ଓଡିଶା

odisha

ଏନପିଆର,ଏନସିଆର ବିରୋଧରେ ଆସନ୍ତା 30ରେ ରାଜଧାନୀରେ ବିଶାଳ ସମାବେଶ

By

Published : Jan 20, 2020, 5:14 PM IST

ଏନପିଆର, ଏନସିଆର, ସିଏଏ ଲାଗୁ ନକରିବା ଦାବିରେ ଆସନ୍ତା 30 ତାରିଖ ଦିନ ସହିଦ ନଗର ଦୁର୍ଗା ମଣ୍ଡପ ଠାରୁ ରାଲି ବାହାରି ପିଏମଜି ଠାରେ ଏକ ବିଶାଳ ସାଧାରଣ ସଭା ଆୟୋଜିତ ହେବ ।

protest
protest

ଭୁବନେଶ୍ବର: ଓଡିଶାରେ ଏନପିଆର, ଏନସିଆର, ସିଏଏ ଲାଗୁ ନ କରିବା ଦାବିରେ ଆସନ୍ତା 30 ତାରିଖ ମହାତ୍ମା ଗାନ୍ଧୀଙ୍କ ସହିଦ ଦିବସରେ ଏକ ବିଶାଳ ଜନସଭାର ଆୟୋଜନ ଭୁବନେଶ୍ବରରେ କରାଯାଉଛି। ଆମେ ଭାରତବାସୀ (ଓଡିଶା)ପକ୍ଷରୁ ଆୟୋଜିତ ହେଉଥିବା ସଭାରେ ବିଭିନ୍ନ ସାମ୍ୟବାଦୀ ସଂଗଠନମାନେ ଏକତ୍ରିତ ହୋଇ ଏହି ଆଇନ ସମ୍ବିଧାନ ଓ ଧର୍ମନିରପେକ୍ଷବାଦର ବିରୋଧୀ ବୋଲି ସାଧାରଣରେ ଜନମତ ସୃଷ୍ଟି କରିବେ ବୋଲି କୁହାଯାଇଛି।

ଭିିଡିଓ ସୌଜନ୍ୟ: ପ୍ରତିନିଧି, ଭୁବନେଶ୍ବର

ସୋମବାର ଏନେଇ ଲୋହିଆ ଏକାଡେମୀ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ବିଭିନ୍ନ ସାମ୍ୟବାଦୀ ସଂଗଠନର ସଦସ୍ୟ, ବୁଦ୍ଧିଜୀବୀମାନେ ଯୋଗଦେଇ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନବିରୋଧୀ ନୀତିର ପ୍ରତିବାଦ କରିଥିଲେ । ଓଡିଶାରେ ଏହାକୁ ଆହୁରି ତୀବ୍ର କରିବା ପାଇଁ ଦଳମତ ନିର୍ବିଶେଷରେ ଏଥିରେ ସାମିଲ ହେବାକୁ ଆହ୍ବାନ ଦିଆଯାଇଛି। ସହିଦ ନଗର ଦୁର୍ଗା ମଣ୍ଡପ ଠାରୁ ରାଲି ବାହାରି ପିଏମଜି ଠାରେ ସାଧାରଣ ସଭା ଆୟୋଜିତ ହେବ ବୋଲି ଏହି ଆୟୋଜନର ଅନ୍ୟତମ ସଦସ୍ୟ ସୁରେଶ ପାଣିଗ୍ରାହୀ ପ୍ରକାଶ କରିଛନ୍ତି। ଯାହାକି ସନ୍ଧ୍ୟା 5ଟା ପର୍ଯ୍ୟନ୍ତ ଚାଲିବ ବୋଲି ସେ ସୂଚନା ଦେଇଛନ୍ତି।

ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details