ଓଡିଶା

odisha

ରିଲିଜ ହେଲା ମ୍ୟୁଜିକାଲ ସର୍ଟ ମୁଭି 'ଜାନିୟା'

By

Published : Jan 3, 2021, 10:25 PM IST

Updated : Jan 3, 2021, 10:46 PM IST

ଓଡିଆ ସିନେମା ଜଗତର ସବୁଠୁ ବ୍ୟୟ ବହୁଳ ସର୍ଟ ମୁଭି 'ଜାନିୟା' ରିଲିଜ । ଭୁବନେଶ୍ବର ସ୍ଥିତ ଏକ ହୋଟେଲ ପରିସରରେ ଫିଲ୍ମକୁ ରିଲିଜ୍ କରାଯାଇଛି । ଅଧିକ ପଢନ୍ତୁ...

ରିଲିଜ ହେଲା ମ୍ୟୁଜିକାଲ ସର୍ଟ ମୁଭି 'ଜାନିୟା'
ରିଲିଜ ହେଲା ମ୍ୟୁଜିକାଲ ସର୍ଟ ମୁଭି 'ଜାନିୟା'

ଭୁବନେଶ୍ବର: ନିହାର ନମନ ଫିଲ୍ମ ବ୍ୟାନରେରେ ନିର୍ମିତ ହୋଇଥିବା ଓଡ଼ିଆ ଭାଷାର ସବୁଠୁ ବ୍ୟୟ ବହୁଳ ସର୍ଟ ମୁଭି 'ଜାନିୟା' ରିଲିଜ ହୋଇଛି । ଆଜି(ରିବିବାର) ସ୍ଥାନୀୟ ଏକ ହୋଟେଲ ପରିସରରେ ଫିଲ୍ମଟି ରିଲିଜ ହୋଇଛି । ଫିଲ୍ମରେ ମଣ୍ଟୁଙ୍କୁ ନାୟକ ଭୂମିକାରେ ଦେଖିବାକୁ ମିଳିଥିବାବେଳେ ନାୟିକା ଭୂମିକାରେ ନଜର ଆସିଛନ୍ତି ପୁନମ ।

ରିଲିଜ ହେଲା ମ୍ୟୁଜିକାଲ ସର୍ଟ ମୁଭି 'ଜାନିୟା'
ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛିକି ଏହି ଫିଲ୍ମର ବଜେଟ ଠାରୁ ଯଥେଷ୍ଟ ଅଧିକ ବଜେଟରେ ସର୍ଟ ମ୍ୟୁଜିକାଲ ମୁଭିଟି ପ୍ରସ୍ତୁତ କରାଯାଇଛି । ଯେଉଁଥିରେ ଓଡିଶା ଚଳଚ୍ଚିତ୍ର ଜଗତକୁ ପ୍ରଯୋଜନା କ୍ଷେତ୍ରରେ ପାଦ ଥାପିଛନ୍ତି ଦୁଇ ଭାଇ ଲିପୁ ଓ ସିପୁ ରାଉତ । ଆଗାମୀ ଦିନରେ ସେମାନେ ଚଳଚ୍ଚିତ୍ର ନିର୍ମାଣ କରିବାର ଯୋଜନା କରୁଥିବା କହିଛନ୍ତି ।


ଏହି ସର୍ଟ ମୁଭିରେ ନୂଆକରି ନିର୍ଦ୍ଦେଶନା କ୍ଷେତ୍ରରେ ପାଦ ଥାପିଛନ୍ତି ଅଭିନେତା କେକେ । ଏହାର କାହାଣୀ ପୁପୁନ ଲେଖି ଥିବାବେଳେ ମୁଖ୍ୟ ଚରିତ୍ରରେ ଅଭିନେତା ମଣ୍ଟୁ ଓ ଅଭିନେତ୍ରୀ ପୁନମଙ୍କୁ ଦେଖିବାକୁ ମିଳିଛି ଏବଂ ଗୀତ ଲେଖିଛନ୍ତି ନିର୍ମଳ ନାୟକ । ସେହିପରି ସଙ୍ଗୀତ ନିର୍ଦ୍ଦେଶନା ସୁଶୀଲ ଦଳାଇ ଦେଇ ଥିବାବେଳେ କଣ୍ଠଦାନ କରିଛନ୍ତି ହ୍ୟୁମାନ ସାଗର ଓ ଦୀପ୍ତିରେଖା ପାଢ଼ୀ । ତେବେ ଦର୍ଶକ ଏହି ସର୍ଟ ମୁଭିକୁ ୟୁଟ୍ୟୁବ ମାଧ୍ୟମରେ ଦେଖିପାରିବେ ବୋଲି ପ୍ରଯୋଜନା ସଂସ୍ଥା ପକ୍ଷରୁ କୁହାଯାଇଛି ।

ଭୁବନେଶ୍ୱରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

Last Updated : Jan 3, 2021, 10:46 PM IST

ABOUT THE AUTHOR

...view details