ଓଡିଶା

odisha

JB Death Anniversary: ଭୁବନେଶ୍ବରେ ଆୟୋଜିତ ହେଲା ସ୍ମୃତିରେ ସ୍ମୃତିରେ ଜାନକୀ ବଲ୍ଲଭ

By

Published : Apr 22, 2022, 8:19 AM IST

ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଶୀର୍ଷକ ରହିଥିଲା ‘ସ୍ମୃତିରେ ସ୍ମୃତିରେ ଜାନକୀ ବଲ୍ଲଭ ।’ ସତ୍ୟନଗର ସ୍ଥିତ ଏକ ହୋଟେଲରେ ଏହା ଆୟୋଜିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର । ଅଧିକ ପଢନ୍ତୁ

ସ୍ମୃତିରେ ସ୍ମୃତିରେ ଜାନକୀ ବଲ୍ଲଭ
ସ୍ମୃତିରେ ସ୍ମୃତିରେ ଜାନକୀ ବଲ୍ଲଭ

ଭୁବନେଶ୍ବର: ପୂର୍ବତନ ମୂଖ୍ୟମନ୍ତ୍ରୀ ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ସ୍ମୃତିରେ ଅନୁଷ୍ଠିତ ହୋଇଯାଇଛି ୭ମ ଶ୍ରଦ୍ଧାଞ୍ଜଳି ସଭା । ରାଜ୍ୟସ୍ତରୀୟ ଜାନକୀ ବଲ୍ଲଭ ପଟ୍ଟନାୟକ ସ୍ମୃତି କମିଟି ତରଫରୁ ଏହି କାର୍ଯ୍ୟକ୍ରମ କରାଯାଇଥିବା ବେଳେ ଶୀର୍ଷକ ରହିଥିଲା ‘ସ୍ମୃତିରେ ସ୍ମୃତିରେ ଜାନକୀ ବଲ୍ଲଭ ।’ ସତ୍ୟନଗର ସ୍ଥିତ ଏକ ହୋଟେଲରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିବା ବେଳେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।

ତେବେ ଜାନକୀ ବଲ୍ଲଭ ପଟ୍ଟନାୟକ ଏକାଧାରାରେ ଜଣେ ରାଜନୈତିକ ସମାଜ ସେବୀ ସାହିତ୍ୟିକ ଥିବା ଆଧୁନିକ ଯୁଗସ୍ରଷ୍ଟା ଥିଲେ । ତେଣୁ, ଆଜିର ଦିନରେ ତାଙ୍କ ଅବଦାନ ଓ ଏକ ବିକଶିତ ରାଜ୍ୟ ଗଠନର କର୍ଣ୍ଣଧାରଙ୍କ ସ୍ମୃତିକୁ ସମସ୍ତେ ମନେ ପକାଇଥିଲେ । ଏହାସହ ତାଙ୍କ ତିରୋଧାନ ଦିବସରେ ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଅର୍ଜନ କରିଥିବା ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ସେହିପରି ତାଙ୍କ ସ୍ମୃତିରେ ଭଜନ ଗାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅନେକ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ସହ ତାଙ୍କ ପୁତ୍ର ପୃଥ୍ଵୀ ବଲ୍ଲଭ ପଟ୍ଟନାୟକ ଯୋଗଦେଇ ବାପାଙ୍କ ସ୍ମୃତିକୁ ବଖାଣିଥିଲେ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details