ଓଡିଶା

odisha

ଫନି ପ୍ରଭାବିତ ଉଠା ଦୋକାନୀଙ୍କୁ ମିଳିବ 10 ହଜାର

By

Published : Jun 19, 2019, 11:22 PM IST

ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଭୁବନେଶ୍ବର ଫନି ପ୍ରବାଭିତ ଉଠାଦୋକାନୀଙ୍କୁ ମିଳିବ 10 ହଜାର ଟଙ୍କା ସହାୟତା ଅର୍ଥ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଭୁବନେଶ୍ବର: ରାଜଧାନୀରେ ଥିବା ପ୍ରତ୍ୟେକ ଉଠା ଦୋକାନୀଙ୍କୁ ମିଳିବ ୧୦ ହଜାର ଟଙ୍କା । ରାଜ୍ୟ ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଫନି ପ୍ରଭାବିତ ଭୁବନେଶ୍ବର ଉଠା ଦୋକାନୀଙ୍କୁ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ମିଳିବ । ଫନି କ୍ଷତ୍ରିଗ୍ରସ୍ତ ଭୁବନେଶ୍ବର ଉଠା ଦୋକାନୀଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ପାଖାପାଖି ୨୧ ହଜାର ଉଠା ଦୋକାନିଙ୍କୁ ମିଳିବ ଏହି ସହାୟତା । ଡିବିଟି ମାଧ୍ୟମରେ ଏହି ଟଙ୍କା ସିଧାସଳଖ ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଯିବ । ଏନେଇ ୱାର୍ଡ ଅଫିସରମାନେ ଉଠା ଦୋକାନୀଙ୍କ ଚିଠା ପ୍ରସ୍ତୁତ କରୁଛନ୍ତି । ୨୧ ହଜାରରୁ ଉର୍ଦ୍ଧ୍ବ ଉଠା ଦୋକାନୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଟ୍ରାନ୍ସଫର ହେବ ।

ସେମାନଙ୍କ ବ୍ୟାଙ୍କ ପାସବୁକର ଫ୍ରଣ୍ଟ ପେଜ କପି, ଆଧାର କାର୍ଡ ସଂଗ୍ରହ କରାଯାଉଛି । ଖୁବଶୀଘ୍ର ସେମାନଙ୍କ ଟଙ୍କା ଆକାଉଣ୍ଟରେ ଡିବିଟି ମାଧ୍ୟମରେ ଟ୍ରାନ୍ସଫର ହେବ ବୋଲି ବିଏମସି ଡେପୁଟି କମିଶନର ଶ୍ରୀମନ୍ତ ମିଶ୍ର କହିଛନ୍ତି ।


ଭୁବନେଶ୍ବରରୁ ସଞ୍ଜିବ ରାୟ, ଇଟିଭି ଭାରତ

ABOUT THE AUTHOR

...view details