ଓଡିଶା

odisha

ଘନଉଛି କଂଗ୍ରେସ କନ୍ଦଳ, ସୋମବାର 15 ଜଣିଆ ଟିମର ଦିଲ୍ଲୀ ଗସ୍ତ

By

Published : Nov 17, 2019, 4:39 PM IST

Updated : Nov 17, 2019, 6:10 PM IST

ଘନଉଛି କଂଗ୍ରେସ କନ୍ଦଳ । ସୋମବାର ହାଇକମାଣ୍ଡ ଓ ବରିଷ୍ଠ ନେତାଙ୍କୁ ଭେଟିବାକୁ ଦିଲ୍ଲୀ ଯିବେ 15 ଜଣିଆ ଟିମ୍‌ । ଏନେଇ ସମସ୍ତଙ୍କ ଯିବା ଆସିବା ଓ ରହିବାର ବନ୍ଦୋବସ୍ତ ବି କରାଯାଇଥିବା ସୂଚନା । ଅଧିକ ଖବର ପଢନ୍ତୁ...

ଘନଉଛି କଂଗ୍ରେସ କନ୍ଦଳ

ଭୁବନେଶ୍ବର: ଘନେଇଲା କଂଗ୍ରେସ କନ୍ଦଳ । ବିଧାୟକ ମହମ୍ମଦ ମୋକିମ୍‌ଙ୍କୁ ପିସିସି ସଭାପତି କରିବା ପାଇଁ ଲାଗିଥିବା ଗୋଷ୍ଠୀ ସୋମବାର ଦିଲ୍ଲୀ ଯିବାର କାର୍ଯ୍ୟକ୍ରମ ରହିଛି । ସେଠାରେ ଏମାନେ ହାଇକମାଣ୍ଡ ଓ ବରିଷ୍ଠ ନେତାଙ୍କୁ ଭେଟିବେ । ଏନେଇ ସମସ୍ତଙ୍କ ପାଇଁ ଯିବା ଆସିବା ଓ ରହିବାର ବନ୍ଦୋବସ୍ତ ବି କରାଯାଇଥିବା ସୂଚନା ମିଳିଛି । ତେବେ ଏହା ପୂର୍ବରୁ ଏହି ନେତାମାନେ ସବୁ ନେତାଙ୍କୁ ଭେଟି ନିଜ ସପକ୍ଷରେ ଜନମତ ସୃଷ୍ଟି କରୁଛନ୍ତି ।

ଘନଉଛି କଂଗ୍ରେସ କନ୍ଦଳ

ଆଜି(ରବିବାର) ଏହି ଗୋଷ୍ଠୀ କଂଗ୍ରେସ ବିଧାୟକ ଦଳର ନେତା ନରସିଂହ ମିଶ୍ରଙ୍କୁ ଭେଟିବାକୁ ଆସିଥିଲେ । ହେଲେ ପ୍ରାୟ 2 ଘଣ୍ଟାରୁ ଅଧିକ ସମୟ ଅପେକ୍ଷା କରିବା ପରେ ନରସିଂହ ସେମାନଙ୍କୁ ଦେଖା ଦେଇନଥିଲେ । ଶେଷରେ ମାତ୍ର କେତେ ସେକେଣ୍ଡରେ କଥା ହୋଇ ପଳାଇଥିଲେ । କାଳେ ଭିନ୍ନ ବାର୍ତ୍ତା ଯିବ ସେଥିପାଇଁ ଗଣମାଧ୍ୟମ ସମ୍ମୁଖରେ ଭିନ୍ନ ମତ ରଖିଥିଲେ ଏହି ଟିମ୍‌ । ଗାନ୍ଧୀଜୀଙ୍କ ପ୍ରତି ଯେଉଁଭଳି ଅପମାନ କରାଯାଇଛି ବିଧାନସଭାରେ ଏହି ପ୍ରସଙ୍ଗ ଉଠାଇଥିବାରୁ ନରସିଂହଙ୍କୁ ଧନ୍ୟବାଦ ଦେବାକୁ ଆସିଥିଲୁ ବୋଲି ଏହି ଗୋଷ୍ଠୀ କହିଛନ୍ତି ।

ତେବେ ସୂତ୍ର ଅନୁଯାୟୀ, ସେମାନେ ପିସିସି ସଭାପତି ପରିବର୍ତ୍ତନ ନେଇ ଆଲୋଚନା କରିବାକୁ ଆସିଥିବା ଜଣାପଡିଛି ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : Nov 17, 2019, 6:10 PM IST

ABOUT THE AUTHOR

...view details