ଭୁବନେଶ୍ବର: ଓଡିଶାରେ ୧୨ ଲକ୍ଷ ଲୋକ ଆବାସ ଯୋଜନାରେ ଘର ପାଇବା ପାଇଁ ଯୋଗ୍ୟ ହିତାଧିକାରୀ ଅଛନ୍ତି । ହେଲେ କେନ୍ଦ୍ର ରାଜ୍ୟ ସରକାରଙ୍କ ମଧ୍ୟରେ କଳି ପାଇଁ ଏହି ଲୋକମାନେ ଘର ପାଇ ପାରୁନାହାଁନ୍ତି । ଯାହା ଗରିବଙ୍କ ପାଇଁ ଉପହାସ ବୋଲି କହିଛନ୍ତି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ । ଗତକାଲି ଓଡ଼ିଶାର ଦାବି ନେଇ କେନ୍ଦ୍ର ପଞ୍ଚାୟିତରାଜ ମନ୍ତ୍ରୀ ଗିରିରାଜ ସିଂଙ୍କ ଯେଉଁ ମନ୍ତବ୍ୟ ଦେଲେ ତାହା ଦୁର୍ଭାଗ୍ୟ ଜନକ ।
ସେହିପରି କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି, "ଗତ ୨ ବର୍ଷ ଧରି ପୋର୍ଟାଲ ଖୋଲି ନାହିଁ ଯେଉଁଥି ପାଇଁ ସାଧାରଣ ଲୋକ ଆବାସ ଯୋଜନାରେ ଘର ପାଇବାରୁ ବଞ୍ଚିତ ହେଉଛନ୍ତି । ଆଉ ଯୋଜନାକୁ ନେଇ ଗତ ଦୁଇ ବର୍ଷ ଧରି ରାଜ୍ୟ କେନ୍ଦ୍ର ଭିତରେ କଳି ଲାଗି ରହିଛି । ତେବେ କେନ୍ଦ୍ରମନ୍ତ୍ରୀଙ୍କ ଅଧିକାର ନାହିଁ ମୁଖ୍ୟମନ୍ତ୍ରୀଙ୍କ ଠାରୁ ଲେଖିକି ଆଣିଲେ ଆବାସ ଯୋଜନାରେ ଘର ଦିଆଯିବ ବୋଲି ନିର୍ଦ୍ଦେଶ ଦେବା ପାଇଁ । ଏହା ଆମ ସଂଘୀୟ ବ୍ୟବସ୍ଥା ପ୍ରତି ଅବମାନନା ।"