ଓଡିଶା

odisha

NMA ଅଧିନିୟମ ପ୍ରସଙ୍ଗ, ମନ୍ତ୍ରୀ ଅଶୋକଙ୍କ ଟାର୍ଗେଟରେ ଅପରାଜିତା

By

Published : Feb 10, 2021, 7:17 PM IST

ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଏ ପ୍ରସଙ୍ଗରେ ସାଂସଦଙ୍କ ନିରବତା ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି । ଅଧିକ ପଢନ୍ତୁ...

ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗ, ମନ୍ତ୍ରୀ ଅଶୋକଙ୍କ ଟାର୍ଗେଟରେ ଅପରାଜିତା
ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗ, ମନ୍ତ୍ରୀ ଅଶୋକଙ୍କ ଟାର୍ଗେଟରେ ଅପରାଜିତା

ଭୁବନେଶ୍ବର:ଲିଙ୍ଗରାଜ ମନ୍ଦିର, ଅନନ୍ତ ବାସୁଦେବ, ବ୍ରହ୍ମେଶ୍ବର ମନ୍ଦିର ପାଇଁ ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗରେ ସାଂସଦ ଅପରାଜିତା ଷଡ଼ଙ୍ଗୀଙ୍କୁ ଟାର୍ଗେଟ କଲେ ମନ୍ତ୍ରୀ ଅଶୋକ ପଣ୍ଡା । ଏ ପ୍ରସଙ୍ଗରେ ସାଂସଦଙ୍କ ନିରବତା ତାଙ୍କ ପ୍ରତିବଦ୍ଧତା ଉପରେ ପ୍ରଶ୍ନ ଉଠାଇଛି । ‘ଏକାମ୍ର କ୍ଷେତ୍ର ବିକାଶର ବାଧକଙ୍କୁ ଲୋକେ କ୍ଷମା ଦେବେନି।’ । ଟ୍ବିଟ୍‌ କରି ସମାଲୋଚନା କଲେ ମନ୍ତ୍ରୀ ଅଶୋକ ପଣ୍ଡା ।

ଜାତୀୟ ସ୍ମାରକୀ ପ୍ରାଧିକାରଣ (NMA) ବାଇ ଲ’ ଅଧିନିୟମ ଲିଙ୍ଗରାଜ ମନ୍ଦିର ନିକଟରେ ଥିବା ଏକାମ୍ର କ୍ଷେତ୍ର ବିକାଶ କାର୍ଯ୍ୟ ଉପରେ ପ୍ରଭାବ ପକାଇବ। ଯେଉଁଥିପାଇଁ ଏକାମ୍ର କ୍ଷେତ୍ର ପ୍ରକଳ୍ପ ଅନିଶ୍ଚିତତା ମଧ୍ୟରେ । ଏହା ଲିଙ୍ଗରାଜ ମନ୍ଦିର, ବ୍ରହ୍ମେଶ୍ବର ମନ୍ଦିର ଏବଂ ଅନନ୍ତ ବାସୁଦେବ ମନ୍ଦିର ପାଇଁ ବାଇ-ଲ ନିୟମ ପ୍ରଯୁଜ୍ୟ ହୋଇପାରେ ।

ଏନ୍‌ଏମ୍‌ଏ ଅଧିନିୟମ ପ୍ରସଙ୍ଗ, ମନ୍ତ୍ରୀ ଅଶୋକଙ୍କ ଟାର୍ଗେଟରେ ଅପରାଜିତା

ତେବେ ଏହି ଅଧିନିୟମ ଲାଗୁ ହେଲେ ମନ୍ଦିରଗୁଡିକ ନଷ୍ଟ ହେବା ଭୟରେ ଏହାକୁ ସେବାୟତ ଏବଂ ସ୍ଥାନୀୟ ବାସିନ୍ଦା ବିରୋଧ କରିଛନ୍ତି । ଯଦି ଏହି ବାଇ ଲ ରଦ୍ଦ ନହୁଏ ତେବେ ଏକାମ୍ର କ୍ଷେତ୍ର ଯୋଜନା ଅନିଶ୍ଚିତତାକୁ ଠେଲି ହେବ । ବିକାଶ ପାଇଁ ରାଜ୍ୟ ସରକାରଙ୍କ ଦ୍ବାରା କେତେକ ପ୍ରାଚୀନ ସ୍ଥାନ ନିକଟରେ ଖନନ କାର୍ଯ୍ୟ ଚାଲିଛି, ଯାହା ନଷ୍ଟ ହେବାର ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details