ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନ ପୂର୍ବରୁ ନିର୍ବାଚନ ପରିଚାଳନା ନେଇ ପ୍ରତ୍ୟେକ ରାଜନୈତିକ ଦଳର ମତ ଲୋଡ଼ିଛନ୍ତି ରାଜ୍ୟ ନିର୍ବାଚନ ଆୟୋଗ । ଏହି କ୍ରମରେ ଆସନ୍ତାକାଲି(ସୋମବାର) ନିର୍ବାଚନ ଆୟୋଗ ସର୍ବଦଳୀୟ ବୈଠକ ଡକାଇଛନ୍ତି । କୋଭିଡ କଟକଣା ମଧ୍ୟରେ କିଭଳି ନିର୍ବାଚନ ପରିଚାଳନା କରାଯିବ ସେନେଇ ସମସ୍ତ ରାଜନୈତିକ ଦଳ ମାନଙ୍କ ସହ ଆଲୋଚନା କରିବେ ରାଜ୍ୟ ନିର୍ବାଚନ କମିଶନ ।
ଏହାକୁ ନେଇ ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ନିର୍ବାଚନରେ ସାଧାରଣ ଜନତା ଓ ଦଳୀୟ କର୍ମକର୍ତ୍ତାଙ୍କ ସ୍ବାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି । ନିରପେକ୍ଷ ନିର୍ବାଚନ ପାଇଁ ନିର୍ବାଚନ କମିଶନ କୋଠର ହେବାର ଆବଶ୍ୟକତା ରହିଛି । ଘର ମରାମତି ବାହାନାରେ ଟଙ୍କା ବାଣ୍ଟୁଛନ୍ତି ରାଜ୍ୟ ସରକାର । ଅନଲାଇନ୍ ମାଧ୍ୟମରେ ଏହି ଟଙ୍କା ଟ୍ରାନ୍ସଫର ହେବ ବୋଲି କୁହାଗଲା । ତେବେ ଲୋକଙ୍କ ଆକାଉଣ୍ଟକୁ ଟଙ୍କା ନଆସୁଣୁ ସେମାନଙ୍କ ଘର ଆଗରେ ଷ୍ଟିକର ମରା ଯାଉଛି । ଖୋଦ୍ ବିଧାୟକମାନେ ଏଭଳି କାର୍ଯ୍ୟ କରୁଛନ୍ତି ।