ଓଡିଶା

odisha

ଆଜି ଶ୍ରାବଣ ତୃତୀୟ ସୋମବାର, ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ

By

Published : Aug 1, 2022, 8:13 AM IST

ଆଜି ଶ୍ରାବଣ ମାସର ତୃତୀୟ ସୋମବାର । ସବୁ ଶୈବପୀଠରେ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଥିବାବେଳେ ବୋଲବୋମ ହର ହର ବମ୍‌ରେ କମ୍ପୁଛି ଶୈବ ପୀଠ । ଅଧିକ ପଢନ୍ତୁ

ଆଜି ଶ୍ରାବଣ ତୃତୀୟ ସୋମବାର
ଆଜି ଶ୍ରାବଣ ତୃତୀୟ ସୋମବାର

ଭୁବନେଶ୍ବର: ବାର ମଧ୍ୟରେ ଶ୍ରେଷ୍ଠ ବାର ସୋମବାର । ପ୍ରଭୁ ଶିବଙ୍କ ବାର । ସମସ୍ତ ପ୍ରକାର ବ୍ୟାଧିର ନାଶକ ହେଉଛନ୍ତି ମହାଦେବ ଶିବ । ଏହି ମାସରେ ମହାଦେବଙ୍କୁ ଆରାଧନା କରି ଜଳ ଲାଗି କରାଯାଇଥାଏ । ଆଜି ହେଉଛି ତୃତୀୟ ସୋମବାର । ସଂସାରର କର୍ତ୍ତା, ସ୍ରଷ୍ଟା, ପାଳନ କର୍ତ୍ତା ଶିବ ସମ୍ଭୁ । ଆଷାଢ଼ ପୂର୍ଣ୍ଣିମା ଠାରୁ ଆରମ୍ଭ କରି ଶ୍ରାବଣ ପୂର୍ଣ୍ଣିମା ପର୍ଯ୍ୟନ୍ତ ସମସ୍ତ ସୋମବାରରେ ବିଭିନ୍ନ ଶିବ ମନ୍ଦିରରେ ଭକ୍ତମାନେ ଶିବଙ୍କ ମସ୍ତକରେ ପାଣି ଢାଳନ୍ତି । ଏହି ମାସରେ 4ଟି ସୋମବାର ପଡୁଥିବାବେଳେ କାଉଡିଆମାନେ ଜଳାଭିଷେକ କରିଥାନ୍ତି । କୁହାଯାଏ ଶ୍ରାବଣ ସୋମବାରରେ ଜଳପ୍ରିୟ ଶିବଙ୍କୁ ଜଳରେ ଅଭିଷେକ କଲେ ଜୀବନ ସୁଖଶାନ୍ତିରେ ଭାରିଯାଏ ।

ଶ୍ରାବଣ ମାସରେ ନୀଳକଣ୍ଠଙ୍କ ଜଳଲାଗି ଉତ୍ସବ ପାଳନ କରାଯାଏ । ଏହି ଯାତ୍ରା ପାଇଁ ଦେଶର ବିଭିନ୍ନ ଶୈବକ୍ଷେତ୍ରରେ ଏହି ଉତ୍ସବ ପାଳନ କରାଯାଇଥାଏ । ଭକ୍ତମାନେ ଗେରୁଆ ବସ୍ତ୍ର ପରିଧାନ କରି କାନ୍ଧରେ କଳସୀ ଭାର ଧରି ଚାଲି ଚାଲି ସଂପୂର୍ଣ୍ଣ ପଥ ଅତିକ୍ରମ କରିଥାନ୍ତି । ଭୋଳା ବାବା ପାର କରେଗା, ବୋଲ ବମ ହରହର ବମ୍‌, ଜଟିଆ ବାବା ପାର କରେଗାଧ୍ବନିରେ ଗଗନପବନ ମୁଖରିତ ହୋଇଥାଏ । ବର୍ଷା, ପବନକୁ ଖାତିର ନ କରି ରାସ୍ତାରେ ମାନସିକଧାରୀ କାଉଡିଆମାନେ ଶିବଙ୍କ ପାଇଁ ପାଣି ଭାର ନେଇ ଚାଲିଥାନ୍ତି ମାଇଲ ମାଇଲ ବାଟ ।

ପ୍ରଥମ ଓ ଦ୍ବିତୀୟ ସୋମବାର ପରି ତୃତୀୟ ସୋମବାର ମଧ୍ୟ ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ ଲାଗି ରହିଛି । ୨ ବର୍ଷ ହେଲା କୋରୋନା କଟକଣା ଯୋଗୁଁ ଶଙ୍କର ଭକ୍ତ ଏହି ପବିତ୍ର ଯାତ୍ରାରୁ ବନ୍ଦ ରହିଥିଲା । ଚଳିତ ବର୍ଷ କାଉଡିଆ ମଧ୍ୟରେ ଉତ୍ସାହ ଭରି ରହିଛି । ସବୁ ଶୈବପୀଠରେ କାଉଡିଆଙ୍କ ସମାଗମ ଦେଖିବାକୁ ମିଳିଛି । ବୋଲବୋମ ଧ୍ବନୀରେ କମ୍ପୁଛି ପୀଠ ।

ABOUT THE AUTHOR

...view details