ୍ଚେଶ୍ବରରେ ଏକ ମେସିନ ଖୁବ ଶୀଘ୍ର ବସିବ। ଯାହାର କାର୍ଯ୍ୟ ମଞ୍ଚେଶ୍ବର ନିକଟରେ କରାଯିବ । ଏବଂ ରେଳ ଷ୍ଟେସନରେ ଲାଗିଥିବା ପ୍ଲାଷ୍ଟିକ ବୋତଲକୁ ପୁନଃ ନବିକରଣ କରିବା ପାଇଁ ମେସିନ ଆଉ ଥରେ ସ୍ଥାପନ କରଯିବ । ଯାହା ଫଳରେ ଯାତ୍ରୀମାନେ ଉପକୃତ ହୋଇପାରିବେ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details