ଓଡିଶା

odisha

ଆଜି ସେମିଷ୍ଟର ପରୀକ୍ଷା, ଉତ୍କଳ ବିଶ୍ୱବଦ୍ୟାଳୟରେ ନାହିଁ ଆବଶ୍ୟକୀୟ ଉତ୍ତର ଖାତା

By

Published : Sep 26, 2022, 7:27 AM IST

ଉତ୍କଳ ବିଶ୍ୱବଦ୍ୟାଳୟ ପାଖରେ ପରୀକ୍ଷା କରିବାକୁ ନାହିଁ ଆବଶ୍ୟକ ମୁତାବକ ଉତ୍ତର ଖାତା । ଆଜି ଠାରୁ ଯୁକ୍ତ ତିନିର ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ । କଲେଜ ଅଧ୍ୟକ୍ଷଙ୍କୁ ଉତ୍କଳ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଚିଠି । ଅଧିକ ପଢନ୍ତୁ

ଆସନ୍ତାକାଲି ସେମିଷ୍ଟର ପରୀକ୍ଷା, ଉତ୍କଳ ବିଶ୍ୱବଦ୍ୟାଳୟ ପାଖରେ ନାହିଁ ଆବଶ୍ୟକୀୟ ଉତ୍ତର ଖାତା
ଆସନ୍ତାକାଲି ସେମିଷ୍ଟର ପରୀକ୍ଷା, ଉତ୍କଳ ବିଶ୍ୱବଦ୍ୟାଳୟ ପାଖରେ ନାହିଁ ଆବଶ୍ୟକୀୟ ଉତ୍ତର ଖାତା

ଭୁବନେଶ୍ବର: ଆଜି ଠାରୁ ଉତ୍କଳ ବିଶ୍ବବଦ୍ୟାଳୟର ଯୁକ୍ତ ତିନିର ଚତୁର୍ଥ ସେମିଷ୍ଟର ପରୀକ୍ଷା ଆରମ୍ଭ ହେବ । କିନ୍ତୁ ବିଶ୍ବବଦ୍ୟାଳୟ ଅଧୀନରେ ଥିବା କଲେଜ ମାନଙ୍କରେ ପରୀକ୍ଷା କରିବାକୁ ନାହିଁ ଆବଶ୍ୟକ ମୁତାବକ ଉତ୍ତର ଖାତା । ଏନେଇ କଲେଜ ଅଧ୍ୟକ୍ଷଙ୍କୁ ଉତ୍କଳ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକଙ୍କ ଚିଠି ଲେଖିଛନ୍ତି ।

ଆସନ୍ତାକାଲି ସେମିଷ୍ଟର ପରୀକ୍ଷା, ଉତ୍କଳ ବିଶ୍ୱବଦ୍ୟାଳୟ ପାଖରେ ନାହିଁ ଆବଶ୍ୟକୀୟ ଉତ୍ତର ଖାତା

ଚିଠିରେ ଉଲ୍ଲେଖ କରାଯାଇଛି ଯେ, ଉତ୍ତର ଖାତା ଉପଲବ୍ଧ ନଥିବା ହେତୁ ଉପରୋକ୍ତ ପରୀକ୍ଷା ପରିଚାଳନା ପାଇଁ କେତେକ କଲେଜରେ ଉତ୍ତର ଖାତାର ଅଭାବ ରହିଛି । ତେବେ ସେପ୍ଟେମ୍ବର 28 ତାରିଖ (ବୁଧବାର) ପରଠାରୁ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ ହେବ ବୋଲି ଚିଠିରେ ଲେଖାଯାଇଛି । ତେବେ ଏହି ସମୟ ମଧ୍ୟରେ କଲେଜ ଗୁଡ଼ିକୁ ଉତ୍ତର ଖାତା ଯୋଗାଇବା ପାଇଁ ନିକଟସ୍ଥ କଲେଜ ଗୁଡ଼ିକର ସାହାଯ୍ୟ ନେବାକୁ ଅନୁରୋଧ କରାଯାଇଛି । ଏଥିସହ କଲେଜଗୁଡ଼ିକର ପ୍ରିନ୍ସିପାଲ୍ ପରସ୍ପରକୁ ସହଯୋଗ କରିବାକୁ ଅନୁରୋଧ କରାଯାଇଛି । ଯାହାର କୌଣସି ପ୍ରକାର ହୁଏ ତେବେ ସେମାନେ ହ୍ବାଟସଅପ୍ ମଧ୍ୟରେ ଜଣାଇବେ ବୋଲି ଚିଠିରେ ଉଲ୍ଲେଖ ରହିଛି ।

ଏଥିସହ ଉତ୍କଳ ବିଶ୍ଵବିଦ୍ୟାଳୟ ପରୀକ୍ଷା ନିୟନ୍ତ୍ରକ ଶରତ କୁମାର ମାଝୀ ଉଲ୍ଲେଖ କରିଛନ୍ତି ଯେ, ‘‘ପରୀକ୍ଷାର ସୁପରିଚାଳନା ପାଇଁ ଅନ୍ୟ ସମସ୍ତ ଆନୁଷଙ୍ଗିକ ଭିତ୍ତିଭୂମି ସହ ପରୀକ୍ଷା ଖାତାର ଉପଲବ୍ଧତା ବୁଝିବା ସେ ନେଇ ଚିଠି କରାଯାଇଛି । ଏତଦ୍ ଦ୍ବାରା ସ୍ପଷ୍ଟ କରି ଦିଆଯାଉଛି ଯେ ମହାବିଦ୍ୟାଳୟ କର୍ତ୍ତୃପକ୍ଷ ଛାତ୍ରଛାତ୍ରୀ ଏବଂ ଅଭିଭାବକ ମାନେ ଏହି ବିଭ୍ରାନ୍ତକର ଆଲୋଚନା ଦ୍ବାରା ପ୍ରଭାବିତ ହୁଅନ୍ତୁ ନାହିଁ’’ ବୋଲି ସେ କହିଛନ୍ତି ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details