ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦରେ ଜଣଙ୍କ ଘରୁ ପୁଣି ଦୁଇଟି ଭାଲୁ ଛୁଆ ଉଦ୍ଧାର ହୋଇଛି । ଗୁରୁବାର ସନ୍ଧ୍ୟାରେ ଦୁଇଟି ଭାଲୁ ଛୁଆ ଘର ଭିତରେ ପସିଯିବାରୁ ପରିବାର ଲୋକେ ଭୟଭୀତ ହୋଇ ପ୍ରଥମେ ପୋଲିସ ଓ ପରେ ବନ ବିଭାଗକୁ ଖବର ଦେଇଥିଲେ । ତେବେ ସେଠାରେ ବନ ବିଭାଗ ପହଁଞ୍ଚି ଭାଲୁ ଛୁଆକୁ ଉଦ୍ଧାର କରିଛି ।
ସେହିପରି ଗୁରୁବାର ଅପରାହ୍ନରେ ଖୋର୍ଦ୍ଧାର ପିତାପଲ୍ଲୀ ନିକଟ ଗଙ୍ଗପଡା ଅଞ୍ଚଳ ନିକଟସ୍ଥ ଚନ୍ଦକା ଜଙ୍ଗଲରୁ ପାଞ୍ଚଟି ଭାଲୁ ଛୁଆ ଉଦ୍ଧାର ହୋଇଥିଲେ । ସ୍ଥାନୀୟ ଅଞ୍ଚଳର ଲୋକେ ଭାଲୁ ଛୁଆଗୁଡିକୁ ଦେଖି ପୋଲିସକୁ ଖବର ଦେଇଥିଲେ।