ଓଡିଶା

odisha

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ନୂଆ କ୍ବାରେଣ୍ଟାଇନ ନିୟମ

By

Published : Apr 6, 2021, 10:35 PM IST

ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ନୂଆ କରି କ୍ବାରେଣ୍ଟାଇନ ନିୟମ ଜାରି କରିଛି ପରିବାର କଲ୍ୟାଣ ବିଭଗ । ଯଦି ଡ୍ୟୁଟି ସମୟରେ କୌଣସି ସେବା ପ୍ରଦାନକାରୀଙ୍କ ଲକ୍ଷଣ ସାମ୍ନାକୁ ଆସେ ତେବେ ସେ କ୍ବାରେଣ୍ଟାଇନରେ ରହିପାରିବେ। ଅଧିକ ପଢନ୍ତୁ...

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ନୂଆ କ୍ବାରେଣ୍ଟାଇନ ନିୟମ
ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ନୂଆ କ୍ବାରେଣ୍ଟାଇନ ନିୟମ

ଭୁବନେଶ୍ବର: ସ୍ୱାସ୍ଥ୍ୟ କର୍ମୀଙ୍କ ପାଇଁ ନୂଆ କରି କ୍ବାରେଣ୍ଟାଇନ ନିୟମ ଜାରି କରିଛି ପରିବାର କଲ୍ୟାଣ ବିଭଗ। ଏନେଇ ସମସ୍ତ ଜିଲ୍ଲା ସିଡିଏମଓ ଏବଂ ସରକାରୀ ହସ୍ପିଟାଲର ନିରୀକ୍ଷାକଙ୍କୁ ନିର୍ଦେଶ ଦିଆଯାଇଛି ।

ସ୍ୱାସ୍ଥ୍ୟକର୍ମୀଙ୍କ ପାଇଁ ନୂଆ କ୍ବାରେଣ୍ଟାଇନ ନିୟମ
କୋଭିଡ ସମୟରେ 15 ଦିନ ଡ୍ୟୁଟି କରିବା ପରେ ସମ୍ପୂର୍ଣ୍ଣ ଭ୍ୟାକ୍ସିଟେଡ୍ (୨ୟ ଡୋଜର 2 ସପ୍ତାହ ପରେ) ସେବା ପ୍ରଦାନକାରୀଙ୍କୁ କ୍ବାରେଣ୍ଟାଇନରେ ରଖିବାର କୌଣସି ଆବଶ୍ୟକତା ନାହିଁ । ନିୟୋଜିତ କର୍ମଚାରୀମାନେ ନିୟମ ଅନୁଯାୟୀ ସାଧାରଣ ଛୁଟି ସହିତ କାର୍ଯ୍ୟ ଜାରି ରଖିବେ। ଯଦି ଡ୍ୟୁଟି ସମୟରେ କୌଣସି ସେବା ପ୍ରଦାନକାରୀଙ୍କ ଲକ୍ଷଣ ସାମ୍ନାକୁ ଆସେ ତେବେ ସେ କ୍ବାରେଣ୍ଟାଇନରେ ରହିପାରିବେ।

କୋଭିଡ ସଂକ୍ରମଣକୁ ଏଡ଼ାଇବା ପାଇଁ ନିର୍ଦ୍ଦେଶାବଳୀ ଅନୁଯାୟୀ ତୁରନ୍ତ ଆଇସୋଲେସନ, ପରୀକ୍ଷଣ ଏବଂ ଟ୍ରେସିଂ କରାଯିବ । ସମସ୍ତ ସଂକ୍ରମଣ ନିୟନ୍ତ୍ରଣ ଗାଇଡଲାଇନକୁ SOP ଅନୁଯାୟୀ ନିଶ୍ଚିତ ଭାବରେ ଅନୁସରଣ କରାଯିବା ଆବଶ୍ୟକ ବୋଲି କୁହାଯାଇଛି ।
ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details